ଭୁବନେଶ୍ୱର, ୧୪।୫: ମିଠା ଅଧିକ ଖାଇବାକୁ ସମସ୍ତେ ମନା କରନ୍ତି । ଅଧିକ ମିଠା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ସେହିଭଳି ମିଠାଠାରୁ ଦୂରରେ ରହିଲେ ଆମର ଅନେକ ଫାଇଦା ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି ଫାଇଦା ବିଷୟରେ ।
ଓଜନ ହ୍ରାସ :
ଚିନିର ସିଧା ପ୍ରଭାବ ଆମ ଓଜନ ଉପରେ ପଡ଼ିଥାଏ । କମ୍ ଚିନି ଖାଇଲେ ଆମ ଓଜନ ହ୍ରାସ ହେବାରେ ଲାଗିଥାଏ । ତେଣୁ ଯଦି ଆପଣ ସୁଗାର ଫ୍ରି ଡାଏଟ୍ ଖାଉଛନ୍ତି, ତେବେ ଆପଣ ମେଦବହୁଳତାରୁ ବହୁ ଦୂରରେ ରହିବେ । ଏଥିସହିତ ଖୁବ୍ ଶୀଘ୍ର ଆପଣଙ୍କ ଓଜନ ହ୍ରାସ ହେବାକୁ ଲାଗେ ।
ହାଇ ଏନର୍ଜି ଲେବଲ୍ :
ଅଧିକ ମିଠା ଖାଇଲେ ଏନର୍ଜି ଲେବଲ୍ ଅଧିକ ରହିଥାଏ । ହେଲେ ଖୁବ୍ ଶୀଘ୍ର ଏହା ଆପଣଙ୍କୁ ଥକ୍କାପଣ ଅନୁଭବ କରାଏ । ତେଣୁ ଏକ ନିର୍ଦ୍ଧାରିତ ଏନର୍ଜି ପାଇଁ ସୁଗାର ଫ୍ରି ଡାଏଟ୍ ଫଲୋ କରନ୍ତୁ । ଏହା ଆପଣଙ୍କୁ ଦିନସାରା ଏନର୍ଜେଟିକ୍ ରଖିବ ।
ହେଲଦି ସ୍କିନ୍ :
ଯଦି ଆପଣଙ୍କ ସ୍କିନ୍ରେ ସବୁବେଳେ ବ୍ରଣ, ଦାଗ ଆଦି ସମସ୍ୟା ଦେଖିବାକୁ ମିଳୁଛି । ତେବେ ନିଜର ମିଠା ଖାଇବାର ପରିମାଣ କମାନ୍ତୁ । ଅଧିକ ମିଠା ଖାଇବା ଦ୍ୱାରା ସ୍କିନ୍ ଡଲ୍ ହେବା ସହ ବ୍ରଣ ହେବାର ସମ୍ଭାବନା ରହିଥାଏ । ତେଣୁ ସୁଗାର ଫ୍ରି ଡାଏଟ୍ ତ୍ୱଚାକୁ ସୁନ୍ଦର କରିବା ସହ ତ୍ୱଟାକୁ ସୁନ୍ଦର କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ ।