ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଶରୀର ପାଇଁ ଅମୃତ ଉଷୁମ କ୍ଷୀର, ଜାଣନ୍ତୁ ଏହାର ଉପକାରୀତା…

Published By : Harapriya Sethi | September 30, 2024 7:13 AM

ଭୁବନେଶ୍ୱର,୩୦/୦୯: ଉଷୁମ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଛି। ଏଥିରେ ଥିବା କ୍ୟାଲସିୟମ, ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ତ୍ୱ ଶରୀର ପାଇଁ ବେଶ ଉପକାରୀ । ଜାଣନ୍ତୁ ନିୟମିତ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ କ'ଣ କ'ଣ ଲାଭ ମିଳିଥାଏ।

ଉତ୍ତମ ନିଦ ପାଇଁ-

ଉଷୁମ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦରେ ସହାୟକ ହୋଇଥାଏ । ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚିନ୍ତା ଦୂର ହୋଇଥାଏ । ଫଳରେ ଭଲ ନିଦ ହୋଇଥାଏ । ଏହା ମେଲାଟୋନିନ ଉତ୍ପାଦନକୁ ବଢାଇ ଦେଇଥାଏ । ଯାହା ନିଦ ପାଇଁ ଆବଶ୍ୟକ ହେଉଥିବା ହରମୋନ ।

ହାଡ ମଜଭୁତ କରିଥାଏ-

କ୍ଷୀର କ୍ୟାଲସିୟମର ସବୁଠାରୁ ଉତ୍ତମ ସ୍ରୋତ । ଏହା ହାଡ ଓ ଦାନ୍ତକୁ ମଜଭୁତ କରିବାରେ ସହାୟକ ହୋଇଥାଏ । ନିୟମିତ ଉଷୁମ କ୍ଷୀର ପିଇବା ଦ୍ୱାରା ହାଡ ଜନିତ ସମସ୍ୟା ଦୂର ହୋଇଥାଏ ।ଉଷୁମ କ୍ଷୀର ପାଚନ ପାଇଁ ଲାଭଦାୟକ । ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ । ପେଟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ପେଟର ଜଳାପୋଡାକୁ ମଧ୍ୟ ଦୂର କରିଥାଏ ।

ଚିନ୍ତା ଦୂର କରିଥାଏ-

ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚିନ୍ତା ଦୂର ହୋଇଥାଏ । ମନକୁ ଖୁସି ମଧ୍ୟ କରିଥାଏ। ଉଷୁମ କ୍ଷୀର ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । କ୍ଷୀର ପିଇବା ଦ୍ୱାରା ଭୋକ କମ୍ ହୋଇଥାଏ । ଫଳରେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ ।

ତ୍ୱଚା ଓ ହୃଦୟ ପାଇଁ-

କ୍ଷୀରରେ ଥିବା ଭିଟାମିନ ଓ ଖଣିଜ ତ୍ୱଚାକୁ ସୁସ୍ଥ ରଖିଥାଏ । କ୍ଷୀରରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ସହାୟକ ହୋଇଥାଏ ।

କେଉଁ ସମୟରେ ପିଇବେ-

ରାତିରେ ଶୋଇବା ପୂର୍ବରୁ ନିୟମିତ ଏକ ଗ୍ଲାସ ଉଷୁମ କ୍ଷୀର ପିଇବା ସବୁଠାରୁ ଲାଭଦାୟକ । ମାତ୍ର ଆବଶ୍ୟକତା ଠାରୁ ଅଧିକ କିମ୍ବା ଅଧିକ ପରିମାଣରେ ଉଷୁମ କ୍ଷୀରର ସେବନ କରନ୍ତୁ ନାହିଁ ।ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିବା ସହ ଅନେକ ରୋଗରୁ ଏହା ରକ୍ଷା କରିଥାଏ । ଶରୀର ସୁସ୍ଥ ରହିଥାଏ । ଯଦି ଅନ୍ୟ କୌଣସି ରୋଗ ରହିଛି, ତେବେ ଡାକ୍ତରଙ୍କ ପରାମର୍ଶରେ କ୍ଷୀର ସେବନ କରନ୍ତୁ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.