ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମଧୁମେହ ଓ ଧୂମପାନ ଅଭ୍ୟାସ ଥିଲେ ଅଧିକ ମୋବାଇଲ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ, ନଚେତ୍‌ ହୋଇପାରେ…

ଭୁବନେଶ୍ୱର,୦୭/୦୯: ଅଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ହୃଦରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏକ ନୂଆ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି । ତେବେ ସମସ୍ତଙ୍କ କ୍ଷେତ୍ରରେ ଏହା ସମାନ ନୁହେଁ । ଯେଉଁମାନେ ମଧୁମେହରେ ଆକ୍ରାନ୍ତ କିମ୍ବା ଧୂମପାନ କରିବାର ଅଭ୍ୟାସ ରହିଥାଏ, ସେମାନଙ୍କ ପାଇଁ ଅଧିକ ମୋବାଇଲ ଫୋନ ବ୍ୟବହାର ହୃଦରୋଗର ଆଶଙ୍କା ବଢ଼ାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ବିଶେଷଜ୍ଞଙ୍କ ମତାମତ-

କାନାଡ଼ାର ହୃଦରୋଗ ସମ୍ବନ୍ଧୀୟ ଜର୍ନାଲରେ ଏକ ରିପୋର୍ଟ ପ୍ରକାଶ ପାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଅଧ୍ୟୟନ ପାଇଁ ବ୍ରିଟେନର ବାୟୋବ୍ୟାଙ୍କରୁ ୪ ଲକ୍ଷ ୪୪ ହଜାର ୨୭ ଜଣ ଲୋକଙ୍କ ତଥ୍ୟ ସଂଗ୍ରହ କରି ଅଧ୍ୟୟନ କରିଥିଲେ । ଏମାନଙ୍କଠାରେ ପୂର୍ବରୁ ହୃଦରୋଗର କୌଣସି ଲକ୍ଷଣ ନଥିଲା । ଏପରିକି ଏମାନଙ୍କ ପୂର୍ବ ଜେନେରେସନରେ ମଧ୍ୟ କେହି ହୃଦ୍‌ରୋଗର ଶିକାର ହୋଇ ନଥିଲେ ।  କିନ୍ତୁ ୨୦୦୬ ରୁ ୨୦୧୦ ମଧ୍ୟରେ ଏହି ଲୋକମାନେ ମାତ୍ରାଧିକ ମୋବାଇଲ ଫୋନ ବ୍ୟବହାର କରିଥିଲେ । ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମଧୁମେହ ଏବଂ ଧୂମପାନ ଅଭ୍ୟାସ ଥିଲା ସେମାନଙ୍କଠାରେ ପରବର୍ତ୍ତୀ ସମୟରେ ହୃଦରୋଗ ଦେଖାଦେଇଥିଲା।

ଚୀନର ସ୍ଵାସ୍ଥ୍ୟ ବିଶେଷଜ୍ଞ ୟାନଜୁନ ଝାଙ୍ଗ କହିଛନ୍ତି, ବର୍ତ୍ତମାନ ଆଧୁନିକ ସମାଜରେ ସବୁଆଡ଼େ ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି । କିନ୍ତୁ ସ୍ଵାସ୍ଥ୍ୟ ଉପରେ ଏହାର କେତେ କୁପ୍ରଭାବ ରହିଛି ତାହା ମଧ୍ୟ ଜାଣିବା ଉଚିତ । ମୋବାଇଲ ଫୋନରୁ ନିର୍ଗତ ହେଉଥିବା ରେଡିଓ-ଫ୍ରିକ୍ୱେନ୍ସି ଇଲେକ୍‌ଟ୍ରୋମ୍ୟାଗନେଟିକ୍‌ ଫିଲ୍ଡସ ଶରୀରରେ ହାଇପୋଥାଲାମିକ୍‌-ପିଟ୍ୟୁଟାରୀ-ଅଡ୍ରେନାଲ ଆକ୍ସିସ, ଇନଫ୍ଲାମେଟୋରୀ ରେସପନ୍ସ ଏବଂ ଷ୍ଟ୍ରେସକୁ ଅନିୟନ୍ତ୍ରିତ କରିଥାଏ । ଯାହାଦ୍ଵାରା ହୃତପିଣ୍ଡ ଏବଂ ଧମନୀରେ ରକ୍ତ ସଞ୍ଚାଳନ ବହୁ ମାତ୍ରାରେ ପ୍ରଭାବିତ ‌ହୋଇଥାଏ ।

ଅନ୍ୟ ଜଣେ ବିଶେଷଜ୍ଞ ଜିଆନହୁଇ କିନ୍‌ କହିଛନ୍ତି, ମୋବାଇଲ ଫୋନ ବ୍ୟବହାର ଏବଂ ହୃଦରୋଗ ମଧ୍ୟରେ ସମ୍ପର୍କ ଜାଣିବା ପାଇଁ ଲୋକଙ୍କ ଶୋଇବା ଅଭ୍ୟାସ, ମାନସିକ ବିସାଦ ଆଦି ଉପରେ ନଜର ରଖାଯାଇଥିଲା । ସ୍ଵଳ୍ପ ନିଦ୍ରା ଏବଂ ଖରାପ ମାନସିକ ସ୍ଵାସ୍ଥ୍ୟ ହୃଦରୋଗର କାରଣ ସାଜିପାରେ । ଏଥି ସହିତ ଯେଉଁମାନଙ୍କର ମଧୁମେହ ଏବଂ ଧୂମପାନ ଅଭ୍ୟାସ ରହିଥାଏ, ସେମାନଙ୍କଠାରେ ହୃଦରୋଗ ଆଶଙ୍କା ଅଧିକ ରହିଥାଏ । ଗବେଷକମାନେ ସପ୍ତାହରେ ଗୋଟିଏ ଫୋନ୍‌ କଲ୍‌ କରିବାକୁ ମୋବାଇଲ ଫୋନର ସାଧାରଣ ବ୍ୟବହାର ବୋଲି ଦର୍ଶାଇଛନ୍ତି । ଏହାଠାରୁ ଅଧିକ ବ୍ୟବହାର କଲେ ତାହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.