ମୁମ୍ବାଇ,୮/୯ : ଅଭିନେତ୍ରୀରୁ ସାଂସଦ ହୋଇଥିବା କଙ୍ଗନା ରଣାଓ୍ବତ ବହୁ ସମୟରୁ ନିଜ ମୋଷ୍ଟ ଆଓ୍ବାଟେଡ ଅପକମିଂ ଫିଲ୍ମ ‘ଇମରଜେନ୍ସି’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ରିଲିଜ ପୂର୍ବରୁ ଫିଲ୍ମର ଟ୍ରେଲରକୁ ନେଇ ବହୁ ବିବାଦ ଛିଡ଼ା ହୋଇଛି । ଯେଉଁଠାରେ କିଛି ଦଳର ନେତା ଫିଲ୍ମ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି । ଖାଲି ଏତିକି ନୁହେଁ କଙ୍ଗନା ନିଜେ ଏକ ଭିଡ଼ିଓ ଜାରି କରି ଏହା କହିଥିଲେ କି ସିବିଏଫସି ତରଫରୁ ତାଙ୍କ ଫିଲ୍ମକୁ ମିଳିଥିବା ସାର୍ଟିଫିକେଟକୁ ଅଟକାଯାଇଛି , ଯେଉଁ କାରଣରୁ ଫିଲ୍ମ ନିଜ ଧାର୍ଯ୍ୟ ତାରିଖରେ ରିଲିଜ ହୋଇପାରିଲା ନାହିଁ ।
ସେହିପରି ଏବେ କଙ୍ଗନାଙ୍କ ଫ୍ୟାନ୍ସଙ୍କ ଲାଗି ବଡ଼ ଖୁସି ଖବର ଏହା ଅଟେ କି ସିବିଏଫସି ତରଫରୁ ‘ଇମରଜେନ୍ସି’କୁ ରିଲିଜକୁ ଗ୍ରୀନ ସିଗ୍ନାଲ ମିଳି ସାରିଛି । ଆଜ୍ଞା ହଁ କଙ୍ଗନାଙ୍କ ଫିଲ୍ମକୁ ସିବିଏଫସି ତରଫରୁ ୟୁଏ ସାର୍ଟିଫିକେଟ ମିଳିସାରିଛି । ବିବାଦ ଭିତରେ କଙ୍ଗନାଙ୍କ ‘ଇମରଜେନ୍ସି’ର ରିଲିଜ ତାରିଖ ପରିବର୍ତ୍ତନ ହୋଇଥିଲା । ଯାହା ପୂର୍ବରୁ ୬ସେପ୍ଟେମ୍ବରରେ ହଲକୁ ଆସିଥାନ୍ତା । କିନ୍ତୁ ଏବେ ସେନ୍ସର ବୋର୍ଡ଼ ଏଥିରେ କିଛି କଟ୍ ଏବଂ ପରିବର୍ତ୍ତନ କରିଛନ୍ତି । ସେଣ୍ଟ୍ରାଲ ବୋର୍ଡ଼ ଅଫ ଫିଲ୍ମ ସାର୍ଟିଫିକେଶନ(ସିବିଏଫସି) ଫିଲ୍ମକୁ ‘ୟୁଏ’ ସାର୍ଟିଫିକେଟ ଦେଇଛନ୍ତି । କିନ୍ତୁ ଏହାକୁ ନେଇ ୩କଟ ଏବଂ ପ୍ରାୟ ୧୦ପରିବର୍ତ୍ତନ କରାଯାଇଛି ।