ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନକଲି ଟ୍ରେଡିଂ ଆପ୍‌ରେ ଫସିଲେ ବିଲ୍ଡର୍‌, ୩୫ ଲକ୍ଷ ପୋଛିନେଲା ସାଇବର୍‌ ଠକ

ଭୁବନେଶ୍ୱର,୧୦/୦୬: ଏକ ନକଲି ଟ୍ରେଡିଂ ଆପ୍‌ରେ ଫସିଛନ୍ତି  ଜଣେ ବିଲ୍ଡର । ମାତ୍ର ଦୁଇ ଘଣ୍ଟାରେ  ତାଙ୍କର ୩୫ ଲକ୍ଷ ଟଙ୍କାକୁ ସାଇବର  ଠକ ଗାଏବ୍‌ କରିଦେଇଛନ୍ତି। ଏ ନେଇ  ବିଲ୍ଡର ନାସନାଲ ସାଇବର କ୍ରାଇମ୍‌ ପୋର୍ଟାଲରେ ଅଭିଯୋଗ କରିବା ସହ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।  

ପ୍ରତ୍ୟୁଷ ପଟ୍ଟନାୟକ ନାମକ  ଜଣେ ବିଲ୍ଡର ମଞ୍ଚେଶ୍ୱର ଥାନା  ଅଧୀନ ଚକେଇସିହାଣି ଅଞ୍ଚଳରେ  ରହୁଛନ୍ତି । କିଛି ଦିନ ତଳେ ଜଣେ  ସାଙ୍ଗ ତାଙ୍କୁ ଟ୍ରେଡିଂରେ ଟଙ୍କା ନିବେଶ  କରିବାକୁ ପରାମର୍ଶ ଦେଇଥିଲେ । ଏ  ନେଇ କିଛି ନାମୀ ଟ୍ରେଡିଂ ଆପ୍‌ର  ଲିଙ୍କ୍‌ ମଧ୍ୟ ପଠାଇଥିଲେ । ଏହାସହ  ୟୁଟ୍ୟୁବ୍‌ ଜରିଆରେ କିଛି ଅନ୍‌ଲାଇନ୍‌  କ୍ଲାସେସ୍‌ରୁ ଟ୍ରେଡିଂ ପାଠ ପଢ଼ିବାକୁ  ମଧ୍ୟ ପରାମର୍ଶ ଦେଇଥିଲେ ।  ଏହାପରେ ଶ୍ରୀ ପଟ୍ଟନାୟକ ଟ୍ରେଡିଂରେ  ଟଙ୍କା ନିବେଶ କରିବାରେ ମାତିଗଲେ ।  

କିଛିମାତ୍ରାରେ ସେ ଟଙ୍କା ରୋଜଗାର  କଲେ ମଧ୍ୟ । ତେବେ ଗତକାଲି  ରାତିରେ ତାଙ୍କ ମୋବାଇଲ୍‌କୁ ଏକ  ମେସେଜ୍‌ ଆସିଥିଲା ଯେଉଁଥିରେ  ଦୁଇ ଗୁଣା ଟଙ୍କା ରୋଜଗାର  କରିବାର ଗ୍ୟାରେଣ୍ଟି ବିଜ୍ଞାପନ  ଥିଲା । ଉକ୍ତ ମେସେଜ୍‌ରେ ଥିବା  ଏକ ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରିବା  କ୍ଷଣି ଏକ ୱେବ୍‌ସାଇଟ୍‌ ଖୋଲିଥିଲା ।  ୱେବ୍‌ସାଇଟ୍‌ରେ ଥିବା ହେଲ୍ପଲାଇନ୍‌  ନମ୍ବରକୁ ଫୋନ୍‌ କରିଥିଲେ ଶ୍ରୀ  ପଟ୍ଟନାୟକ । ଆର ପଟୁ ସାଇବର  ଠକ ଜଣକ ତାଙ୍କୁ ନାନା ପ୍ରଲୋଭନ  ଦେଖାଇଥିଲା । କିଛି କ୍ଷଣ ପରେ ସେ  ଏକ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଆପେ  ଯୋଡି ହୋଇଗଲେ ଯେଉଁଥିରେ ପାଖାପାଖି ୩୧୬ ଜଣ ସଦସ୍ୟ ଥିଲେ । ସମସ୍ତଙ୍କୁ ଏକ ଆପ୍‌ ଡାଉନ୍‌ଲୋଡ୍‌  କରିବାକୁ ପରାମର୍ଶ ଦିଆଯାଉଥିଲା। କେତେକ ଆଡମିନ୍‌ ଉକ୍ତ ଗ୍ରୁପ୍‌ରେ  ସମସ୍ତ ସଦସ୍ୟଙ୍କୁ ଟ୍ରେଡିଂରେ ନିବେଶର ତରିକା ଶିଖାଉଥିଲେ ।  

ଶ୍ରୀ ପଟ୍ଟନାୟକ ସେମାନଙ୍କ ଠକେଇର ତରିକା  ବୁଝିପାରିଲେନି । ଲୋଭର ବଶବର୍ତ୍ତୀ ହୋଇ ଉକ୍ତ  ଆପ୍‌କୁ ଡାଉନ୍‌ଲୋଡ୍‌ କରି ଏକ ଆକାଉଣ୍ଟ ଖୋଲିଲେ ।  ଟେଲିଗ୍ରାମ ଗ୍ରୁପ୍‌ ଆଡମିନ୍‌ଙ୍କ ପରାମର୍ଶକ୍ରମେ ପ୍ରଥମେ  ଦେଢ଼ ଲକ୍ଷ ଟଙ୍କା ନିବେଶ କଲେ । ୧୫ ମିନିଟ୍‌ ଭିତରେ  ତାଙ୍କ ଆକାଉଣ୍ଟକୁ ୩ ଲକ୍ଷ ୨୪ ହଜାର ଟଙ୍କା ଫେରସ୍ତ  ଆସିଥିଲା । ଏହା ଦେଖି ଶ୍ରୀ ପଟ୍ଟନାୟକ ଅଧିକ ଉତ୍ସାହିତ  ହୋଇଗଲେ । ୨ ଘଣ୍ଟା ଭିତରେ ପାଖାପାଖି ୧୨ଟି ସଂସ୍ଥାରେ  ୩୩ ଲକ୍ଷ ଟଙ୍କା ନିବେଶ କରିଦେଲେ । ଉକ୍ତ ଆପ୍‌ରୁ  ତାଙ୍କ ଆକାଉଣ୍ଟ ଆପେ ଡିଆକ୍ଟିଭେଟ୍‌ ହୋଇଗଲା । ଗ୍ରୁପ୍‌ରୁ  କାଢ଼ିଦିଆଗଲା । ପୂର୍ବ ଦେଢ଼ ଲକ୍ଷକୁ ମିଶାଇ ତାଙ୍କର  ମୋଟ ଉପରେ ୩୪ ଲକ୍ଷ ୫୦ ହଜାର ଟଙ୍କା କ୍ଷତି  ହୋଇଥିବା ଜାଣି ଶ୍ରୀ ପଟ୍ଟନାୟକ ନାସନାଲ ସାଇବର  କ୍ରାଇମ୍‌ ପୋର୍ଟାଲରେ ଅଭିଯୋଗ କରିଛନ୍ତି

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.