ନୂଆଦିଲ୍ଲୀ,୨୦।୧୧: ଆଇସିସି ବିଶ୍ୱକପ୍ର ଅନ୍ତିମ ମ୍ୟାଚ୍ରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱକପ ଟାଇଟଲ ଜିତିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଓପନର୍ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡଙ୍କ ୧୩୭ ରନ୍ର ଶତକୀୟ ଇନିଂସ ଖେଳି ଟିମ୍ ଇଣ୍ଡିଆର ୨୪୧ ରନ୍ର ଲକ୍ଷ୍ୟକୁ ୬ ଓ୍ବିକେଟରେ ହାସଲ କରିନେଇଛି। ବିଶ୍ବକପ୍ ୨୦୨୩ ରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ଥିଲ।
ଏହି ବିଶ୍ବକପ୍ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତ ଉପରେ ବିଜୟ ପରେ ଅଷ୍ଟ୍ରେଲିଆ ଟିମ୍ର ଜୋରଦାର ପ୍ରଶଂସା କରାଯାଉଛି। ସେଭଳି ଅଷ୍ଟ୍ରେଲିଆ ମିଡିଆ ଭାରତୀୟ ଖେଳାଳି ଓ ଦର୍ଶକଙ୍କ ମନୋଭାବକୁ ନେଇ ଟିପ୍ପଣୀ କରାଯାଉଛି। ଅଷ୍ଟ୍ରେଲିଆ ଗଣମାଧ୍ୟମ ଲେଖିଛି ପେଟ୍ କମିନ୍ସ ଓ ତାଙ୍କୁ ଏହି ବଡ ବିଜୟର ଅନୁଭବ ନଥିଲା। କାରଣ ଏକ ଲକ୍ଷ ୩୦ ହଜାରରୁ ଅଧିକ କ୍ଷମତା ଥିଲା ଷ୍ଟାଡିୟମ୍ରେ ଯେତେବେଳେ କମିନ୍ସଙ୍କୁ ଟ୍ରଫି ଦିଆଯାଇଥିଲା। ସେ ସମୟରେ ପୁରା ଷ୍ଟାଡିୟମ୍ ଖାଲି ଥିଲା।
ଭାରତ ଲିଗ୍ ମ୍ୟାଚ୍ରେ ଲଗାତାର ୯ଟି ବିଜୟ ଓ ଏକ ନକଆଉଟ ମୁକାବିଲା ଅର୍ଥାତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଏଣ୍ଟ୍ରି କରିଥିଲେ। ଏହି ସମୟରେ ଭାରତ ଅଷ୍ଟ୍ରେଲିଆ ସହିତ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲ୍ୟାଣ୍ଡ, ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡକୁ ଧୁଳି ଚଟାଇଥିଲା। କିନ୍ତୁ ଟିମ୍ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆ ବିରୋଧରେ ଜିତିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।
‘ଦ କ୍ରନିକାଲ’ ଭାରତ ଉପରେ ବିଜୟକୁ ନେଇ ହେଡିଂ ଦେଇଛି-ବିଶ୍ବକପ୍ ଫାଇନାଲରେ ଖେଳ ଭାବନା ଦେଖାଇନଥିବାରୁ ଭାରତୀୟଙ୍କୁ ସମାଲୋଚନା କରିଛି। ଓ୍ବେବସାଇଟ୍ ଆହୁରି ଲେଖିଛି, କ୍ରିକେଟ ବିଶ୍ବକପ୍ ଫାଇନାଲରେ ଭାରତୀୟମାନେ ଖେଳ ଭାବନା ଦେଖାଇ ନାହାନ୍ତି, ଯାହାକୁ ନେଇ ତାଙ୍କୁ ସମାଲେଚନା ହେଉଛି। ଅଷ୍ଟ୍ରେଲିଆକୁ ଯେତେବେଳେ ବିଶ୍ବକପ୍ ଟ୍ରଫି ଦିଆଯାଇଥିଲା ସେତେବେଳେ ଭାରତୀୟ ଖେଳାଳିଙ୍କ ସମାରୋହରେ ନଥିଲେ।
ଅଷ୍ଟ୍ରେଲିଆ ଖବର କାଗରଜ ଆଗକୁ ଲୋଖିଛି, ଟୁର୍ଣ୍ଣାମେଣ୍ଟର ଆରମ୍ଭ ଦୁଇଟି ପରାଜୟ ପରେ ଆଇସିସି କ୍ରିକେଟ ବିଶ୍ବକପ୍ ଟ୍ରଫି ଉପରେ କବଜା କରିବା କୌଣସି ଅଷ୍ଟ୍ରେଲିଆ ଟିମ୍ ପାଇଁ ଅସାଧରଣ ଉପଲବ୍ଧି ଭିତରୁ ଗୋଟିଏ। ତେବେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପେଣ୍ଟ କମିନ୍ସ ଓ ତାଙ୍କ ଟିମ୍କୁ ଏହି ଉପଲବ୍ଧିର ଅନୁଭବ ହେବନି। କାରଣ ୧ ଲକ୍ଷ ୩୦ ହଜାରରୁ ଅଧିକ କ୍ଷମତା ଥିବା ଷ୍ଟାଡିୟମ୍ରେ ଯେତେବେଳେ ଟ୍ରଫି ଦିଆଯାଇଥିଲା, ସେ ସମୟରେ ପୁରା ଷ୍ଟାଡିୟମ୍ ଖାଲିଥିଲା। ସବୁଠାରୁ ଖାସ୍ କଥା ଏହା ଯେ, ଯେଉଁ ସମୟରେ ଅଷ୍ଟ୍ରେଲିଆ ଟିମ୍କୁ ଟ୍ରଫି ଦିଆଯାଇଛି। ସେତେବେଳେ ଭାରତୀୟ ଟିମ୍ ମଧ୍ୟ ନଜର ଆସିନଥିଲା।’