ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ୟୁରୋ କପ୍ ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ଜର୍ମାନୀ, ସ୍କଟଲାଣ୍ଡକୁ ୫-୧ ଗୋଲ୍‌ରେ ହରାଇଲା

ମ୍ୟୁନିକ୍‌,୧୫/୦୬: ଚଳିତ  ୟୁଇଏଫଏ ୟୁରୋ ଚାମ୍ପିଅନ୍‌ସିପ୍‌ରେ  ଆୟୋଜକ ଜର୍ମାନୀ ଚିତ୍ତାକର୍ଷକ ବିଜୟ  ସହ ଅଭିଯାନ ଆରମ୍ଭ କରିଛି । ଆଲିଆଞ୍ଜ  ଏରେନାରେ ଅନୁଷ୍ଠିତ ଉଦ୍‌ଘାଟନୀ  ମୁକାବିଲାରେ ଜର୍ମାନୀ ୫-୧ ଗୋଲ୍‌ରେ  ସ୍କଟଲାଣ୍ଡକୁ ପରାସ୍ତ କରିଛି । ଗ୍ରୁପ୍‌-ଏ’ର  ଏହି ମୁକାବିଲା ଏକତରଫା ରହିଥିଲା ।  ମ୍ୟାଚ୍‌ ଆରମ୍ଭରୁ ଜର୍ମାନୀ ପ୍ରଭାବ ବିସ୍ତାର  କରି ଖେଳିଥିଲା ।  ଦଶମ ମିନିଟ୍‌ରେ ଯୁବ ବିସ୍ମୟ   ଫ୍ଲୋରିଆନ୍‌ ରିଜ ପ୍ରଥମ ଗୋଲ ସ୍କୋର କରିଥିଲେ ।  

ଭେଟେରାନ ମିଡ୍‌  ଫିଲ୍ଡର ଟୋନି  କ୍ରୁସ୍‌ଙ୍କ ଏକ ଲମ୍ବା  ପାସ୍‌କୁ ଜୋଶୁଆ କିମିଚ ସ୍କଟଲାଣ୍ଡ ବକ୍ସ  ନିକଟକୁ ପଠାଇଥିଲେ । ରିଜ ତୁରନ୍ତ ସେଠାରେ ପହଞ୍ଚି ବଲ୍‌କୁ ସ୍କଟଲାଣ୍ଡ  ଗୋଲ୍‌ ପୋଷ୍ଟରେ ପହଞ୍ଚାଇ ଦେଇଥିଲେ ।  ମ୍ୟାଚ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହେବା  ପୂର୍ବରୁ ଜର୍ମାନୀ ଦ୍ୱିତୀୟ ଗୋଲ ସ୍କୋର  କରିଥିଲା । ଅନ୍ୟତମ ଯୁବ ଖେଳାଳି ଜମାଲ  ମୁସିଆଲ୍‌ ୧୯ତମ ମିନିଟ୍‌ରେ ଏହି ଗୋଲ୍‌  କରି ୨-୦ରେ ଦଳକୁ ଅଗ୍ରଣୀ କରାଇଥିଲେ ।  

୪୪ତମ ମିନିଟ୍‌ରେ ଜର୍ମାନୀ ମିଡ୍‌  ଫିଲ୍ଡର ଇକଲେ ଗୁଣ୍ଡୋଗାନଙ୍କୁ ଫାଉଲ  ମାରି ସ୍କଟଲାଣ୍ଡ ଡିଫେଣ୍ଡର ର‌୍ୟାନ  ପ୍ରିଟୋରିୟସ୍‌ ରେଡ୍‌ କାର୍ଡ ପାଇଥିଲେ  ଓ ଜର୍ମାନୀକୁ ପେନାଲ୍ଟି ମିଳିଥିଲା । କାଇ  ହାଭର୍ଜ ଏହାକୁ ଗୋଲ୍‌ରେ ପରିଣତ  କରିବା ଫଳରେ ସ୍କଟଲାଣ୍ଡର ବିଜୟ ଆଶା  ମଉଳି ଯାଇଥିଲା । ବାକି ସମୟ ୧୦ଜଣରେ ଖେଳିବାକୁ ସ୍କଟଲାଣ୍ଡ ବାଧ୍ୟ ହୋଇଥିଲା ।  

ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଜର୍ମାନୀର  ଆଧିପତ୍ୟ ଜାରି ରହିଥିଲା । ମାତ୍ର  ସ୍କଟଲାଣ୍ଡ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ  କରି ଜର୍ମାନୀକୁ ଗୋଲ୍‌ କରିବାକୁ ସୁଯୋଗ  ଦେଇ ନଥିଲା । ୬୩ତମ ମିନିଟ୍‌ରେ  କାଇ ହାଭର୍ଜଙ୍କ ସ୍ଥାନରେ ବଦଳ ଖେଳାଳି  ଭାବେ ଗ୍ରାଉଣ୍ଡକୁ ଓହ୍ଲାଇଥିବା ନିକଲାସ ଫୁଲକ୍ରୁଗ ୬୮ତମ ମିନିଟ୍‌ରେ ଏକ  ଚମତ୍କାର ଗୋଲ କରିବା ଫଳରେ  ଜର୍ମାନୀ ୪-୦ ଗୋଲ୍‌ରେ ଆଗେଇଥିଲା ।  

ଶେଷରେ ୮୭ତମ ମିନିଟ୍‌ରେ  ସ୍କଟଲାଣ୍ଡ ଏକ ଗୋଲ୍‌ ପରିଶୋଧ  କରିବାରେ ସଫଳ ହୋଇଥିଲା । ମାତ୍ର ଏହା  ଦଳକୁ ପରାଜୟରୁ ଏଡ଼ାଇବା ପାଇଁ ଯଥେଷ୍ଟ  ନଥିଲା । 

ଜର୍ମାନୀ ଡିଫେଣ୍ଡର ଆଣ୍ଟୋନିଓ  ରୁଡ଼ିଗରଙ୍କ ଏକ ଆତ୍ମଘାତୀ ଗୋଲ୍‌ ବଳରେ  ସ୍କଟଲାଣ୍ଡର ଗୋଲ ସମ୍ଭବ ହୋଇଥିଲା ।  ଜର୍ମାନୀ ଏତିକିରେ ଥମି ନଥିଲା ।  ଶେଷରେ ଇନ୍‌ଜ୍ୟୁରୀ ଟାଇମ୍‌ରେ ଜର୍ମାନୀ  ପଞ୍ଚମ ଗୋଲ୍‌ କରିଥିଲା । ୯୦୍ମ୩ତମ  ମିନିଟ୍‌ରେ ଥୋମାସ ମୁଲରଙ୍କ ଠାରୁ ଏକ ପାସ୍‌  ପାଇ ଏମ୍ରେ କାନ୍‌ ଏହି ଗୋଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.