ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡିଶାରେ ପଡ଼ିବ ନାହିଁ ବାତ୍ୟାର ଭୟ, ୨୫ ଓ ୨୬ରେ ବର୍ଷା ସହ ପବନ

ଭୁବନେଶ୍ବର,୨୪/୫ :   ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ କ୍ଷେତ୍ରଟି ଆଜି କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅବପାତରେ ପରିଣତ ହୋଇଛି। ଅବପାତ ଶକ୍ତିଶାଳୀ ହେଉଛି, ଏହାର ଗତି ଉତ୍ତର ପୂର୍ବ ଦିଗକୁ ରହିବ। ପରେ ଏହାର ତୀବ୍ରତା ବୃଦ୍ଧି ହୋଇ ବା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ । ୨୫ ଓ ୨୬ତାରିଖରେ ରାଜ୍ୟରେ ବର୍ଷା ସହ ପ୍ରଖର ବେଗରେ ବହିବ ପବନ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ସକାଳ ସୁଦ୍ଧା ନେଇ ପାରେ ବାତ୍ୟାର ରୁପ । ଉତ୍ତରଦିଗକୁ ଗତି କରିବା ସହ ୨୫ତାରିଖ ରାତିରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସକ୍ରିୟ ରହିଥିବାବେଳେ ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏହା  ୨୬ତାରିଖ ମଧ୍ୟ ରାତିରେ ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗର ସାଗର ଦ୍ଵିପ ଓ ଖେପୁପରା ମଧ୍ୟରେ ଭୀଷଣ ବାତ୍ୟା ହେଇ ଉପକୂଳ ଅତିକ୍ରମ କରିବ ବା ଖେପୁପରା ମଝିରେ ସ୍ଥଳଭାଗ ଛୁଇଁବ। ସାମ୍ଭାବ୍ୟ ଭୀଷଣ ବାତ୍ୟା ର ପ୍ରଭାବ ଓଡ଼ିଶାରେ ସିଧା ସଳଖ ପଡିବ ନାହିଁ। ହେଲେ ବି ରହିବ ପ୍ରଭାବ। ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାର   ସ୍ଥିତିକୁ ନେଇ ଓଡ଼ିଶାର ସମସ୍ତ ୪ ଟି ଯାକ ବନ୍ଦର ଗୁଡ଼ିକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । 

ସମୁଦ୍ର ମଧ୍ୟରେ ପବନର ବେଗ ଅଧିକ ଥିବାରୁ ସମୁଦ୍ର   ଅଶାନ୍ତ ରହିବ। ଫଳରେ  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ବିଭାଗ । ଓଡ଼ିଶା ଉପକୂଳରେ ୨୫ତାରିଖରେ ୪୦ରୁ ୫୦କିମି ବେଗରେ ପବନ ବହିବ । ଝଟକା ପବନ ର ବେଗ ୬୦କିମି ରହିବ। ୨୬ ସକାଳେ ବୃଦ୍ଧି ପାଇବ ପବନର ବେଗ । ୬୦ ରୁ ୭୦ ଓ ଝଟକା ପବନ ୮୦ କିମି ଘଂଟା ପ୍ରତି ରହିବ । ୨୫ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ । ୨୬ରେ ଭଦ୍ରକ ଓ ବାଲେଶ୍ୱରରେ ଅତି ପ୍ରବଳ ବର୍ଷା ସହ ମୟୁରଭଂଜ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶା ର କିଛି ପକେଟ୍ ରେ ବର୍ଷା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.