ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମାଈ ହାତୀକୁ ନପାଇ ଦନ୍ତାର ଉତ୍ପାତ, ରାଗରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ ଓ ନଳକୂଅ

ଗୁଣପୁର,୦୫/୦୯: ସାଥୀ ମାଈ ହାତୀର ମୃତ୍ୟୁ ପରେ ଦନ୍ତା ହାତୀର ଉତ୍ପାତ । ବୁଧବାର ବିଳମ୍ବିତ ରାତିରେ ଏକ ବିଦ୍ୟୁତ ଖୁଣ୍ଟ ଓ ନଳକୂଅ ଭାଙ୍ଗିବା ସହ ପାଖ କପାବାଡ଼ରେ କପା ଗଛକୁ ନଷ୍ଟ କରିଛି ଦନ୍ତା । ଏହି କାରଣରୁ ଦୁଇ ଦିନ ଧରି ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ ରହିଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା ଗୁଣପୁର ରେଞ୍ଜ ଫୁଲଫୁଟି ପୋଲ ନିକଟରେ ଥିବା କପାବଡ଼ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ବୁଧବାର ଫୁଲଫୁଟି ପୋଲ ନିକଟରେ ଏକ ମାଈ ହାତୀର ମୃତଦେହ ମିଳିଥିଲା । ଏହି ହାତୀଟି ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା । ତେବେ ମାଈ ହାତୀର ମତ୍ୟୁ ପରେ ଏକା ହୋଇଯାଇଛି ତା’ସହ ଥିବା ଦନ୍ତା ହାତୀ ।  ମାଈ ହାତୀକୁ ଏଣେତେଣେ ଖୋଜି ବୁଲୁଛି ଦନ୍ତା । ସାଥିକୁ ନପାଇ ସ୍ଥାନୀୟବାସିନ୍ଦାଙ୍କୁ କରିଛି ନାକେଦମ୍‌ । ଏହି ଦନ୍ତା ହାତୀଟି ଗାଁ ପାହାଡରେ ରହୁଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଏକ ବିଦ୍ୟୁତ୍ ଖୁଣ୍ଟ ଓ ନଳକୂଅ ଭାଙ୍ଗିବା ସହ କପାବାଡ଼ରେ କପା ଗଛକୁ ନଷ୍ଟ କରି ସେଠାରେ ଥିବା କୁଡିଆ ମଧ୍ୟ ଭାଙ୍ଗି ଦେଇଛି । ମାଈ ହାତୀର ମୃତ୍ୟୁ ପୂର୍ବରୁ ଉଭୟ ହାତୀ ମିଶି କପାବାଡ଼ରେ ଥିବା କୁଡିଆ ଓ ବିଦ୍ୟୁତ୍ ଖୁଣ୍ଟକୁ ଭାଙ୍ଗିଥିଲେ ।  ଫଳରେ ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଥିଲା । ବାରମ୍ବାର ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା କାରଣରୁ ଦୁଇ ଦିନ ଧରି ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ ରହିଥିବା ଜଣାପଡିଛି । ଏନେଇ ସ୍ଥାନୀୟଲୋକେ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ହାତୀର ଉପଦ୍ରବ ଦେଖି ତାର ଗତି ବିଧି ଉପରେ ନଜର ରଖିଛି ବନ ବିଭାଗ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.