ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖରାପ ଖବର; ଏବେ ଆଉ ମିଳିବନି ଏହି ସୁବିଧା, ଏଥର କିଣିବେ ଷ୍ଟୋରେଜ୍ !

Image source: Internet

ନୂଆଦିଲ୍ଲୀ,୨୦/୧୧: ହ୍ୱାଟ୍ସଆପ୍‌ର ଲୋକପ୍ରିୟତା ସାଙ୍ଗକୁ ନୂଆ ନୂଆ ଅପ୍‌ଡେଟ୍‌ ନେଇ ଆସୁଛି ମେଟା। କିଛି ଅପ୍‌ସନ୍‌  ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ କିଛି ସୁବିଧାକୁ ହଟାଯାଉଛି। ବିଶ୍ୱ ସ୍ଥରରେ ୨.୭ ବିଲିୟନରୁ ଅଧିକ ୟୁଜର୍ସଙ୍କୁ ଲୋକପ୍ରିୟତା ହାସଲ କରିଥିବା ଏହି ମେସେଜିଂ ଆପ୍‌ ଏବେ ପୁଣି ଏକ ପରିବର୍ତ୍ତନ କରିବାକୁ ଯାଉଛି। ଯାହାକି ହ୍ୱାଟ୍ସ ଆପ୍ ବ୍ୟବହାରକାରୀଙ୍କୁ ଝଟକା ଦେଇପାରେ। 

ବର୍ତ୍ତମାନ ଉପଭୋକ୍ତାମାନେ ଗୁଗୁଲ୍ ଡ୍ରାଇଭରେ ଅସୀମିତ ଷ୍ଟୋରେଜର ଲାଭ ଉଠାଇପାରିବେ ନାହିଁ। ଏହି ନିଷ୍ପତ୍ତି ଶୀଘ୍ର କାର୍ଯ୍ୟକାରୀ ହେବ। ଗୁଗୁଲ ଏହାର ସପୋର୍ଟ ପେଜ୍‌ରେ ସୂଚନା ଦେଇ କହିଛି ଯେ, ହ୍ୱାଟସ୍‌ଆପ୍‌ରେ ଶୀଘ୍ର ଏକ ପରିବର୍ତ୍ତନ କରାଯିବ। ଏହା ପରେ, ଆଣ୍ଡ୍ରଏଡ୍ ହ୍ୱାଟସ୍ ଆପ୍ ବ୍ୟବହାରକାରୀମାନେ ଗୁଗୁଲ୍ ଡ୍ରାଇଭରେ ଅସୀମିତ ଚାଟ୍ ବିବରଣୀକୁ ଷ୍ଟୋରେଜ କରି ପାରିବେ ନାହିଁ। ଗୁୁଗୁଲ ଦ୍ବାରା ପ୍ରଦତ୍ତ ଷ୍ଟୋରେଜ୍‌ ପୂର୍ଣ୍ଣ ହେବା ପରେ ଆପଣଙ୍କୁ ଗୁଗୁଲର କ୍ଲାଉଡ୍ ଷ୍ଟୋରେଜ୍ କିଣିବାକୁ ପଡ଼ିବ।

ସୂଚନାଥାଉକି, ହ୍ୱାଟସ୍‌ଆପ୍ ବ୍ୟାକଅପ୍ ହେଉଛି ଏହି ଆପର ଅନ୍ୟତମ ଲୋକପ୍ରିୟ ବୈଶିଷ୍ଟ୍ୟ। କାରଣ ଲୋକଙ୍କ ପାଇଁ ଏବେ ଚାଟ୍‌ ବ୍ୟାକ୍‌ଅପ୍‌ ନିତ୍ୟାନ୍ତ ଆବଶ୍ୟକ ହୋଇପଡ଼ିଥିବା ବେଳେ ଏହାକୁ ନେଇ ମେଟା ଏପରି କିଛି ନୂତନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ତେବେ କ୍ଲାଉଡ୍ ବ୍ୟତୀତ, ବ୍ୟାକଅପ୍ ପାଇଁ ଅନ୍ୟ କୌଣସି ଅପ୍ସନ ନାହିଁ।

ଗୁଗୁଲ କହିଛି ଯେ, ପ୍ରଥମେ ଏହି ଫିଚର୍ ହ୍ୱାଟସ୍ ଆପ୍ ବିଟା ଭର୍ସନ୍ ପାଇଁ ଜାରି ରହିବ। ୨୦୨୩ ଡିସେମ୍ବରରୁ ଏହି ଅପ୍‌ସନ୍‌ ଆରମ୍ଭ ହେବ। ସମସ୍ତ ପରୀକ୍ଷା ପରେ ଏହାକୁ ବିଦ୍ଧିବଦ୍ଧ ଭାବେ ପ୍ରକାଶ କରାଯିବ। ଯଦି ଆପଣ ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟ୍ସଆପ୍ ବ୍ୟାକଅପ୍ ଏନାବଲ୍‌ କରନ୍ତି, ତେବେ ଏହା ବ୍ୟକ୍ତିଗତ ଆକାଉଣ୍ଟ ସହିତ ୧୫ ଜିବି ଷ୍ଟୋରେଜ୍ ମିଳିବ ଏବଂ ଏଥିପାଇଁ କୌଣସି ଫି ଲାଗିବ ନାହିଁ।

 

 

 

Copyright © 2022 - Summa Real Media Private Limited. All Rights Reserved.