ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ରେସ୍ତୋରାଁରେ ଦୁର୍ବୃତ୍ତଙ୍କ ହଙ୍ଗାମା:୨ ଗ୍ରାହକଙ୍କ ମୁଣ୍ଡ ଫାଟିଲା, ସୀମା ବିବାଦରୁ ପହଞ୍ଚିଲାନି ପିସିଆର

ଭୁବନେଶ୍ୱର,୦୯/୦୯: ରାଜଧାନୀ ଉପକଣ୍ଠ ପଥରଗାଡିଆର ଏକ ରେସ୍ତୋରାଁରେ ଦୁର୍ବୃତ୍ତମାନେ ହଙ୍ଗାମା ଖେଳାଇଛନ୍ତି । ରେସ୍ତୋରାଁରେ ଚେୟାର ନ ମିଳିବାରୁ ଗ୍ରାହକଙ୍କୁ ନିର୍ଧୁମ ପିଟିଛନ୍ତି । ସେମାନଙ୍କ କାର ଭାଙ୍ଗିଛନ୍ତି । ଆକ୍ରମଣରେ ନଚିକେତା ଦାଶ ଓ ଶାଶ୍ୱତ ମହାନ୍ତି ନାମକ ୨ ଗ୍ରାହକ ଆହତ ହୋଇଛନ୍ତି ।  

ବଡ଼ କଥା ହେଉଛି, ପ୍ରାୟ ଅଧ ଘଣ୍ଟାଏ ଧରି ଦୁର୍ବୃତ୍ତମାନେ ସେଠାରେ ଆତଙ୍କ ଖେଳାଇଥିଲେ ।  ଅନ୍ୟ ଗ୍ରାହକମାନେ ଜରୁରୀ ସେବା ୧୧୨କୁ ଫୋନ୍‌  ଯୋଗେ ଜଣାଇଥିଲେ । ହେଲେ ପିସିଆର ଭ୍ୟାନ୍‌  ଘଟଣାସ୍ଥଳରେ ପହଞ୍ଚି ପାରିଲାନି । ଏମିତିକି ଥାନାର ସୀମା ବିବାଦ ଯୋଗୁ ଇନ୍‌ଫୋସିଟି ଓ ଚନ୍ଦକା ଥାନା ପୁଲିସ ପ୍ରଥମେ ଅଭିଯୋଗପତ୍ର  ରଖିଲେନି । ଯାହାକି, କମିଶନରେଟ ପୁଲିସର  ଛବିକୁ ପୁଣି ମଳିନ କରିଛି । 

ପଥରଗାଡିଆରୁ ଡିଏନ୍‌ ସ୍କୁଲକୁ ଲମ୍ବିଥିବା ଶହେ ଫୁଟିଆ ରାସ୍ତାକଡ଼ରେ  ଅଛି ବେଙ୍ଗାଲୁରୁ ଏକ୍ସପ୍ରେସ୍‌ । ଏହି ରେସ୍ତୋରାଁରେ ସବୁବେଳେ ଗ୍ରାହକଙ୍କ ଭିଡ଼ ରହୁଛି । ବିଶେଷକରି  ଯୁବପିଢ଼ିଙ୍କ ମନ ପସନ୍ଦ ରେସ୍ତୋରାଁ ଏଇଟା । ସନ୍ଧ୍ୟା  ସାଢ଼େ ୬ଟା ବେଳର ଘଟଣା । ରେସ୍ତୋରାଁରେ ପ୍ରବଳ  ଭିଡ଼ ଥାଏ । ନଚିକେତା ଓ ଶାଶ୍ୱତଙ୍କ ସମେତ ଏକ  ଘରୋଇ ଶିକ୍ଷାନୁଷ୍ଠାନର କିଛି ଛାତ୍ରଛାତ୍ରୀ ସେଠାରେ  ପହଞ୍ଚିଲେ। ରେସ୍ତୋରାଁରେ ଭିଡ଼ ଥିବାରୁ ଚେୟାର  ମିଳିଲାନି । କିଛି ସମୟ ଅପେକ୍ଷା କରିବା ପରେ  ୩ଟି ଚେୟାର ଫାଙ୍କା ହେଲା । ସେମାନେ ଏହାକୁ  କବ୍‌ଜା କରିବାକୁ ଯିବା ବେଳେ ଅନ୍ୟ ଏକ ଗୋଷ୍ଠୀର  ଯୁବକମାନେ ପ୍ରଥମେ ମାଡି ବସିଲେ । ଯାହାକୁ  ନେଇ ଯୁକ୍ତତର୍କ ହୋଇଥିଲା । ଅପରଗୋଷ୍ଠୀର  ଯୁବକମାନେ ୨ଜଣଙ୍କୁ ରେସ୍ତୋରାଁରୁ ଟାଣି ରାସ୍ତା  ଉପରକୁ ନେଇଗଲେ । ସଂଘବଦ୍ଧ ଭାବେ ସେମାନଙ୍କୁ  ପିଟିବାକୁ ଲାଗିଲେ । ଅନ୍ୟ ଗ୍ରାହକମାନେ ଜୀବନ  ବିକଳରେ ଧାଇଁବାକୁ ଲାଗିଲେ । ନଚିକେତା ଓ  ଶାଶ୍ୱତ ଅନ୍ୟ ସାଙ୍ଗଙ୍କ ସହ ସେଠାରୁ ଖସି ଯିବାକୁ ବାହାରିବା ବେଳେ ଆକ୍ରମଣକାରୀମାନେ ତାଙ୍କ କାର  କାଚ ଭାଙ୍ଗି ଦେଇଥିଲେ । 

ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ  ଫେରିବା ପରେ ଉଭୟେ ପ୍ରଥମେ ଇନ୍‌ଫୋସିଟି  ଥାନା ଯାଇଥିଲେ । ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଉକ୍ତ ଥାନ ଅଧୀନରେ ଯାଉନଥିବା ଦର୍ଶାଇ ପୁଲିସ  ସେମାନଙ୍କୁ ଫେରାଇ ଦେଇଥିଲା । ପୀଡି଼ତଙ୍କୁ  ଚନ୍ଦକା ଥାନାରେ ମଧ୍ୟ ସମାନ ଉତ୍ତର ମିଳିଥିଲା ।  ପରେ ଇନ୍‌ଫୋସିଟି ଥାନା ପୁଲିସ ଏତାଲା ଗ୍ରହଣ କରିଛି । ରେସ୍ତୋରାଁର ସିସି କ୍ୟାମେରା ଫୁଟେଜ୍‌  ଯାଞ୍ଚ କରି ତଦନ୍ତ ଚଳାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.