ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ମକା ଖାଉଥିଲେ ୪୫ ମିନିଟ୍‌ ପରେ ପିଅନ୍ତୁ ପାଣି, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞଙ୍କ

ଭୁବନେଶ୍ୱର ୧୪/୦୬: ଘରର ବୟସ୍କ ଲୋକମାନେ ମକା ଖାଇବା ପରେ ପାଣି ପିଇବାକୁ ମନା କରିଥାନ୍ତି । ଖରାଦିନ ଶେଷ ଓ ବର୍ଷାଦିନ ଆରମ୍ଭ ପୂର୍ବରୁ ବଜାରରେ ଉପଲବ୍ଧ ହୋଇଥାଏ ମକା । ପେଡା ବା ସିଝା ମକାରେ ଲେମ୍ବୁ ରସ ଓ ଲୁଣ ଦେଇ ଖାଇବାର ମଜା ହିଁ ନିଆରା । ଏହା ଯେତିକି ସ୍ୱାଦିଷ୍ଟ, ସେତିକି ପୁଷ୍ଟିକର ମଧ୍ୟ । ମକା ଭିଟାମିନ୍‌-ସି, ଭିଟାମିନ୍‌-ବି ୧୨, କ୍ୟାଲସିୟମ୍‌ ଓ ଫାଇବର ପରି ପୋଷକତତ୍ତ୍ୱରେ ଭରା । କିନ୍ତୁ ଆପଣ ଜାଣନ୍ତି କି କାହିଁକି ମକା ଖାଇବା ପରେ ପାଣି ପିଇବାକୁ ମନା କରାଯାଏ?

ବିଶେଷଜ୍ଞଙ୍କ ମତରେ ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପେଟ ସମସ୍ୟା ଉପୁଜିପାରେ । ପାଚନ ତନ୍ତ୍ର ଧୀମା ହୋଇଯାଏ । କାରଣ ମକାରେ କମ୍ପେ୍ଲକ୍ସ କାର୍ବୋ ଓ ଷ୍ଟାର୍ଚ୍ଚ ରହିଥାଏ । ସେଥିପାଇଁ ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ । ସେହିପରି ପେଟରେ ଗ୍ୟାସ୍‌, ବ୍ଲୋଟିଙ୍ଗ୍‌ ଏବଂ କବ୍ଚ ପରି ସମସ୍ୟା ସୃଷ୍ଟି ହୋଇପାରେ । ଫଳରେ ଅସହଜ ପରିସ୍ଥିତି ଉପୁଜିଥାଏ । ଏସବୁ ସମସ୍ୟାଠାରୁ ଦୂରେଇ ରହିବା ପାଇଁ ମକା ଖାଇବାର ୪୫ ମିନିଟ୍‌ ପରେ ପାଣି ପିଇବା ଉଚିତ୍‌ ।

ଖାଇବା ସମୟରେ ଧ୍ୟାନ ଦିଅନ୍ତୁ : 

ମକା ଖାଇବା ସମୟରେ କେତୋଟି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌ । ମକା ବିଶେଷତଃ ବର୍ଷା ଆସିବା ପୂର୍ବରୁ ବଜାରକୁ ଆସିଥାଏ । କିନ୍ତୁ ଏହି ସମୟରେ ଆମ ଶରୀର ଖୁବ୍‌ ସମ୍ବେଦନଶୀଳ ହୋଇଥାଏ । ତେଣୁ ବଜାରରେ ମିଳୁଥିବା ସିଝା ବା ପୋଡା ମକାକୁ କେବଳ ଗରମ ଥିବା ସମୟରେ ଖାଇବା ଉଚିତ୍‌ । କାରଣ ଏହା ଅଧିକ ସମୟ ରହି ଥଣ୍ଡା ହେବା ପରେ ଏଥିରେ ହାନିକାରକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଇପାରନ୍ତି, ଯହାକୁ ଖାଇବା ଦ୍ୱାରା ପାଚନତନ୍ତ୍ରରେ ସମସ୍ୟା ଆସିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.