ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଏହି ଦିନରେ ପ୍ରଳୟ ସୁନିଶ୍ଚିତ ! ୩ୟ ବିଶ୍ୱଯୁଦ୍ଧର ତାରିଖ କହିଲେ ଏହି ଭାରତୀୟ ଜ୍ୟୋତିଷ

ନୂଆଦିଲ୍ଲୀ – ଇସ୍ରାଏଲ ଯେପରି ତେହରାନରେ ପଶି ନିଜର ସବୁଠୁ ବଡ଼ ଶତ୍ରୁ ହମାସର କମାଣ୍ଡର ଇନ୍‌ ଚିଫ୍‌ ଇସ୍ମାଇଲ ହାନିୟେହଙ୍କୁ ହତ୍ୟା କଲା,  ଏହାକୁ ନେଇ ଇରାନୀ ଶାସକ ପ୍ରତିଶୋଧର ନିଆଁରେ ଜଳୁଛନ୍ତି। ଇରାନର ସର୍ବୋଚ୍ଚ ନେତା ଅଲୀ ଅୟାତୁଲ୍ଲା ଖାମେନେଇ ନିଜର ସୈନିକଙ୍କୁ ଇସ୍ରାଏଲରେ ହମଲାର ଚେତାବନୀ ମଧ୍ୟ ଦେଇ ସାରିଛନ୍ତି। ୟୁରୋପରେ ବିଗିଡ଼ି ଥିବା ତାଜା ସ୍ଥିତି ଆଉ ଏକ ବିଶ୍ୱଯୁଦ୍ଧର ସଙ୍କେତ ଦେଇଛି। ପୂର୍ବରୁ ମଧ୍ୟ ରୁଷ୍‌-ୟୁକ୍ରେନ୍‌ ଓ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଏହି ମଧ୍ୟରେ ମୁସଲିମ୍ ରାଷ୍ଟ୍ରର ଇସ୍ରାଏଲ ଉପରେ ଆକ୍ରମଣର ଘୋଷଣା ନୂଆ ସଙ୍କଟ ସୃଷ୍ଟି କରୁଛି। ଆମେରିକା ମଧ୍ୟ ଇସ୍ରାଏଲକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ନିଜର ସୈନିକଙ୍କୁ ପ୍ରସ୍ତୁତ ରହିବାକୁ କହିଛି। 

ଏଥିରେ ଜଣାପଡ଼ୁଛି ଦୁନିଆ ଉପରେ ଯେଭଳି ଆଉ ଏକ ବିଶ୍ୱଯୁଦ୍ଧର ବିପଦ ମାଡ଼ି ଆସୁଛି । ଏହି ସ୍ଥିତି ଯେମିତି ଜଣେ ଭାରତୀୟ ଜ୍ୟୋତିଷଙ୍କ ଭବିଷ୍ୟବାଣୀକୁ ଖୋରାକ ଯୋଗାଇଛି। ଭାରତୀୟ ନୋଷ୍ଟ୍ରାଡାମସ୍‌ ନାମରେ ବିଖ୍ୟାତ କୁଶଳ କୁମାର ଚେତାବନୀ ଦେଇଛନ୍ତି ଯେ, ଦୁନିଆରେ ୩ୟ ବିଶ୍ୱଯୁଦ୍ଧର ବିପଦ ମାଡ଼ି ଆସୁଛି। ସେ ମଧ୍ୟ ଏହି ମହା ପ୍ରଳୟର ତାରିଖକୁ କହି ଦେଇଛନ୍ତି। 

କୁଶଳ କୁମାର ଭାରତର ପ୍ରସିଦ୍ଧ ଜ୍ୟୋତିଷଙ୍କ ମଧ୍ୟରେ ଜଣେ। ତାଙ୍କୁ ଅନୁସରଣ କରୁଥିବା ଲୋକ କୁଶଳ କୁମାରଙ୍କୁ ଭାରତୀୟ ନୋଷ୍ଟ୍ରାଡାମସ୍‌ ନାମରେ ମଧ୍ୟ କୁହନ୍ତି। ସେ ସଦ୍ୟ ଚେତାବନୀ ଦେଇଛନ୍ତି ଯେ , ତୃତୀୟ ବିଶ୍ୱଯୁଦ୍ଧ ୪ ବା ୫ ଅଗଷ୍ଟରେ ଆରମ୍ଭ ହୋଇପାରେ। ଏହା ପୂର୍ବରୁ କୁଶଳ କୁମାର ୩ୟ ବିଶ୍ୱଯୁଦ୍ଧକୁ ନେଇ ଦୁଇଟି ଭବିଷ୍ୟବାଣୀ ମଧ୍ୟ କରି ଥିଲେ। 

ପ୍ରଥମେ ସେ ଦାବି କରିଥିଲେ ଯେ, ୧୮ ଜୁନ୍‌ ପରେ କେବେ ବି ଯୁଦ୍ଧ ହୋଇପାରେ। ପୁଣି ସେ ୨୬ ବା ୨୮ ଜୁଲାଇରେ ଏକ ତୃତୀୟ ବିଶ୍ୱ ଯୁଦ୍ଧର ତାରିଖ କହିଥିଲେ। ଏବେ କୁଶଳ କୁମାର ୩ୟ ଥର ଭବିଷ୍ୟବାଣୀ କରିଛନ୍ତି କି, ୪ ବା ୫ ଅଗଷ୍ଟର ମହାଯୁଦ୍ଧ ଆରମ୍ଭ ହୋଇପାରେ , ଯାହାର ପୂରା ଦୁନିଆ ଉପରେ ପ୍ରଭାବ ଦେଖିବାକୁ ମିଳିବ। 

କହି ରଖୁଛୁ କି, ପୂର୍ବରୁ ବି କୁଶଳ କୁମାର ଇସ୍ରାଏଲ-ହମାସ ଯୁଦ୍ଧ ଓ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସଠିକ୍‌ ଭବିଷ୍ୟବାଣୀ କରିଥିଲେ। ସେ ଦାବି କରିଥିଲେ, ଲ୍ୟାଣ୍ଡକୁ ନେଇ ସଂଘର୍ଷ ଏହି ରାଷ୍ଟ୍ର ମଧ୍ୟରେ ଯୁଦ୍ଧକୁ ଜନ୍ମ ଦେବ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଦୀପ ଲିଭି ଯିବ। ତାଙ୍କର ଏହି ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି।

ଲିଙ୍କଡଇନ୍‌ ପ୍ରୋଫାଇଲରୁ ଜଣାପଡ଼େ, କୁଶଳ କୁମାର ହରିଆଣାର ପଞ୍ଚକୁଲାରେ ରୁହନ୍ତି ଏବଂ ସେ ଜଣେ ପ୍ରସିଦ୍ଧ ଜ୍ୟୋତିଷ ଲେଖକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.