ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ୱର,୦୧/୦୯: ଠିଆ ହୋଇ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀର ଉପରେ ଅନେକ କୁପ୍ରଭାବ ପଡ଼ିଥାଏ । ଏହା ଶରୀରର ସ୍ନାୟୁକୁ କଷ୍ଟ ଦେଇଥାଏ । ଶରୀର ଭିତରେ ଥିବା ତରଳ ପଦାର୍ଥର ସନ୍ତୁଳନ ଖରାପ ହେବା ଆରମ୍ଭ କରିଥାଏ । ଏହି କାରଣରୁ ଶରୀରରେ ବିଷାକ୍ତ ପଦାର୍ଥ ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହଇଥାଏ । 

ଠିଆ ହୋଇଥିବା ସମୟରେ ପାଣି ପିଇବା ଶରୀର ଉପରେ ଅନେକ ଗମ୍ଭୀର ପ୍ରଭାବ ପକାଇଥାଏ । ଶରୀରରେ ଜଳର ଅଭାବ ନହେବା ପାଇଁ ନିୟମିତ ବ୍ୟବଧାନରେ ପାଣି ପିଇବାକୁ ପଡିଥାଏ । କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ପାଣି ପିଇବାର ସଠିକ୍ ଉପାୟ ଜାଣନ୍ତି ନାହିଁ । ସଠିକ ଭାବରେ ପାଣି ନ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯେଉଁଥିପାଇଁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତର ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

ଠିଆ ହୋଇ ପାଣି ପିଇବା ଶରୀର ପାଇଁ କିପରି ହୋଇଥାଏ କ୍ଷତିକାରକ ?

ଠିଆ ହୋଇଥିବା ସମୟରେ ପାଣି ପିଇବା ଶରୀରର ସ୍ନାୟୁକୁ କଷ୍ଟ ଦେଇଥାଏ । ଏହି କାରଣରୁ ଶରୀରରେ ତରଳ ପଦାର୍ଥର ସନ୍ତୁଳନ ଭଙ୍ଗ ହୋଇଥାଏ । ଯେଉଁ କାରଣରୁ ଶରୀରରେ ବିଷାକ୍ତ ପଦାର୍ଥ ଏବଂ ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହୁଏ । ଠିଆ ହୋଇଥିବା ସମୟରେ ପାଣି ପିଇବା ଶରୀରରେ ୟୁରିକ୍ ଏସିଡ୍ ମଧ୍ୟ ବଢାଇଥାଏ ।

ଠିଆ ହେବା ସମୟରେ ପାଣି ପିଇବା ଦ୍ୱାରା ଉତ୍ପନ୍ନ ହେଉଥିବା ୫ ଟି ମୁଖ୍ୟ ସମସ୍ୟା-

୧. ଶୋଷ ବଢିବା-  

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଠିଆ ହେବା ସମୟରେ ପାଣି ପିଇବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ତୃଷ୍ଣା ଶାନ୍ତ ହୁଏ ନାହିଁ ଏବଂ ବାରମ୍ବାର ପାଣି ପିଇବାକୁ ଇଚ୍ଛା ହୋଇଥାଏ । ତେଣୁ ସବୁବେଳେ କୌଣସି ସ୍ଥାନରେ ବସି ପାଣି ପିଅନ୍ତୁ ।

୨. ହଜମ ସମସ୍ୟା ସୃଷ୍ଟି ହେବା-

ଜଳ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ ଯଦି ଏହାକୁ ଠିଆ ହୋଇ ପିଉଛନ୍ତି ତେବେ, ହଜମ ପ୍ରକ୍ରିୟା ମଧ୍ୟ ନଷ୍ଟ ହୋଇପାରେ । ବାସ୍ତବରେ ଯେତେବେଳେ ଆମେ ଠିଆ ହେବା ସମୟରେ ପାଣି ପିଇଥାଉ, ଏହା ଶୀଘ୍ର ତଳକୁ ଖସିଯାଏ ଏବଂ ପେଟର ନିମ୍ନ ଭାଗରେ ପହଞ୍ଚି ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇଥାଏ ।

୩. କିଡନୀ ରୋଗ-

ଠିଆ ହେବା ସମୟରେ ପାଣି ପିଇବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ କିଡନୀ ସହିତ ମଧ୍ୟ ସଂଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ଯଦି ଆପଣ ଠିଆ ହେବା ସମୟରେ ପାଣି ପିଅନ୍ତି, ତେବେ ଏହା କିଡନୀର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ତେଣୁ ବସିବା ସମୟରେ ଧୀରେଧୀରେ ପାଣି ପିଇବା ଉଚିତ୍ ।

୪. ଆର୍ଥ୍ରାଇଟିସ୍ ସମସ୍ୟା -

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଠିଆ ହେବା ସମୟରେ ପାଣି ପିଇବା ଦ୍ୱାରା ଗଣ୍ଠିରେ ଜନ୍ତ୍ରଣା ହୋଇପାରେ । ଏହା ଆର୍ଥ୍ରାଇଟିସ୍ ସମସ୍ୟା ସୃଷ୍ଟି କରିପାରେ । ଠିଆ ହୋଇଥିବା ସମୟରେ ପାଣି ପିଇବା ଦ୍ୱାରା ସ୍ନାୟୁରେ ଟେନସନ ସୃଷ୍ଟି ହୁଏ ଏବଂ ଶରୀରରେ ଥିବା ତରଳ ପଦାର୍ଥର ସନ୍ତୁଳନକୁ ନଷ୍ଟ କରିପାରେ, ଯାହାଦ୍ୱାରା ଗଣ୍ଠି ଯନ୍ତ୍ରଣା ହୋଇପାରେ ।

୫. ଫୁସଫୁସ ସମସ୍ୟା-

ଯଦି ଆପଣ ଫୁସଫୁସ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଠିଆ ହେବା ସମୟରେ ଭୁଲରେ ବି ପାଣି ପିଅନ୍ତୁ ନାହିଁ । ଠିଆ ହେବାବେଳେ ପାଣି ପିଇବା ଦ୍ୱାରା, ଅମ୍ଳଜାନ ସ୍ତର ପ୍ରଭାବିତ ହୋଇଥାଏ । ଯାହା ଫୁସଫୁସ ଠାରୁ ହୃଦୟ ପର୍ଯ୍ୟନ୍ତ ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.