ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମା'ମାନଙ୍କ ବିଶ୍ଵାସ ସହ ବିଜେପି ଖେଳିବା ଉଚିତ୍ ନୁହେଁ, ମା'ମାନେ ଏହାର ଉଚିତ୍ ଜବାବ ଦେବେ : ନବୀନ

ଭୁବନେଶ୍ଵର, ୦୪/୦୯ : ଶଙ୍ଖ ଭବନରେ ବିଜୁ ମହିଳା ଦଳ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି ଯେ, ମା'ମାନଙ୍କ ବିଶ୍ଵାସ ସହ ବିଜେପି ଖେଳିବା ଉଚିତ୍ ନୁହେଁ। ମା'ମାନେ ଏହାର ଉଚିତ୍ ଜବାବ ଦେବେ। ବିଜୁ ବାବୁ ସାରା ଦେଶରେ ମହିଳା ସଶକ୍ତିକରଣର ମୂଳଦୁଆ ପକାଇଥିଲେ। ବିଜୁ ଜନତା ଦଳ ମା'ମାନଙ୍କର ସ୍ଵର ହୋଇ ରହିଛି ଓ ରହିବ। 

ନବୀନ କହିଛନ୍ତି ଯେ, ବିଜୁ ଜନତା ଦଳ ସବୁବେଳେ ମା' ମାନଙ୍କ ସାଥିରେ ଅଛି। ମା' ମାନଙ୍କ ପାଇଁ କାମ କାରୁଛି। ମା' ମାନଙ୍କୁ ସାମାଜିକ କିମ୍ଵା ଅର୍ଥିକ ସଶକ୍ତିକରଣ ପାଇଁ ବିଜେଡି ସବୁବେଳେ ଆଗରେ। ବିଜୁ ବାବୁ ସାରା ଦେଶର ମା' ମାନଙ୍କର ସଶକ୍ତିକରଣର ମୂଳଦୁଆ ଦେଇଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମା'ମାନଙ୍କୁ ଏକାଠି କରାଯାଇଛି। ଏସଏଚଜିରୁ ସେମାନେ ଉଦ୍ୟୋଗୀ ହୋଇପାରିଛନ୍ତି। 

ନବୀନ ପୁଣି କହିଛନ୍ତି ଯେ, ମିଛ ହେଉଛି ବିଜେପିର ସବୁଠାରୁ ବଡ଼ ପରିଚୟ। ସୁଭଦ୍ରା ଯୋଜନା ହେଉ ବା ୩୦୦ ୟୁନିଟ୍ ମାଗଣା ବିଜୁଳି ବିଜେପିର ମିଛ ବିଷୟରେ ସମସ୍ତେ ଜାଣନ୍ତି। ଦୁଇ ବର୍ଷରେ ପଚାଶ ହଜାର ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ପାଞ୍ଚ ବର୍ଷରେ ଦେବେ। ତାହା ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା। ସବୁ ମହିଳାଙ୍କୁ ସୁଭଦ୍ରା ଅର୍ଥ ଦେବେ ବୋଲି କରିଥିଲେ ଏବେ କିନ୍ତୁ ଅଳ୍ପ କିଛି ମା ମାନଙ୍କୁ ଦେଉଛନ୍ତି। ଗତ ନିର୍ବାଚନରେ ବିଜେପିର ବଡ଼ ବଡ଼ ନେତା ସାରା ଦେଶକୁ ଆସି ବହୁତ ବଡ଼ ବଡ଼ କଥା କହିଲେ। ହେଲେ କାମ ଜିରୋ। ମହିଳାମାନଙ୍କ ବିଶ୍ଵାସକୁ ନେଇ ବିଜେପି ଖେଳିବା ଉଚିତ୍ ନୁହେଁ। ସାଧାରଣ ଲୋକଙ୍କ ବିଶ୍ଵାସ ସହ ଖେଳିବା ଉଚିତ୍ ନୁହେଁ। ମା ମାନେ ବହୁତ ସଚେତନ। ସେମାନେ ଏହାର ଜବାବ ଦେବେ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.