ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

୧୫୬ଟି ଲଢ଼ୁଆ ହେଲିକପ୍ଟର ତିଆରି ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌କୁ ମିଳିଲା ଟେଣ୍ଡର

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ପ୍ରତିରକ୍ଷା ମନ୍ତ୍ରାଳୟ କିଣିବାକୁ ଯାଉଛି ୧୫୬ଟି ହାଲୁକା ଲଢ଼ୁଆ ହେଲିକପ୍ଟର । ଏଥିପାଇଁ ମନ୍ତ୍ରାଳୟ ପକ୍ଷରୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)କୁ ୪୫ ହଜାର କୋଟି ଟଙ୍କାର ଟେଣ୍ଡର ଦେଇଛି । ଏନେଇ ସୋମବାର ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଂରେ ସୂଚନା ଦେଇଛି ହାଲ୍ । ହାଲ୍ ସେବିକୁ ଦେଇଥିବା ସୂଚନା ଅନୁଯାୟୀ, ଏହି ହେଲିକପ୍ଟର ମଧ୍ୟରୁ ୯୦ଟି ଭାରତୀୟ ସେନାକୁ ଏବଂ ୬୬ଟି ହେଲିକପ୍ଟର ଭାରତୀୟ ବାୟୁ ସେନାକୁ ଦିଆଯିବ ।

ଏହି ହାଲୁକା ଲଢ଼ୁଆ ହେଲିକପ୍ଟରର ନାଁ ‘ପ୍ରଚଣ୍ଡ’ ରଖାଯାଇଛି । ଏହା ବିଶ୍ବର ଏକମାତ୍ର ହେଲିକପ୍ଟର ଯାହା ୫୦୦୦ ବା ତାଠୁ ଅଧିକ ମିଟର ଉଚ୍ଚରେ ସହଜରେ ଉଡ଼ାଣ  କରିବାରେ ସକ୍ଷମ । ଏହା ସିଆଚିନ୍ ଗ୍ଲେସିୟର ଏବଂ ପୂର୍ବ ଲଦାଖ ଭଳି ଉଚ୍ଚତମ ସ୍ଥାନରେ ସହଜରେ ଉଡ଼ାଣ ଓ ଅବତରଣ କରିପାରିବ ।  ଶତ୍ରୁକୁ ମାତ୍ ଦେବାକୁ ଏହି ହେଲିକପ୍ଟରରେ ମିସାଇଲ ମଧ୍ୟ ଖଞ୍ଜାଯାଇଛି। ଏହି ହେଲିକପ୍ଟର ଆକାଶରୁ ଭୂପୃଷ୍ଠ ଏବଂ ଭୃପଷ୍ଠରୁ ଆକାଶକୁ ଟାର୍ଗେଟ କରିବାର କ୍ଷମତା ରଖିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ବାୟୁସେନା ପାଇଁ ୯୭ଟି ହାଲୁକା ଲଢ଼ୁଆ ଏୟାରକ୍ରାଫ୍ଟ (LCA Mk-1A) ତେଜସ୍ ପାଇଁ ଟେଣ୍ଡର ଜାରି କରିଥିଲେ। ନଭେମ୍ବର ୨୦୨୩ରେ ଡିଏସି (ଡିଫେନ୍ସ ଆକ୍ୟୁଜିସନ କାଉନସିଲ) ୯୭ ତେଜସ ବିମାନ କିଣିବାକୁ ମଞ୍ଜୁରି ଦେଇଥିଲା। ଏହି ଯୁଦ୍ଧ ବିମାନ କିଣିବା ପାଇଁ ୬୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଅନୁମାନ କରାଯାଉଛି।

 

  • Indian Army
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.