ଇନ୍ଦୋର – ଚାକିରି ନପାଇ ବେକାର ହୋଇ ନିରାଶରେ ଜଣେ ଯୁବକ। ଇନ୍ଦୋର ଆଇଆଇଟି କ୍ୟାମ୍ପସରେ ନିର୍ମିତ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଦେଲେ ଧମକ । ସୂଚନ ପାଇବା ପରେ ଧମକ ଦେଇଥିବା ସଂପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରି ନେଇଛି । ଅଭିଯୁକ୍ତ ଇ-ମେଲ୍ ମାଧ୍ୟମରେ ଧମକପୂର୍ଣ୍ଣ ମେସେଜ୍ ପଠାଇ ନିଜକୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ସଦସ୍ୟ ଥିବା ଓ ଆଗାମୀ ୧୫ ଅଗଷ୍ଟ ( ସ୍ୱାଧିନତା ଦିବସ)ରେ ଆଇଆଇଟି କ୍ୟାମ୍ପସ ସିମରୋଲ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟକୁ ବୋମାରେ ଉଡ଼ାଇବାକୁ ଯାଉଛନ୍ତି କହିଥିଲେ।
ପୁଲିସ୍ ଅଧିକ୍ଷକ ( ଗ୍ରାମୀଣ) ହିତିକା ବାସଲ କହିଛନ୍ତି ଯେ , ସହରର ଏରୋଡ୍ରମ୍ ରୋଡ୍ ସ୍ଥିତ ଅମୃତ କୁଞ୍ଜ କଲୋନୀ ନିବାସୀ ଚେତନ ସୋନି (୩୦) ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାର ଧମକ ପୂର୍ଣ୍ଣ ଇ-ମେଲ୍ ପଠାଇ ଥିଲେ। ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ (ଏମସିଏ) କରି ସାରିଥିବା ଚେତନ କେନ୍ଦ୍ରୀୟ ବିଦ୍ୟାଳୟରେ ଟେକ୍ନିସିଆନ ପୋଷ୍ଟ ପାଇଁ ଫର୍ମ ଭରି ଥିଲେ, କିନ୍ତୁ ତାଙ୍କର ସିଲେକ୍ସନ ହୋଇ ପାରି ନଥିଲା।
ପୁଲିସ ଅଧିକାରୀ କହିଛନ୍ତି କି, ଚେତନ ସୋନି ୨୦୧୫ ମସିହାରେ ନିଜର ପାଠପଢା ସାରି ଥିଲେ , କିନ୍ତୁ ଅନେକ ଚେଷ୍ଟା ସତ୍ତ୍ୱେ ସେ ବେରୋଜଗାର ଥିଲେ। ଯେଉଁଥିରେ ସେ ଖୁବ୍ ନିରାଶ ହୋଇ ଯାଇଥିଲେ। ଚାକିରି ନମିଳିବାରୁ ହତାଶ ହୋଇ ସେ ଗତ ମାସରେ ଭାରତୀୟ ଟେକ୍ନୋଲଜି ସଂସ୍ଥା ଆଇଆଇଟି ପରିସର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ଇମେଲ ମାଧ୍ୟମରେ ଧମକ ଦେଇଥିଲେ । ୧୫ ଅଗଷ୍ଟରେ ଶିକ୍ଷା ସଂସ୍ଥାକୁ ବୋମାରେ ଉଡ଼ାଇ ଦିଆଯିବ।
ସ୍କୁଲ ପ୍ରଶାସନର ପକ୍ଷରୁ ଅଭିଯୋଗ ରୁଜୁ କରାଇବା ପରେ ପୁଲିସ୍ ଅଭିଯୁକ୍ତ ଚେତନ ସୋନିଙ୍କୁ ଧରି ନେଇଛନ୍ତି। ଏସପି କହିଛନ୍ତି ଯେ ପୁଲିସ ମାମଲାକୁ ଗୁରୁତର ସହ ଯାଞ୍ଚ କରୁଛି।