ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ନିଆରା ଉପାୟରେ ପ୍ରତିବାଦ: ଗାଁର ବିକାଶ ଦାବିରେ ୩ ବର୍ଷ ହେଲା ଗୋଟିଏ ଗୋଡ଼ରେ ଯୋଗରେ

ନୂଆଦିଲ୍ଲୀ ୦୮/୦୮: ଉତ୍ତରପ୍ରଦେଶରେ ପ୍ରତିବାଦର ଏକ ନିଆରା ଉପାୟ ଦେଖିବାକୁ ମିଳିଛି । ଏଠାରେ ଜଣେ ଗୁରୁ ନିଜର ଦାବି ପୂରଣ ଲାଗି ଯୋଗର ସାହାରା ନେଇଛନ୍ତି । ନିଜ ଗାଁରେ ବିକାଶର ଅଭାବ ବିରୋଧରେ  ସେ ଯୋଗ ଜରିଆରେ ପ୍ରତିବାଦ କରୁଛନ୍ତି । ବଚ୍ଚା ବାବା ନାମରେ ସେ ଖୁବ୍‌ ଲୋକପ୍ରିୟ । ଫିରୋଜାବାଦର ତୁଣ୍ଡଲାଠାରୁ ୨୦ କିମି  ଦୂର ଯମୁନା ତଟରେ ଅବସ୍ଥିତ ଗ୍ୱାରାଇ ଗାଁର ସେ ବାସିନ୍ଦା ।  

ବଚ୍ଚା ବାବା ନିଜର ନିଆରା ପ୍ରତିବାଦ ସମ୍ପର୍କରେ କହିଛନ୍ତି,  ତାଙ୍କ ଗାଁ ଓ ମନ୍ଦିର ସହରଠୁ ବହୁତ ଦୂରରେ ଅବସ୍ଥିତ । ଜନ  ପ୍ରତିନିଧିମାନେ ଗାଁକୁ ଭୋଟ୍‌ ମାଗିବାକୁ ଆସୁଛନ୍ତି, କିନ୍ତୁ ଜିଲ୍ଲାର  କୌଣସି ଜନ ପ୍ରତିନିଧି କିମ୍ବା ଅଧିକାରୀ ଗାଁର ଖରାପ ସ୍ଥିତି  ଦେଖିବାକୁ ଆସୁନାହାନ୍ତି । ଗାଁରେ ଆଦୌ ବିକାଶ ହୋଇନାହିଁ ।  ଗାଁ ଭିତରେ ଗୋଟିଏ ବି ପକ୍କା ସଡ଼କ ନାହିଁ । ଷ୍ଟ୍ରିଟ୍‌ ଲାଇଟ୍‌  ନାହିଁ । ମନ୍ଦିର ଓ ଆଶ୍ରମଗୁଡ଼ିକର ପୁନରୁଦ୍ଧାର ମଧ୍ୟ କରାଯାଉ  ନାହିଁ । ସ୍ଥାନୀୟ ଲୋକେ ଅନ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ  ହେଉଛନ୍ତି । ସେଥିପାଇଁ ଏହାର ପ୍ରତିବାଦରେ ଗତ ୩ ବର୍ଷ  ହେଲା ସେ ଗୋଟିଏ ଗୋଡ଼ରେ ଠିଆ ହୋଇ ହଠ ଯୋଗ  କରୁଛନ୍ତି । ଗାଁର ବିକାଶ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି । 

ଗାଁର ଜଣେ ବାସିନ୍ଦା ରଣ ସିଂହ ଧାକରେ କହିଛନ୍ତି, ବଚ୍ଚା  ବାବା ଗାଁ ବାହାରେ ଏକ ମନ୍ଦିରରେ ଦୀର୍ଘ ବର୍ଷ ଧରି  ରହୁଛନ୍ତି । ଏ ଅଞ୍ଚଳର ବିକାଶ, ଜନ ମଙ୍ଗଳ ଓ ଧାର୍ମିକ  କାର୍ଯ୍ୟକ୍ରମ ପାଇଁ ସେ କାମ କରୁଛନ୍ତି । କିନ୍ତୁ ଗାଁରେ ବିକାଶ  ନ ହେବାରୁ ରାଗରେ ସେ ୩ ବର୍ଷ ତଳେ ଗୋଟିଏ ଗୋଡ଼ରେ  ଠିଆ ହୋଇ ହଠ ଯୋଗ ଆରମ୍ଭ କଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.