ଜମ୍ମୁ : ଜମ୍ମୁ-କାଶ୍ମୀରର ତ୍ରିକୁଟା ପାହାଡ଼ ଗୁଡ଼ିକ ମଧ୍ୟରେ ଥିବା ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଭକ୍ତଙ୍କ ପାଇଁ ଖୁସି ଖବର। ଜମ୍ମୁରୁ ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ପବିତ୍ର ଗୁମ୍ଫା ମନ୍ଦିର ଯାଏ ବହୁ ପ୍ରତିକ୍ଷୀତ ହେଲିକପ୍ଟର ସେବା ୨୫ ବା ୨୬ ଜୁନରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଂଶୁଲ ଗର୍ଗ କହିଛନ୍ତି , ହେଲିକପ୍ଟର ସେବା ମଙ୍ଗଳବାର ଠାରୁ ଆରମ୍ଭ ହେବାର ଥିଲା , କିନ୍ତୁ ପରିଚାଳନା ସମ୍ୱନ୍ଧୀୟ କିଛି ସମସ୍ୟାର କାରଣରୁ ଏବେ ଏହାକୁ ୨୫ ବା ୨୬ ଜୁନରୁ ଆରମ୍ଭ କରାଯିବାର ଆଶା କରାଯାଉଛି।
ସିଇଓ ଆଶା କରିଛନ୍ତି କି ତୀର୍ଥଯାତ୍ରୀଙ୍କ ପକ୍ଷରୁ ଏହି ସେବାକୁ ପଜିଟିଭ୍ ପ୍ରତିକ୍ରିୟା ମିଳିବ। ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ହିନ୍ଦୁ ଧର୍ମରେ ସବୁଠୁ ପ୍ରତିଷ୍ଠିତ ତୀର୍ଥସ୍ଥଳୀ ମଧ୍ୟରୁ ଗୋଟିଏ ଭାବେ ମନେକରାଯାଏ । ଚଳିତ ବର୍ଷ ଜାନୁୟାରୀରୁ ମେ ଯାଏ ୪୦.୩୦ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଗୁମ୍ଫା ମନ୍ଦିରରେ ପୂଜା ଅର୍ଚ୍ଚନା କରି ସାରିଛନ୍ତି। ସିଇଓ ଆହୁରି କହିଛନ୍ତି , ଜମ୍ମୁରୁ ଗୁମ୍ଫାମନ୍ଦିର ଯାଏ ସିଧା ହେଲିକପ୍ଟର ସେବା ଆରମ୍ଭ କରିବାର ନିଷ୍ପତ୍ତି ତୀର୍ଥଯାତ୍ରୀଙ୍କୁ ସୁବ୍ୟବସ୍ଥିତ କରିବା ଓ ତୀର୍ଥଯାତ୍ରୀଙ୍କୁ ଭଲ ସୁବିଧା ପ୍ରଦାନ କରିବାର ଶ୍ରାଇନ୍ ବୋର୍ଡର ନିରନ୍ତର ପ୍ରୟାସର ଅଂଶ।
ତୀର୍ଥସ୍ଥଳ ବୋର୍ଡ ଏହି ସୁବିଧାର ଲାଭ ନେବାକୁ ଇଚ୍ଛୁକ ତୀର୍ଥଯାତ୍ରୀଙ୍କ ପାଇଁ ଦୁଇଟି ପ୍ୟାକେଜ୍ ପ୍ରସ୍ତୁତ କରିଛନ୍ତି। ଗୋଟିଏ ସେହି ଦିନରେ ଫେରିବା ପ୍ୟାକେଜ୍ , ଯାହାର ଦାମ୍ ପ୍ରତି ତୀର୍ଥଯାତ୍ରୀଙ୍କ ପାଇଁ ୩୫ ,୦୦୦ ଟଙ୍କା ହେବ ତଥା ଦ୍ୱିତୀୟ ଆଗାମୀ ଦିନ ଫେରିବା ପ୍ୟାକେଜ୍ , ଯାହାର ଦାମ୍ ପ୍ରତି ବ୍ୟକ୍ତି ପିଛା ୬୦,୦୦୦ଟଙ୍କା ହେବ। ସେହି ଦିନ ଫେରିବାର ପ୍ୟାକେଜ୍ ଅନୁସାରେ , ଜମ୍ମୁରୁ ମନ୍ଦିର ଯାଏ ଯିବା ଆସିବାର ହେଲିକପ୍ଟର ସେବା ବ୍ୟତୀତ , ତୀର୍ଥଯାତ୍ରୀଙ୍କୁ ପଞ୍ଛି ହେଲିପ୍ୟାଡରୁ ପବିତ୍ର ଗୁମ୍ଫା ମନ୍ଦିର ଯାଏ ଓ ଫେରସ୍ତ ହେଲିପ୍ୟାଡ୍ ଯାଏ ପରିବହନ ସୁବିଧା , ପ୍ରାଥମିକତା ଥିବା ଦର୍ଶନ , ଭବନରେ ମାଗଣା ଭୋଜନ , ଭୌରୋଂ ଘାଟୀ ମନ୍ଦିର ଯାଏ ରୋପୱେ ଟିକେଟ୍ ଓ ପଞ୍ଚମେୱା ପ୍ରସାଦର ଏକ ଡବା ମଧ୍ୟ ମିଳିବ।