ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ଦୁଇ ଦିନରେ ୩୦କୋଟି ପାର୍ ହେଲା ‘ଇଣ୍ଡିଆନ ୨’, ଅକ୍ଷୟ କୁମାରଙ୍କ ‘ସରଫିରା’ ପଡ଼ିଲା ପଛରେ , ଦେଖନ୍ତୁ କଲେକ୍ସନ

Published By : Prameya | July 13, 2024 9:17 PM

ମୁମ୍ବାଇ,୧୩/୭ : କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ ୨’ ରିଲିଜ ହୋଇଯାଇଛି ଏବଂ ବକ୍ସ ଅଫିସରେ ଦମଦାର୍ କଲେକ୍ସନ କରୁଛି । ଫିଲ୍ମ ୧୨ଜୁଲାଇରେ ପରଦାରେ ଆସିଛି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସରଫିରା’ ସହ ଟକ୍କର ହେଉଛି । ମାତ୍ର କଲେକ୍ସନରେ ‘ଇଣ୍ଡିଆନ -୨’ ଉପରେ କୌଣସି ପ୍ରଭାବ ପଡ଼ୁନଥିବା ଦେଖାଯାଉଛି ଏବଂ  ଏହି ଫିଲ୍ମ ‘ସରଫିରା’କୁ ଟକ୍କର ଦେଉଛି ।

ରିପୋର୍ଟ ଅନୁସାରେ କମଲ ହାସନଙ୍କ ‘ଇଣ୍ଡିଆନ ୨‘ ଘରୋଇ ବକ୍ସ ଅଫିସରେ ୨୫.୬ କୋଟିର ଓପନିଂ କରିଛି । ସେହିଭଳି ଦ୍ବିତୀୟ ଦିନରେ ବି ଫିଲ୍ମ ଭଲ କଲେକ୍ସନ କରିଛି । ଏବେ ପର୍ଯ୍ୟନ୍ତ ଆରମ୍ଭ କଲେକ୍ସନ ଉପରେ ନଜର ପକାଇବା ତ ‘ଇଣ୍ଡିଆନ ୨’ ଏବେ ପର୍ଯ୍ୟନ୍ତ ୧୦.୪୯କୋଟି ଟଙ୍କା କଲେକ୍ସନ କରି ସାରିଛି । ଦୁଇ ଦିନରେ କମଲ ହାସନଙ୍କ ଫିଲ୍ମ ୩୦କୋଟି ଟଙ୍କାରୁ ଅଧିକ କଲେକ୍ସନ କରି ନେଇଛି ।

ଅକ୍ଷୟ କୁମାରଙ୍କ ଫିଲ୍ମ ‘ସରଫିରା’ ବକ୍ସ ଅଫିସରେ କିଛି ଖାସ୍ ପରଫର୍ମାନ୍ସ କରିପାରିନାହିଁ । ‘ଇଣ୍ଡିଆନ ୨’ର କଲେକ୍ସନର ପ୍ରଭାବ ବି ପଡ଼ୁଛି । ଭାରତରେ ‘ସରଫିରା‘ ୨.୫କୋଟି ଟଙ୍କାର ଖାତା ଖୋଲିଛି । ସେହିଭଳି ଦ୍ବିତୀୟ ଦିନ ବି ଫିଲ୍ମ କୌଣସି ରେକର୍ଡ଼ କଲେକ୍ସନ କରିପାରିନାହିଁ । ଏବେ ପର୍ଯ୍ୟନ୍ତ ଫିଲ୍ମ ଘରୋଇ ବକ୍ସ ଅଫିସରେ ୨.୪୩କୋଟି ଟଙ୍କାର କଲେକ୍ସନ କରିଛି ଏବଂ ଦୁଇ ଦିନରେ ପ୍ରାୟ ୪.୯୩କୋଟି ଟଙ୍କାର କଲେକ୍ସନ କରି ନେଇଛି । 

‘ଇଣ୍ଡିଆନ ୨’ ଦୁଇ ଦିନରେ ଏବେ ପର୍ଯ୍ୟନ୍ତ ୩୬.୦୯କୋଟିର କଲେକ୍ସନ କରି ଅକ୍ଷୟ କୁମାରଙ୍କ ‘ସରଫିରା’କୁ ବହୁ ପଛରେ ପକାଇ ଦେଇଛି । ପ୍ରକାଶ ଯେ, ‘ଇଣ୍ଡିଆନ ୨’ ୧୯୮୬ରେ ଆସିଥିବା ଫିଲ୍ମ ‘ଇଣ୍ଡିଆନ’ର ସିକ୍ବେଲ । ‘ସରଫିରା’ରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି । ତାଙ୍କ ସହ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଦେଖାଦେଇଛନ୍ତି । ସେହିଭଳି ପରେଶ ରାଓ୍ବଲ ଏବଂ ସୀମା ବିଶ୍ବାସ ବି ଫିଲ୍ମ ଭାଗିଦାରୀ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.