ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଷ୍ଟ୍ରୋକ୍‌ ପରେ ଆସିପାରେ ଅବସାଦ, ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା

ଭୁବନେଶ୍ୱର ୦୫/୦୭: ଷ୍ଟ୍ରୋକ୍‌ ଏକ ଗମ୍ଭୀର ସମସ୍ୟା, ଯାହାର ଶିକାର କେହି ବି ହୋଇପାରନ୍ତି । ଷ୍ଟ୍ରୋକ୍‌ ପରେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍‌ନା କରିବାକୁ ପଡିଥାଏ । ଏପରିକି 'ପୋଷ୍ଟ ଷ୍ଟ୍ରୋକ୍‌ ଡିପ୍ରେସନ୍‌' ମଧ୍ୟ ହୋଇଥାଏ । ଏହାକୁ ସଠିକ୍‌ ସମୟରେ ନିରୂପଣ କରି ଚିକିତ୍ସା କରିବା ଜରୁରି । ତେବେ ଚାଲନ୍ତୁ ଜାଣିବା ଏହାର କ’ଣ ରହିଥାଏ ଲକ୍ଷଣ? 

ମଣିଷ ଶରୀର ଏକ ଜଟିଳ ସଂରଚନା । ପାଦ ଆଙ୍ଗୁଳିଠାରୁ ଆରମ୍ଭ କରି ମୁଣ୍ଡର କେଶ ପର୍ଯ୍ୟନ୍ତ ସାରା ଶରୀର ମଧ୍ୟରେ ସଂଯୋଗ ରହିଛି । ସେହିପରି ମସ୍ତିଷ୍କ ସହ ହୃଦୟର ମଧ୍ୟ ସଂପୃକ୍ତି ରହିଛି । ଆଙ୍ଗ୍‌ଜାଇଟି, ଷ୍ଟ୍ରେସ୍‌, ଅବସାଦ, ପରି ମାନସିକ ସ୍ଥିତି ହୃଦ୍‌ଘାତ, ଷ୍ଟ୍ରୋକ୍‌ ଓ ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଦାୟୀ ରହିଥାନ୍ତି । ସେହିପରି ଯେଉଁ ବ୍ୟକ୍ତି ଷ୍ଟ୍ରୋକ୍‌ ପରି ଘାତକ ପରିସ୍ଥିତି ଦେଇ ଗତି କରିସାରିଛନ୍ତି, ସେମାନଙ୍କଠାରେ ଅବସାଦର ଲକ୍ଷଣ ଦେଖାଦେଇପାରେ । ଏହାକୁ ପୋଷ୍ଟ ଷ୍ଟ୍ରୋକ୍‌ ଡିପ୍ରେସନ୍‌ ବୋଲି ଚିହ୍ନଟ କରିବା ସହ ଚିକିତ୍ସା କରିବା ଜରୁରି । ନଚେତ୍‌ ହୃଦ୍‌ଘାତ ପରି ଗମ୍ଭୀର ପରିସ୍ଥିତିକୁ ନିମନ୍ତ୍ରଣ ଦେଇପାରନ୍ତି । 

ଷ୍ଟ୍ରୋକ୍‌ ପରେ ମାନସିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିଥାଏ । ଅବସାଦ ଷ୍ଟ୍ରୋକ୍‌ର ଏକ ପାଶ୍ୱର୍ ପ୍ରତିକ୍ରିୟା । ଷ୍ଟ୍ରୋକ୍‌ ପରେ ଏହା ଦେଖାଯିବା ଖୁବ୍‌ ସାଧାରଣ । ଷ୍ଟ୍ରୋକ୍‌ ହେବା ପରେ ପ୍ରତି ୩ ଜଣଙ୍କ ଭିତରୁ ଜଣକଠାରେ ଅବସାଦ, ଧୀରେ ଧୀରେ ନ୍ୟୁରୋମିଟରରେ ପରିବର୍ତ୍ତନ, ଖରାପ ଜୀବନଶୈଳୀ ଏବଂ ମୃତ୍ୟୁକୁ ନେଇ ଆଶଙ୍କା ବଢିଯାଇଥାଏ । ଅବସାଦ ଷ୍ଟ୍ରୋକ୍‌ର ୨ ବର୍ଷ ପରେ ମଧ୍ୟ ଆସିପାରେ । ପ୍ରାୟତଃ ୩୦ ପ୍ରତିଶତ ଷ୍ଟ୍ରୋକ୍‌ରୁ ରକ୍ଷା ପାଇଥିବା ବ୍ୟକ୍ତିଙ୍କଠାରେ ଅବସାଦ ଦେଖିବାକୁ ମିଳିଥାଏ । 

ପୋଷ୍ଟ ଷ୍ଟ୍ରୋକ୍‌ ଡିପ୍ରେସନ୍‌ ଲକ୍ଷଣ :

ମନ ଅସ୍ଥିର ହେବା, ହୃଦ୍‌ସ୍ପନ୍ଦନ ବଢିବା, ମୃତ୍ୟୁର ଭୟ, କିଛି କରିବାର ଆଗ୍ରହ କମିବା, ଆବଶ୍ୟକଠାରୁ ଅଧିକ ଭୋକ ଲାଗିବା ବା ଆଦୌ ଭୋକ ନ ଲାଗିବା, ଶକ୍ତିହୀନ ଅନୁଭବ କରିବା, ଆତ୍ମହତ୍ୟା କରିବାକୁ ଇଚ୍ଛା ହେବା, ନିଷ୍ପତ୍ତି ନେବାରେ ସମସ୍ୟା ଓ ଉଦାସ ଅନୁଭବ କରିବା ପରି ଲକ୍ଷଣମାନ ପ୍ରକାଶ ପାଇଥାଏ । 

ଚିକିତ୍ସା :

ଏହି ଅବସାଦର ଚିକିତ୍ସା ଜରୁରି । କୌଣସି ଭଲ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ସହ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ପରିବାର ସହ ରହିବା ତଥା ସମସ୍ତ ଭାବନାକୁ ସେୟାର କରିବା ଜରୁରି । ଆବଶ୍ୟକସ୍ଥଳେ ଥେରାପୀ ମଧ୍ୟ ନେଇପାରିବେ । ପ୍ରଫେସନାଲ୍‌ ହେଲ୍ପ କଗ୍‌ନିଟିଭ୍‌ ବିହେବିରିଆଲ୍‌ ଥେରାପୀ, ଇଣ୍ଟରପର୍ସନାଲ୍‌ ଥେରାପୀ ପରି ଅନ୍ୟାନ୍ୟା ଥେରାପୀର ମଧ୍ୟ ସହଯୋଗ ନେଇପାରିବେ । ଏସବୁ କରିବା ଦ୍ୱାରା ଅବସାଦରୁ ବାହାରିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.