ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ହେମନ୍ତ ସୋରେନଙ୍କ ସରକାରରେ ମନ୍ତ୍ରୀ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

Image Courtesy: abplive

ରାଞ୍ଚି: ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଝାଡ଼ଖଣ୍ଡ ସରକାର ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ପାସ୍‌ କରିଛନ୍ତି  । ଆଉ ଏବେ ସୋରେନଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ହୋଇଛି । ରାଜ୍ୟପାଳ ସିପି ରାଧାକୃଷ୍ଣନ ରାଜବନରେ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ମନ୍ତ୍ରୀ ପଦ ମିଳିଛି । କିନ୍ତୁ ହେମନ୍ତ ସୋରେନଙ୍କ ଭାଇ ବସନ୍ତ ସୋରେନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ । 

ନୂଆ ମନ୍ତ୍ରିମଣ୍ଡଳରେ ଜେଏମଏମ ନେତା ଦୀପକ ବିରୁଆ, ହଫିଜୁଲ ହସନ ଅନସାରୀ, ବେବି ଦେବୀ, ମିଥିଲେଶ ଠାକୁର, ବୈଦ୍ୟନାଥ ରାମଙ୍କୁ ସ୍ଥାନ ମିଳିଛି । ବୈଦ୍ୟନାଥ ରାମଙ୍କ ବ୍ୟତୀତ ଅନ୍ୟମାନେ ହେମନ୍ତ ଓ ଚମ୍ପା ସୋରେନଙ୍କ ସରକାରରେ ମନ୍ତ୍ରୀ ପଦ ପାଇଥିଲେ । ସେପଟେ ଆରଜେଡିରୁ ସତ୍ୟାନନ୍ଦ ଭୋକ୍ତା ମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ଆଜି ବିଧାନସଭାରେ ଝାଡ଼ଖଣ୍ଡର ମେଣ୍ଟ ସରକାର ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଥିଲା  । 

୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୪୫ ବିଧାୟକ ହେମନ୍ତ ସୋରେନଙ୍କ ସପକ୍ଷରେ ଭୋଟ ଦେଇଥିଲେ । ସେପଟେ ଭାରତୀୟ ଜନତା ପାର୍ଟ ଏବଂ ଅଖିଳ ଝାଡ଼ଖଣ୍ଡ ଛାତ୍ର ସଂଘର ବିଧାୟକମାନେ ଭୋଟ ଗଣତି ଆରମ୍ଭ ହେବା ପରେ ଗୃହ ତ୍ୟାଗ କରିଥିଲେ । ବିଜେପି ନେତୃତ୍ବାଧୀନ ବିରୋଧୀ ଦଳ ପାଖରେ ବିଜେପିର ୨୪ ଏବଂ ଅଖିଳ ଝାଡଖଣ୍ଡ ଛାତ୍ର ସଂଘର ୩ ଜଣ ବିଧାୟକ ରହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.