ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବିହାରରେ ଲାଗୁହେଲା ୭୫ ପ୍ରତିଶତ ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାରି କଲେ ନୋଟିଫିକେସନ…

ନୂଆଦିଲ୍ଲୀ: ବିହାରରେ ଏବେ ୭୫ ପ୍ରତିଶତ ସଂରକ୍ଷଣର ଲାଭ ମିଳିବ । ବିହାରର ନୀତୀଶ କୁମାର ସରକାର ଏ ସମ୍ପର୍କରେ ଏକ ଗେଜେଟ୍ ପ୍ରକାଶ କରିଛନ୍ତି । ଏହାର ଅର୍ଥ ହେଉଛି, ବର୍ତ୍ତମାନଠାରୁ ଅନୁସୂଚିତ ଜାତି / ଜନଜାତି, ଇବିସି ଏବଂ ଓବିସି ମାନଙ୍କୁ ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣର ଲାଭ ମିଳିବ । ଆଜି (ମଙ୍ଗଳବାର, ୨୧ ନଭେମ୍ବର) ଠାରୁ ଏହା କାର୍ଯ୍ୟକାରୀ କରାଯାଇଛି । ବିହାର ସରକାର ସଂରକ୍ଷଣ ସୀମାକୁ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି । 

ସୂଚନାଥାଉକି, ବିହାର ସରକାର ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୩ ଉପସ୍ଥାପନ କରିଥିଲେ । ନଭେମ୍ବର ୯ ରେ ଏହା ଉଭୟ ଗୃହ ଦ୍ୱାରା ପାସ ହୋଇଥିଲା । ଏଥିରେ ସଂରକ୍ଷଣର ପରିସରକୁ ୭୫ ପ୍ରତିଶତକୁ ବୃଦ୍ଧି କରିବାର ବ୍ୟବସ୍ଥା ଥିଲା । ତେବେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟ ଏହି ବିଲ୍କୁ ସମର୍ଥନ କରିଥିଲା । ଦିଲ୍ଲୀରୁ ଫେରିବା ମାତ୍ରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ସଂରକ୍ଷଣ ବିଲ୍ -୨୦୨୩ କୁ ଅନୁମୋଦନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନଭେମ୍ବର ୭ରେ ଘୋଷଣା କରିଥିଲେ ଯେ, ବିହାରରେ ସଂରକ୍ଷଣ ପରିସର ବିସ୍ତାର କରାଯିବ । ବିହାରରେ ୬୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଘୋଷଣା ପରେ ନୀତୀଶ କୁମାର କ୍ୟାବିନେଟ ହଠାତ୍ ଏକ ବୈଠକ ଡାକିଥିଲେ । ଅଢେଇ ଘଣ୍ଟା ମଧ୍ୟରେ ସଂରକ୍ଷଣର ପରିସର ବଢାଇବାକୁ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଥିଲା । ଏହା ପରେ, ନଭେମ୍ବର ୯ ରେ ଉଭୟ ଗୃହ ଦ୍ୱାରା ଏହା ପାରିତ ହୋଇଥିଲା । 

 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.