ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ରାଜ୍ୟରେ ଆତଙ୍କ ଖେଳାଇଛି ଡେଙ୍ଗୁ; ସ୍ବିମିଂ ପୁଲ୍‌ରୁ ଭିଡିଓ ଛାଡ଼ୁଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ, ବର୍ଷିଲା ବିଜେପି

Image Courtesy: hindustantimes

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଡେଙ୍ଗୁର ଆତଙ୍କ ବୃଦ୍ଧି ପାଇଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବିମିଂ ପୁଲ୍‌ରେ ମଜା ନେଉଛନ୍ତି । ଏନେଇ ସେ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓଙ୍କ ଭିଡିଓକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜେପି । ଡେଙ୍ଗୁ ଏବଂ ମାଲେରିଆ ରାଜ୍ୟରେ କାୟା ମେଲାଇଥିବା ବେଳେ କଂଗ୍ରେସ ସରକାର ସ୍ବଚ୍ଛ ସ୍ବିମିଂ ପୁଲ୍‌ରେ ଭାସୁଛନ୍ତି ବୋଲି ବିଜେପି କହିଛି ।

 ଭିଡିଓ ପୋଷ୍ଟ କରି ବିଜେପି ପକ୍ଷରୁ ଏକ୍ସରେ ଲେଖାଯାଇଛି ଯେ, ‘ପାଣିରେ ସ୍ବାସ୍ଥ୍ୟ ବିଭାଗର ନେରୋ ରାଓ’ । ନେରୋ ରୋମାନର ଜଣେ ରାଜା ଥିଲେ । ସହର ଜଳୁଥିବା ବେଳେ ସେ ସଙ୍ଗୀତ ଶୁଣି ମଜା ନେଉଥିଲେ । ସେପଟେ ବିଜେପିକୁ ପାଲଟା ଜବାବ ଦେଇଛନ୍ତି ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ । 

ସ୍ବାସ୍ଥ୍ୟ ପାଇଁ ସେ ପ୍ରତିଦିନ ପହଁରନ୍ତି ଏବଂ ବ୍ୟାୟାମ କରନ୍ତି ବୋଲି କହିଛନ୍ତି । ବ୍ୟାୟାମ କରିବାକୁ ବିଜେପି ନେତାଙ୍କୁ ସେ ପରାମର୍ଶ ଦେଇଛନ୍ତି । ପହଁରିବା ଦ୍ବାରା କେବଳ ସ୍ବାସ୍ଥ୍ୟ ଭଲ ରହିବ ତାହା ନୁହେଁ ମସ୍ତିଷ୍କ ସକ୍ରିୟ ହୁଏ ବୋଲି ବିଜେପି ନେତାଙ୍କୁ କହିଛନ୍ତି ଗୁଣ୍ଡୁ ରାଓ । ସ୍ବାସ୍ଥ୍ୟ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବା ନେଇ ଜଣାଅଛି । ସେ ମାଙ୍ଗାଲୋର ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ମନ୍ତ୍ରୀଙ୍କ ଏହି ଭିଡିଓ ମାଙ୍ଗଲୋର ଅନ୍ତର୍ଜାତୀୟ ସ୍ବିମିଂ ପୁଲର ବୋଲି ଜଣାପଡ଼ିଛି । 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.