ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରିବା ନେଇ ବିବାଦ; ଏହି ଦୁଇ ଖେଳାଳିଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦାବି?

  • ୨୩ ନଭେମ୍ବରରୁ ଆରମ୍ଭ ହେବ ୫ମ୍ୟାଚ୍‌ ବିଶିଷ୍ଟ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌
  • ସୂର୍ଯ୍ୟକୁମାର ଯାଦବଙ୍କୁ କରାଯାଇଛି ଅଧିନାୟକ
  • ଏନେଇ ପ୍ରଶଂସକ ଅସନ୍ତୁଷ୍ଟ
  • ଅକ୍ଷର ପଟେଲ ଓ ସଞ୍ଜୁ ସାମ୍‌ସନ୍‌ଙ୍କୁ କାହିଁକି ମିଳିଲାନି ସୁଯୋଗ? 

ନୂଆଦିଲ୍ଲୀ,୨୧/୧୧: ଭାରତର ଦିନିକିଆ ବିଶ୍ୱକପ ଅଭିଯାନ ବର୍ତ୍ତମାନ ଶେଷ ହୋଇଛି। ନଭେମ୍ବର ୨୩ ରୁ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ ଉପରେ ଏବେ ଦଳର ନଜର। ସୋମବାର ଏହି ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଥିଲା ଏବଂ ତା’ପରେ ଏହି ଦଳକୁ ନେଇ ଏକ ବିବାଦ ଆରମ୍ଭ ହୋଇଥିଲା। ଅଜିତ ଅଗରକରଙ୍କ ନେତୃତ୍ୱରେ ବରିଷ୍ଠ ଚୟନ କମିଟି ଉପରେ ଭାରତୀୟ ପ୍ରଶଂସକମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏହି ସିରିଜ୍ ପାଇଁ ଟି -୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ଚୟନ କରାଯାଇଛି। କେବଳ ଏହି କାରଣରୁ ପ୍ରଶଂସକମାନେ ଅସନ୍ତୁଷ୍ଟ ହୋଇ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି।

ପଢ଼ନ୍ତୁ: ବିବାହରେ ନିଅଣ୍ଟ ହେଲା ରସଗୋଲା; ଝଗଡ଼ାରୁ ୬ଜଣ ଆହତ

ସୂର୍ଯ୍ୟକୁମାର ଯାଦବ ଦିିନିକିଆ ବିଶ୍ୱକପ ଦଳର ଏକ ଅଂଶ ଥିଲେ କିନ୍ତୁ ତାଙ୍କ ବ୍ୟାଟ୍‌ରୁ କିଛି ବିଶେଷ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା। ସେ ଅର୍ଦ୍ଧଶତକ ହାସଲ କରିବାରେ ବି ବିଫଳ ହୋଇଥିଲେ। ଫାଇନାଲରେ ତାଙ୍କୁ ଦଳ ପାଇଁ ଏକ ବଡ଼ ଇନିଂସ ଖେଳିବାର ସୁଯୋଗ ମିଳିଥିଲା କିନ୍ତୁ ସୁର୍ଯ୍ୟକୁମାର ଏଥିରେ ମଧ୍ୟ ବିଫଳ ହୋଇଥିଲେ। ଏହା ପରେ ମଧ୍ୟ ଚୟନ କମିଟି ତାଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି। ଏହାର ଗୋଟିଏ କାରଣ ହେଉଛି ସୁର୍ଯ୍ୟକୁମାର ଟି -୨୦ ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ରହିଆସିଛନ୍ତି। କିନ୍ତୁ ସୁର୍ଯ୍ୟକୁମାରଙ୍କୁ ଅଧିନାୟକ ଭାବେ ଚୟନ କରାଯିବା ପରେ ପ୍ରଶଂସକମାନେ ଏହି ନିଷ୍ପତ୍ତିକୁ ଗ୍ରହଣ କରୁନାହାନ୍ତି। 

ପଢ଼ନ୍ତୁ: ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖରାପ ଖବର; ଏବେ ଆଉ ମିଳିବନି ଏହି ସୁବିଧା, ଏଥର କିଣିବେ ଷ୍ଟୋରେଜ୍ !

