ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହାର୍ଟକୁ ସୁସ୍ଥ ରଖିବା ପାଇଁ ବିଶେଷଜ୍ଞଙ୍କ ଉପଯୋଗୀ ଟିପ୍ସ , ଯେକେହି କରି ପାରିବେ ଅନୁସରଣ …

ନୂଆଦିଲ୍ଲୀ : ଖରାପ ଜୀବନଶୈଳୀ କାରଣରୁ ଅଧିକାଂଶ ଲୋକ ଏହି ସମୟରେ ଅନେକ ପ୍ରକାରର ରୋଗରେ ପୀଡ଼ିତ ହେଉଛନ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ କାରଣରୁ ଲୋକଙ୍କ ଠାରେ ଡାଏବେଟିସ୍‌ ଓ ବ୍ଲଡ୍‌ ସୁଗାର ଭଳି ସମସ୍ୟା ହେଉଛି। ଏକ ସୁସ୍ଥ ଶରୀରର ପାଇଁ ଉତ୍ତମ ବ୍ଲଡ୍‌ ସର୍କୁଲେସନ ଜରୁରୀ, ସେତେବେଳେ ଯାଇ ଆମର ଶରୀର ସଠିକ୍‌ ଭାବେ କାମ କରିଥାଏ। ବ୍ଲଡ ସର୍କୁଲେସନ ଯଦି ଧିମା ହୋଇଥାଏ ତ କାର୍ଡିଓଭାସ୍କୁଲର ରୋଗର ବିପଦ ବଢିଯାଏ। ଏଥିରେ ଆୟୁର୍ବେଦିକ ବିଶେଷଜ୍ଞ ଡା. ଦୀକ୍ଷା ଭାବସାର ହାର୍ଟକୁ ସୁସ୍ଥ ଓ ଶକ୍ତିଶାଳୀ ରଖିବାକୁ ଦେଇଛନ୍ତି ଟିପ୍ସ । 

୧-ନିଜର ଖାଦ୍ୟରେ ରସୁଣ ସାମିଲ କରନ୍ତୁ।

୨-୩୦ ବର୍ଷ ବୟସ ପରେ ପ୍ରତିବର୍ଷ ନିଜର ଲିପିଡ ପ୍ରୋଫାଇଲ ଓ ଏଚଏସ-ସିଆରପି ଯାଞ୍ଚ କରାନ୍ତୁ।

୩- ନିଜର ଖାଦ୍ୟରେ ଡାଳିମ୍ୱ , ବାଦାମ , ସନ୍ତରା , ଜାମୁ , ସବୁଜ ପନିପରିବା ସାମିଲ କରାନ୍ତୁ। 

୪- ନିଜର ଖାଦ୍ୟରେ ଡାଳଚିନି, କଳା ମରିଚ , ହଳଦୀ , ଆଦା , ଅଳେଇଚ, ଧନିଆ ଭଳି ମସଲାକୁ ସାମିଲ କରାନ୍ତୁ।

୫-୪୦ ବର୍ଷ ପରେ ଚା ଭାବେ ଅର୍ଜୁନ ଜଟିବୁଟି ଖାଇବା ଆରମ୍ଭ କରନ୍ତୁ। 

୬-ଚଲା ବୁଲା କରିବାକୁ ନିଜ ରୁଟିନରେ ସାମିଲ କରନ୍ତୁ। କାରଣ ବସି ରହିବା ହାର୍ଟ ପାଇଁ ହାନିକାରକ ହୋଇପାରେ। ପ୍ରତିଦିନ ଅତି କମ୍‌ରେ    ୪୫ ମିନିଟ୍‌ ବ୍ୟାୟାମ କରନ୍ତୁ। 

୭- ନିଜ ଉତ୍ତେଜନାକୁ ନିୟନ୍ତ୍ରିତ କରନ୍ତୁ, ବିଶେଷଜ୍ଞ କୁହନ୍ତି କି ଷ୍ଟ୍ରେସ୍‌ ହାର୍ଟ ଆଟାକ୍‌ ( ହୃଦଘାତ) ପାଇଁ ମୁଖ୍ୟତଃ ଦାୟୀ ହୋଇପାରେ। 

୮- ଡିପ୍‌ ଫ୍ରାଇଡ୍‌ ଓ ପ୍ରୋସେଡ୍‌ ଭୋଜନ ଖାଇବାରୁ ନିବୃତ୍ତ ରୁହନ୍ତୁ। ଜଙ୍କ ଫୁଡ୍‌କୁ ମାସରେ ୧/୨ ଥରରେ ସୀମିତ ରଖନ୍ତୁ। ଏହା ବ୍ୟତୀତ          ଧୂମପାନ ବନ୍ଦ କରନ୍ତୁ। 

୯-ଦ୍ୱିପ୍ରହର ୨ଟା ପରେ କଫି (Caffeine) ଠାରୁ ଦୂରେଇ ରୁହନ୍ତୁ, ଶୋଇବାର ୧୦ ଘଣ୍ଟା ଭିତରେ କଫି ପିଇବା ଦ୍ୱାରା ନିଦ ସମସ୍ୟା         ଦେଖା ଦେଇ ପାରେ।

୧୦- ନିଜର ଓଜନ ଓ ସୁଗାରର ସ୍ତରକୁ ସୀମାରେ ରଖନ୍ତୁ। ମୋଟାପା ଓ ହାଇ ସୁଗାର ସ୍ତର ଯୁକ୍ତ ଲୋକଙ୍କୁ ହାର୍ଟ ଆଟାକ୍‌ର ଅଧିକ ବିପଦ  ହୋଇଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.