ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ନାତିଙ୍କ ଯୌନ କେଳେଙ୍କାରୀ ମାମଲାରେ ମୁହଁ ଖୋଲିଲେ ଦେବେଗୌଡ଼ା, କହିଲେ- ଅନେକ ଲୋକ ସାମିଲ

ବେଙ୍ଗାଲୁରୁ: ପ୍ରଜ୍ବଳ ରେବାନ୍ନାଙ୍କୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ । ଯୌନ କେଳେଙ୍କାରୀ ମାମଲାରେ ପ୍ରଜ୍ବଳ ଏବଂ ପିତା ଏଚଡି ରେବାନ୍ନା ଛନ୍ଦି ହୋଇଥିବା ବେଳେ ରାଜନୈତିକ ହଟଚମଟ ଜାରି ରହିଛି । ଆଉ ଏହାରି ଭିତରେ ପ୍ରଜ୍ବଳଙ୍କ ଜେଜେବାପା ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଯୌନ କେଳେଙ୍କାରୀ ମାମଲାରେ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି । ଶନିବାର ଦିନ ଦେବେଗୌଡ଼ା କହିଛନ୍ତି ଯେ,  ଯଦି ପ୍ରଜ୍ୱଳ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଗଲେ ତାଙ୍କର କୌଣସି ଆପତ୍ତି ନାହିଁ । 

ସାମ୍ବାଦିକମାନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି ଯୌନ ଶୋଷଣ ମାମଲାରେ ଅନେକ ଲୋକ ସଂପୃକ୍ତ ଅଛନ୍ତି । ମୁଁ କାହାର ନାମ ଉଲ୍ଲେଖ କରିବାକୁ ଚାହୁଁନାହିଁ । ଏହି ମାମଲାରେ ଜଡ଼ିତ ବ୍ୟକ୍ତିମାନେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ଉଚିତ୍ ଏବଂ ପୀଡ଼ିତା ମହିଳାମାନେ ନ୍ୟାୟ ସହ କ୍ଷତିପୂରଣ ପାଇବା ଉଚିତ୍ ।'' ପ୍ରଜ୍ୱଳ ରେବାନ୍ନାଙ୍କ ପିତା ତଥା ବିଧାୟକ ଏଚଡି ରେବନ୍ନାଙ୍କ ବିରୋଧରେ ଜଣେ ମହିଳାଙ୍କୁ ଯୌନ ଶୋଷଣ ଓ ଅପହରଣ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଏନେଇ କିଛି କହିନାହାଁନ୍ତି ଦେବେଗୌଡା ।

ଚଳିତ ମାସ ଆରମ୍ଭରୁ ଏଚଡି ରେବାନ୍ନାଙ୍କୁ ଗିରଫ କରିଥିଲା ପୋଲିସ । ଯେଉଁ ମହିଳାଙ୍କୁ ଅପହରଣ ନେଇ ଏଚଡି ରେବାନ୍ନାଙ୍କ ବିରୋଧରେ ଅଭିଯୋଗ ରହିଛି ସେ ପ୍ରଜ୍ବଳଙ୍କ ଯୌନ କେଳେଙ୍କାରୀ ତାଲିକାରେ ଅଛନ୍ତି ବୋଲି ଜଣାପଡ଼ିଛି । ତେବେ ପରବର୍ତ୍ତୀ ସମୟରେ ଏଚଡି ରେବାନ୍ନାଙ୍କୁ ଜାମିନ ମିଳିଥିଲା । 

ଏହି ମାମଲାରେ ଦେବେଗୌଡ଼ାଙ୍କ ସାନପୁଅ ଏବଂ ପ୍ରଜ୍ବଳଙ୍କ ଦାଦା କୁମାରସ୍ୱାମୀ କହିଛନ୍ତି ଯେ, ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ନେବା ସରକାରଙ୍କ କର୍ତ୍ତବ୍ୟ । ଏହାସହ ଏହି ମାମଲାରେ ଯେଉଁମାନେ ଜଡିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡିତାଙ୍କୁ ନ୍ୟାୟ ଦେବାକୁ କୁମାରସ୍ୱାମୀ ଦାବି କରିଛନ୍ତି । ସେପଟେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ୯୧ ବର୍ଷରେ ପଦାର୍ପଣ କରିଛନ୍ତି । କିନ୍ତୁ ପରିବାର ସଦସ୍ୟଙ୍କୁ ନେଇ ଏଭଳି ବିବାଦ ଲାଗି ରହିଥିବାରୁ ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି । 

 

 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.