ନୂଆଦିଲ୍ଲୀ,୧୦।୭: କୃଷକ ଆନ୍ଦୋଳନ ୫ ମାସ ହବ ବନ୍ଦ ହେବା ଫଳରେ ଶମ୍ଭୁ ବର୍ଡର ମାମଲାରେ ପଞ୍ଜାବ ହରିୟାଣା ହାଇକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ ହରିୟାଣା ସରକାରଙ୍କୁ ବର୍ଡରରୁ ବ୍ୟାରିକେଡ ହଟାଇବାର ନିର୍ଦେଶ ଦେଇଛନ୍ତି ଓ ଏକ ସପ୍ତାହ ଭିତରେ ଶମ୍ଭୁ ବର୍ଡର ଖୋଲିବାକୁ କହିଛନ୍ତି। ଶମ୍ଭୁ ବର୍ଡର ଖୋଲିବା ପାଇଁ ହାଇକୋର୍ଟରେ ଦାଖଲ ଏକ ଜନସ୍ବାର୍ଥ ମାମଲା ଶୁଣାଣି କରି ଏହି ନିର୍ଦେଶ ଦିଆଯାଇଛି। ଏହା ସହିତ କୋର୍ଟ ହରିୟାଣା ସରକାରଙ୍କୁ କହିଛନ୍ତି, ସେ କୃଷକଙ୍କୁ ଦିଲ୍ଲୀ ଆଡକୁ ଯିବାକୁ ଦିଅନ୍ତୁ।
ହାଇକୋର୍ଟ କହିଛନ୍ତି, ଶମ୍ଭୁ ବର୍ଡରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। କୃଷକଙ୍କ ଦାବି କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ତେଣୁ ତାଙ୍କୁ ଦିଲ୍ଲୀ ଆଡକୁ ଛାଡିବା ଦରକାର। ଶୁଣାଣି ବେଳେ ହରିୟାଣା ସରକାର କହିଛନ୍ତି, ଯଦି ଶମ୍ଭୁ ବର୍ଡରରୁ ବ୍ୟାରିକେଡ୍ ହଟାଇ ଦିଆଯାଏ ତେବେ କୃଷକ ଅମ୍ବାଲାରେ ପଶି ଯିବେ ଓ ଏସପି ଅଫିସକୁ ଘେରାଉ କରିବେ, କାରଣ ସେ ଏଭଳି ଘୋଷଣା କରିଛନ୍ତି। ଏହା ଉପରେ ହାଇକୋର୍ଟ କହିଛନ୍ତି ପୋଲିସକୁ ଭୟ କରିବା ଦରକାର ନାହିଁ। ଲୋକତନ୍ତ୍ରରେ କୃଷକଙ୍କୁ ହରିୟାଣାରେ ପଶିବା କିମ୍ବା ଘେରାଉ କରିବାକୁ ରୋକା ଯାଇପାରେ।
ସେଭଳି ହାଇକୋର୍ଟ ଏହି ନିଷ୍ପତ୍ତିକୁ କୃଷକମାନେ ସ୍ବାଗତ କରିଛନ୍ତି। କୃଷକ ନେତା ମନଜିତ ରାୟ କହିଛନ୍ତି, ଆମକୁ ଏବେ ନିର୍ଦେଶର କପି ମିଳିନି, କିନ୍ତୁ ଏହି ନିଷ୍ପତ୍ତିର ସ୍ବାଗତ କରୁଛୁ। ଆମେ ବାରମ୍ବାର ପଚାରୁଛୁ ଯେ, କେଉଁ ସମ୍ବିଧାନ ଓ ବଇନ ଅନୁସାରେ, ସଡକରେ କାନ୍ଥ ତିଆରି କରାଯାଇଛି। ସରକାର ଲୋକତନ୍ତ୍ରକୁ ବାଦ ଦେଇ ସଡକ ବନ୍ଦ କରିଥିଲେ। ସେ କହିଚନ୍ତି, ଆମେ ଏଠାରେ ବସିବାକୁ ଚାହୁଁନୁ, ଆମେ ଦିଲ୍ଲୀ ଯିବାକୁ ଚାହୁଁଥିଲୁ। ଆମେ ଏ ବିଷୟରେ ମିଟିଂ କରି ଆଗାମୀ ରଣନୀତି ପ୍ରସ୍ତୁତ କରିବୁ।