ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

‘ଇଣ୍ଡଷ୍ଟ୍ରିରେ ମହିଳାଙ୍କୁ ଭଲ ମାହୋଲ ଜରୁରି’... ହେମା କମିଟି ରିପୋର୍ଟ ଉପରେ ନିଜର ମତ ରଖିଲେ କ୍ରିତି ଶେଟ୍ଟୀ

ମୁମ୍ବାଇ ୦୮/୦୯: ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ସହ ଯୌନ ଶୋଷଣ ଅଭିଯୋଗକୁ ନେଇ ହେମା କମିଟି ରିପୋର୍ଟ ଉପରେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି ସାଉଥ୍‌ ଅଭିନେତ୍ରୀ କ୍ରିତି ଶେଟ୍ଟୀ । ସେ କହିଛନ୍ତି ‘ମୁଁ ଓ ମୋର ଜଣେ ସାଙ୍ଗ ଏ ନେଇ ଅନେକ ସମୟରେ କଥା ହେଉ । ଆମେ ପିଲାଦିନେ ଅନେକ ଅସହଜ ପରିସ୍ଥିତିର ସମ୍ମୁଖୀନ ହୋଇଛୁ । ଝିଅଙ୍କ ସହ ଏଭଳି ଘଟଣା ଅତ୍ୟନ୍ତ ନୈରାଶ୍ୟଜନକ । ଏ ନେଇ ସଚେତନତା ଜରୁରି । ପିଲାଦିନେ ମୁଁ ଅନେକ ଅସହଜ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଆଜି ଆମେ ଚିନ୍ତା କରୁଛୁ ଯେ ସେତେବେଳେ କ’ଣ କରିଥିଲେ ଠିକ୍‌ ହୋଇଥାନ୍ତା । କିନ୍ତୁ ସେ ମୁହୂର୍ତ୍ତ ଏତେ ଅସହଜ ହୋଇଥାଏ ଯେ ସେ ବିଷୟରେ ଆମେ ଠିକ୍‌ରେ ବୁଝାଇ ପାରୁନଥିଲୁ । ମୋ ଭଳି ଅଧିକାଂଶ ମହିଳା ଏହା ଅନୁଭବ କରନ୍ତି । 

ସେ ଆହୁରି କହିଛନ୍ତି, ହେମା କମିଟି ରିପୋର୍ଟ ପଢ଼ିବା ପରେ ମୁଁ ଚକିତ ହୋଇଗଲି । କିଛି ବର୍ଷ ତଳେ ମିଟୁ ଅଭିଯାନ ଆରମ୍ଭ ହୋଇଥିଲା । ସେତେବେଳେ ଇଣ୍ଡଷ୍ଟ୍ରିରେ ଅନେକ ପରିବର୍ତ୍ତନ ହୋଇଥିଲା । ଏବେ ମଧ୍ୟ ସେମିତି ହେବ ବୋଲି ମୋର ଆଶା । ଏହାର ଶୁଭାରମ୍ଭ ହୋଇସାରିଛି । ଶୁଭଙ୍କର କଥା ହେଉଛି ମହିଳା ଏବେ ନିଜ ପାଇଁ ସ୍ୱର ଉଠାଉଛନ୍ତି । ତେବେ ଏହା କେବଳ ଗୋଟିଏ ଇଣ୍ଡଷ୍ଟ୍ରିର କଥା ନୁହେଁ, ସବୁଠି ଘଟୁଛି । ମହିଳାଙ୍କୁ ଏଭଳି ସ୍ଥିତିରେ ରଖିବା ବଦଳରେ ଏକ ଭଲ ମାହୋଲ ଗଢ଼ିବାକୁ ଚେଷ୍ଟା କରିବା ଉଚିତ୍‌ । ସଚେତନତା ସୃଷ୍ଟି ସହିତ ସୂଚନା ଦେବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରେ । ଏହା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ହେବ ।

ତେବେ କ୍ରିତି ତେଲୁଗୁ, ମାଲାୟାଲମ୍‌, ତାମିଲ ଓ ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି । ଫିଲ୍ମ ‘ସୁପର୍‌-୩୦’ରେ ସେ ବଲିଉଡ୍‌ରେ ନଜର ଆସିଥିଲେ । ସୁପର୍‌ହିଟ୍‌ ତେଲୁଗୁ ଫିଲ୍ମ ‘ଉପ୍ପେନା’ରେ ସେ ଲିଡ୍‌ ରୋଲ୍‌ ପ୍ଲେ କରିଥିଲେ । ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘ଅଜୟନ୍ତେ ର୍ୟାଣ୍ଡମ୍‌ ମୋଶନମ୍‌’ ୬ଟି ଭାଷାରେ ମୁକ୍ତିଲାଭ କରିବ ।

 

 

 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.