ପ୍ରମୂଖ ଖବର
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

୪୦% ଚାକିରି ପ୍ରତି ଏଆଇ ବିପଦ, ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରଭାବିତ ହେବ ୬୦% ନିଯୁକ୍ତି

Published By : Prameya | May 15, 2024 2:47 PM

ନୂଆଦିଲ୍ଲୀ, ୧୫।୫: ବିଶ୍ୱ ଶ୍ରମ ବଜାର ଉପରେ ବଡ଼ ପ୍ରଭାବ ପକାଇବାକୁ ଯାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା(ଏଆଇ) । ଏହା ବିଶ୍ୱ ନିଯୁକ୍ତି ବଜାରରେ ସୁନାମି ଆଣିପାରେ ବୋଲି ସତର୍କ କରିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା । ଜର୍ଜିଭା କହିଛନ୍ତି ଯେ, ଏଆଇ ଯୋଗୁ ଆଗାମୀ ଦୁଇ ବର୍ଷରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରାୟ ୬୦% ନିଯୁକ୍ତି ପ୍ରଭାବିତ ହେବ । 

ସେହିଭଳି ବିଶ୍ୱବ୍ୟାପୀ ପ୍ରାୟ ୪୦% ଚାକିରି ପ୍ରତି ବିପଦ ରହିଛି । ଜୁରିଚ୍‌ଠାରେ ସୁଇସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟର୍‌ନ୍ୟାସ୍‌ନାଲ ଷ୍ଟଡିଜ୍‌ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ଏଆଇଜନିତ ପରିବର୍ତ୍ତନ ସହ ତାଳ ମେଳାଇ ଚାଲିବା ପାଇଁ କର୍ମଚାରୀ ଏବଂ ବ୍ୟବସାୟଗୁଡ଼ିକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ପ୍ରଯୁକ୍ତି ପାଇଁ ବ୍ୟବସାୟିକ ସଂସ୍ଥା ତଥା ଲୋକମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଆମ ନିକଟରେ ସ୍ୱଳ୍ପ ସମୟ ଅଛି । ଜର୍ଜିଭା ଆହୁରି କହିଛନ୍ତି, ଏଆଇକୁ ଯଦି ଭଲ ଭାବେ ପରିଚାଳନା କରାଯାଇପାରିବ, ତା’ହେଲେ ଏହା ଉତ୍ପାଦକତାରେ ବୃହତ୍‌ ବୃଦ୍ଧି ଆଣିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.