ବ୍ରହ୍ମପୁର,୬।୮ : ନିମଖଣ୍ଡି ଥାନା ଅର୍ନ୍ତଗତ ପୁରୁଣା ଯୋଗିଆପଲି ଗାଁରେ ଥିବା ଏକ ଆମ୍ବ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।
ପ୍ରେମିକ ଜଣକ ହେଲେ ବିକି ଗୌଡ (୨୩) । ତାଙ୍କ ଘର ପୁରୁଣା ଯୋଗୀଆପଲି ଅଞ୍ଚଳରେ। ସେ ଜଣେ ଟାଇଲ ମିସ୍ତ୍ରୀ ଭାବେ କାମ କରନ୍ତି। ଗତକାଲି ରାତି ଠାରୁ ସେ ଘରୁ କୁଆଡେ ଚାଲି ଯାଇଥିଲେ। ପରେ ବିକି ଓ ତାଙ୍କ ପ୍ରେମିକା ବେକରେ ରଶି ବାନ୍ଧି ଆମ୍ବଗଛରେ ଝୁଲି ଆତ୍ମହତ୍ୟା କରିଥିଲେ। ଆଜି ମଧ୍ୟାହ୍ନ ସମୟରେ ଉଭୟଙ୍କ ମୃତଦେହ ଆମ୍ବଗଛରେ ଝୁଲୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ। ଏ ନେଇ ପୋଲିସକୁ ଲୋକମାନେ ଖବର ଦେଇଥିଲେ।