ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବାଲେଶ୍ୱରରେ କର୍ଫ୍ୟୁ: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପିଙ୍କ ଅନୁରୋଧ

ବାଲେଶ୍ୱର, ୧୮/୬: ବାଲେଶ୍ୱରରେ ଦୁଇ ସମ୍ପ୍ରଦାୟ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଉଗ୍ର ରୂପ ନେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ତେବେ ଏହି କର୍ଫ୍ୟୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଲବତ୍ତର ରହିବ । ଏହି ସମୟରେ ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବାଲେଶ୍ୱରବାସୀଙ୍କୁ ଏସପି ସାଗରିକା ନାଥ ନିବେଦନ କରିଛନ୍ତି । 

ଏହି ପରିପ୍ରେକ୍ଷୀରେ ବୁଧବାର ସକାଳେ ଟାଉନ ଥାନାରେ ଶ୍ରୀମତୀ ନାଥ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଗଣମାଧ୍ୟମ ପ୍ରତିନିଧିନିଙ୍କୁ ସୂଚନା ଦେଇ ସେ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପରିସ୍ଥିତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯାଉଛି । ଉଭୟ ପକ୍ଷରୁ ଏଯାଏଁ ୭ଟି ଏଫଆଇଆର ପଞ୍ଜିକରଣ କରାଯାଇଛି । ଅଭିଯୋଗ ମୁତାବକ, ୩୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୁଧବାର ଅପରାହ୍ଣରୁ ଇଣ୍ଟରନେଟ୍ ସୁବିଧାକୁ ବନ୍ଦ କରାଯିବ । ମାତ୍ର ସମସ୍ତ ଜରୁରୀ ସେବା ଉପଲବ୍ଧ ରହିବ । ତେବେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଡାକି ଶାନ୍ତି କମିଟି ବସିବାର ଆୟୋଜନ କରାଯିବ । ଏଭଳି ସମୟରେ ବାଲେଶ୍ୱରବାସୀ ସହଯୋଗର ହାତ ବଢ଼ାଇବା ପାଇଁ ସେ ନିବେଦନ କରିଥିଲେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.