ଦୁଇ ଖେଳାଳୀଙ୍କ ସହିତ ଅନ୍ୟାୟ: 

ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରାଯାଇଥିବା ଜାଣିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେଇଥିଲା। ପ୍ରଶଂସକମାନେ ଅସନ୍ତୁଷ୍ଟ ମନେକରିଥିଲେ  ଯେ, ଦଳରେ ସଞ୍ଜୁ ସାମସନ୍‌ଙ୍କୁ ଚୟନ କରାଯାଇ ନାହିଁ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ସଞ୍ଜୁ ସାମସନଙ୍କୁ ଦଳରେ ଚୟନ କରାଯାଇଥିଲା। ଏହା ପରେ ସେ ଆୟର୍ଲାଣ୍ଡ ଗସ୍ତରେ ମଧ୍ୟ ଯାଇଥିଲେ କିନ୍ତୁ ଏଥର ତାଙ୍କୁ ଦଳରେ ଚୟନ କରାଯାଇ ନାହିଁ। ସଞ୍ଜୁଙ୍କ ପ୍ରଶଂସକମାନେ ଏହା ଉପରେ ଅତ୍ୟଧିକ ଅସନ୍ତୁଷ୍ଟତା   ପ୍ରକାଶ କରିଛନ୍ତି। ଏହି ଦଳରେ ଅକ୍ଷର ପଟେଲ ମଧ୍ୟ ସ୍ଥାନ ପାଇଛନ୍ତି। ଆହତ କାରଣରୁ ତାଙ୍କୁ ଦିନିକିଆ ବିଶ୍ୱକପ ଦଳରେ ଚୟନ କରାଯାଇ ନାହିଁ। ଅନେକ ପ୍ରଶଂସକଙ୍କ କହିବା କଥା ହେଲା, ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଏହି ଦଳର ଅଧିନାୟକ କରାଯିବା ଉଚିତ୍। ପ୍ରଥମ ତିନିଟି ମ୍ୟାଚ୍ ପାଇଁ ଉପ ଅଧିନାୟକ ଭାବେ ଋତୁରାଜ ଗାଇକୱାଡଙ୍କୁ ମନୋନୀତ କରାଯାଇଛି। କିନ୍ତୁ ପ୍ରଶଂସକମାନେ ଅସନ୍ତୁଷ୍ଟତା ପ୍ରକାଶ କରି କହିଛନ୍ତି ଯେ, ସୂର୍ଯ୍ୟକୁମାର ଓ ଋତୁରାଜଙ୍କ ଅପେକ୍ଷା ଅକ୍ଷର ସିନିୟର ଥିବାବେଳେ ଏ ଦୁହିଁଙ୍କୁ କାହିଁକି ଏହି ଦାୟିତ୍ବ ଦିଆଗଲା?  

ସଞ୍ଜୁଙ୍କ ପାଇଁ ରାସ୍ତା ବନ୍ଦ: 

ସଞ୍ଜୁ ସାମସନଙ୍କୁ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ଭାବରେ ବିବେଚନା କରାଯାଉଥିଲା କିନ୍ତୁ ସେ କ୍ରମାଗତ ଭାବରେ ଦଳରେ ମନୋନୀତ ହୋଇନଥିଲେ। ସେ ଦଳରୁ ବାରମ୍ବାର ବାହାରୁଥିଲେ ଓ ପ୍ରବେଶ କରୁଥିଲେ। ସଞ୍ଜୁଙ୍କୁ ଅନେକ ସୁଯୋଗ ଦିଆଯାଇଥିଲା କିନ୍ତୁ ସେ ଏହାକୁ ପୂରା କରିପାରିନଥିଲେ, ତେଣୁ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା। ଏସିଆନ୍ ଗେମ୍ସ ପାଇଁ ଦଳ ଚୟନ କରାଯିବା ପରେ ମଧ୍ୟ ସଞ୍ଜୁଙ୍କୁ ଅଣଦେଖା କରାଯାଇଥିଲା ଏବଂ ପ୍ରଶଂସକମାନେ ମଧ୍ୟ କ୍ରୋଧ ପ୍ରକାଶ କରିଥିଲେ। ଏଥର ମଧ୍ୟ ସଞ୍ଜୁଙ୍କୁ ଅଣଦେଖା କରାଯାଇଛି ଯେଉଁଥିପାଇଁ ଲାଗୁଛି କି, ତାଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ବନ୍ଦ ରହିଛି।

You can also read: ନିର୍ବାଚନୀ ରାଜ୍ୟରେ ପାଣିଭଳି ଖର୍ଚ୍ଚ ହେଉଛି ଟଙ୍କା; ୧୭୬୦ କୋଟି ଜବତ କଲେ ନିର୍ବାଚନ କମିଶନ


Copyright © 2022 - Summa Real Media Private Limited. All Rights Reserved.