ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜୁଆ ଆଡ୍ଡା ଉପରେ ଫିରିଙ୍ଗିଆ ପୋଲିସର ଚଢ଼ାଉ, ୯ ଟି ବାଇକ ସହ ୪ ହଜାରରୁ ଅଧିକ ଟଙ୍କା ଜବତ, ୭ ଗିରଫ...

ଫିରିଙ୍ଗିଆ ୦୨/୦୯: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟ ହାଟପଦା ଠାରେ ଦୀର୍ଘ ଦିନ ଧରି ଚାଲୁଥିବା ଏକ ଜୁଆ ଅଡ୍ଡା ଉପରେ ଫିରିଙ୍ଗିଆ ପୋଲିସ ଅତର୍କିତ ଚଢ଼ାଉ କରିଛି । ଏହି ସମୟରେ ଘଟଣା ସ୍ଥଳରୁ ୯ ଟି ବାଇକ ସହ ୪ ହଜାର ୮ ଶହ ଟଙ୍କା ଓ କିଛି ତାସ ପତା ଜବତ କରିଛି । ଏହି ଘଟଣାରେ ୭ ଜଣ ପେସାଦାର ଯୁଆଡିଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି I ସୂଚନା ଅନୁସାରେ ସାଡୀଙ୍ଗିଆ ହାଟପଦା ଠାରେ ଦୀର୍ଘଦିନ ଧରି ଜୁଆଖେଳ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା I ଅଭିଯୋଗ ଆଧାରରେ ରବିବାର ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯରତ ଏସଆଇ ଦୀପକ କୁମାର ରାଉତଙ୍କ  ନେତୃତ୍ୱରେ ଥାନାରେ କାର୍ଯ୍ୟରତ ଏଏସଆଇ ଶ୍ରୀକାନ୍ତ ପାତ୍ର ଓ ଅନ୍ୟକିଛି କର୍ମଚାରୀ ହାଟପଦାରେ ଅତର୍କିତ ଚଢ଼ାଉ କରିଥିଲେ I ଚଢ଼ାଉ ସମୟରେ କିଛି ଯୁଆଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସାତ ଜଣ ଯୁଆଡିଙ୍କୁ ଗିରଫ କରିବାରେ ପୋଲିସ ଟିମ ସଫଳ ହୋଇଥିଲେ I ତେବେ ଗିରଫ ଯୁଆଡି ମାନଙ୍କ ମଧ୍ୟରେ ସାଡୀଙ୍ଗିଆ ଗାଁର ରମେଶ ମୁଖି, ସାଡୀଙ୍ଗିଆ ପଞ୍ଚାୟତ ସୁନାର ଦେଇ ଗାଁ ର ସଂଜୀବ ବିନ୍ଧାଣି, ସୁମେର ବନ୍ଧ ପଂଚାୟତ ଗାଗଡ଼ପଦର ଗାଁର ଭାଗ୍ୟଧର ସାହୁ, ଜାଜେସପାଙ୍ଗା ପଞ୍ଚାୟତ ରାଙ୍ଗାପାଙ୍ଗା ଗାଁର ପ୍ରଶାନ୍ତ କହଁର, ଲେଣ୍ଡ୍ରିଗାଁର ପ୍ରଦୀପ ହଂସ, ବୁଡ଼ାଗୂଦା ଗାଁର ଗଳିତ ମଳିକ ଓ ଫୁଲବାଣୀ ସଦର ଥାନା ବିଶିପଡ଼ା ପଂଚାୟତ ଡୁମୁରିଗୂଡା ଗାଁର ସାମନ୍ତ ଦିଗାଲ ବୋଲି ଜଣା ପଡିଛି I ଅନ୍ୟପଟେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ 178/2024ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ମଙ୍ଗଳବାର ଗିରଫ ଯୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.