ଭୁବନେଶ୍ୱର, ୧୭।୬: ଘରର ସୁଖ ସମୃଦ୍ଧି ପାଇଁ ଲୋକେ ବିଭିନ୍ନ ବାସ୍ତୁ ଜିନିଷରେ ଘର ସଜାନ୍ତି । ବାସ୍ତୁଶାସ୍ତ୍ରରେ ଏପରି କିଛି ଜିନିଷ ସମ୍ପର୍କରେ ଉଲ୍ଲେଖ ରହିଛି, ଯାହା ଘରେ ସୁଖସମୃଦ୍ଧି ଆଣିଦିଏ । ତେବେ ଚୀନ୍ ବାସ୍ତୁଶାସ୍ତ୍ରରେ ପେଙ୍ଗସୁଇ ୱିଣ୍ଡ୍ ଚାଇମ୍ର ବେଶ୍ ଗୁରୁତ୍ୱ ରହିଛି । ଏହା ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଘରେ ସୁଖସମୃଦ୍ଧି ଆଣିଦିଏ । ବଜାରରେ ବାଉଁଶ, ମେଟାଲ, କ୍ରିଷ୍ଟାଲ୍, ଫାଇବର ଓ କାଠର ୱିଣ୍ଡ୍ ଚାଇମ୍ ଉପଲବ୍ଧ ହୋଇଥାଏ । ତେବେ ଘରେ ୱିଣ୍ଡ୍ ଚାଇମ୍ ଲଗାଇବା ସମୟରେ କେତେକ ନିୟମ ପାଳନ କରିବା ଉଚିତ୍, ନଚେତ୍ ଏହା ଘର ଉପରେ କୁପ୍ରଭାବ ପକାଇପାରେ ।
-ୱିଣ୍ଡ ଚାଇମ୍କୁ କଦାପି ରୋଷେଇ ଘରେ କିମ୍ୱା ପୂଜା ଘରେ ଲଗାଇବା ଅନୁଚିତ୍ । ରୋଷେଇ ଘରେ ୱିଣ୍ଡ୍ ଚାଇମ୍ ଲଗାଇବା ଦ୍ୱାରା ଏହା ଘର ଉପରେ ନକାରାତ୍ମକ ପ୍ରଭାବ ପକାଏ । ଏହାକୁ ପୂଜା ସ୍ଥଳରେ ଲଗାଇବା ଦ୍ୱାରା ଘରର ମହିଳା ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ସମସ୍ୟା ଲାଗିରୁହେ ।
- ସେହିଭଳି ଯେଉଁଠି, ବସୁଛନ୍ତି କିମ୍ୱା ଶୋଉଛନ୍ତି ସେଠାରେ ମଧ୍ୟ ୱିଣ୍ଡ୍ ଚାଇମ୍ ଲଗାଇବା ଅନୁଚିତ୍ । ସୋଫା, ବେଡ୍ ଆଦିର ଠିକ୍ ଉପରେ ଏହାକୁ ଲଗାଇବା କଥା ନୁହେଁ । ଏହାଦ୍ୱାରା ପରବାର ସଦସ୍ୟଙ୍କ ସ୍ୱାସ୍ଥ୍ୟହାନି ଘଟିଥାଏ ବୋଲି କୁହାଯାଏ ।
- ଯଦି ଘରେ ମେଟାଲ୍, ଷ୍ଟିଲ୍, ଲୁହାର ୱିଣ୍ଡ୍ ଚାଇମ୍ ଲଗାଉଛନ୍ତି, ଏହାକୁ ଘରର ଉତ୍ତର-ପଶ୍ଚିମ ଦିଗରେ ଲଗାନ୍ତୁ ।
- ସେହିଭଳି ଘରର ଏୌଶାନ୍ୟ କୋଣରେ ମାଟିର ୱିଣ୍ଡ୍ ଚାଇମ୍ ଲଗାଇବା ଉଚିତ୍ । ଘରର କେନ୍ଦ୍ରସ୍ଥଳରେ ମଧ୍ୟ ୱିଣ୍ଡ୍ ଚାଇମ୍ ଲଗାଇବା ଅନୁଚିତ୍ । ଏହା ନକାରତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ ।
- ସେହିଭଳି ୱିଣ୍ଡ୍ ଚାଇମ୍କୁ କାହାକୁ ଉପହାରସ୍ୱରୂପ ଦେବା ଅନୁଚିତ୍ । ଏପରି କରିବା ଦ୍ୱାରା ଉଭୟେ ଦେଉଥିବା ଓ ନେଉଥିବା ଲୋକଙ୍କର ହାନି ଘଟିଥାଏ ।