ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ମୋଦୀଙ୍କ ସ୍ବାଗତ ପାଇଁ ଅଷ୍ଟ୍ରିଆର କଳାକାର ଗାଇଲେ ‘ବନ୍ଦେ ମାତରମ୍’ ସଂଗୀତ, ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦୁଇ ଦିନିଆ ଋଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତାଙ୍କର ଏକ ଦିନିଆ ଗସ୍ତ ପାଇଁ ଅଷ୍ଟ୍ରିଆରେ ପହଞ୍ଚିଛନ୍ତି । ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଶାଲେନବର୍ଗ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ବିମାନବନ୍ଦରରେ ଭବ୍ୟ ସ୍ବାଗତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୋଟେଲ ରିଜ୍-କାର୍ଲଟନରେ ପହଞ୍ଚିଥିଲେ । ସେଠାରେ ଅଷ୍ଟ୍ରିଆର କଳାକାର ମାନେ ତାଙ୍କୁ ସ୍ୱାଗତ କରି 'ବନ୍ଦେ ମାତରମ' ଗାଇଥିଲେ । ପିଏମ ମୋଦୀଙ୍କ ଆଗରେ ବନ୍ଦେ ମାତରମ ଗାଇଥିବା କଳାକାର ମାନେ ସେମାନଙ୍କ ଅଭିଜ୍ଞତା ବଖାଣିଥିଲେ । ସେ ଏହାକୁ ଏକ ଅଭୂତପୂର୍ଣ୍ଣ ଅନୁଭବ ଏବଂ ଏକ ମହାନ ସମ୍ମାନ ବୋଲି ବର୍ଣ୍ଣନା କରିଥିଲେ । ପିଏମ ମୋଦୀ ମଧ୍ୟ ଏହି ପ୍ରଦର୍ଶନର ଭିଡିଓ ସେୟାର କରିଛନ୍ତି ।

ପିଏମ ମୋଦୀଙ୍କ ଆଗରେ ବନ୍ଦେ ମାତରମ ଗାଇଥିବା ଅଷ୍ଟ୍ରିଆର କଳାକାର ଇବ୍ରାହିମ ଏହି ବିଶେଷ ଉତ୍ସବରେ ତାଙ୍କ ଅଭିଜ୍ଞତା କହିଛନ୍ତି । ସେ କହିଛନ୍ତି ଯେ, ଗତ କିଛି ଦିନ ହେବ ଏହି ସଂଗୀତ ପାଇଁ ଅର୍କେଷ୍ଟ୍ରା ପ୍ରସ୍ତୁତ ହେଉଥିଲା । ଅଷ୍ଟ୍ରିଆ ଏବଂ ଅର୍କେଷ୍ଟ୍ରା ପାଇଁ ଏହା ଏକ ସମ୍ମାନ । 

ଗଣମାଧ୍ୟମକୁ ସୂଚନା ଦେଇ ଇବ୍ରାହିମ କହିଛନ୍ତି,"ଏହା ଆମ ପାଇଁ ଏକ ଅଦ୍ଭୁତପୂର୍ବ ଅନୁଭୂତି ଏବଂ ଗୌରବର ବିଷୟ । ମୁଁ ବହୁତ କିଛି ପ୍ରସ୍ତୁତ କରିଥିଲି । ଗତ କିଛି ଦିନ ହେବ ଆମେ ଅର୍କେଷ୍ଟ୍ରା ସହିତ ପ୍ରସ୍ତୁତ ହେଉଥିଲୁ । ଏହା ମୋର ସର୍ବୋତ୍ତମ "ଏହା ଆମ ତଥା ଅର୍କେଷ୍ଟ୍ରା ପାଇଁ ଏକ ଉତ୍ତମ ସୁଯୋଗ ଥିଲା । 

ଅର୍କେଷ୍ଟ୍ରାର ନେତୃତ୍ୱ ନେଉଥିବା ବିଜୟ ଉପାଧ୍ୟାୟ କହିଛନ୍ତି ଯେ ସେ ଉତ୍ତରପ୍ରଦେଶର ଲକ୍ଷ୍ନୌର ବାସିନ୍ଦା । ସେ କହିଛନ୍ତି ଯେ ଏହି ଅର୍କେଷ୍ଟ୍ରା ରେ ସମୁଦାୟ ୫୦ ଜଣଙ୍କୁ ସାମିଲ କରାଯାଇଥିଲା । ବିଜୟ ଉପାଧ୍ୟାୟ କହିଛନ୍ତି ଯେ ମୁଁ ଅଷ୍ଟ୍ରିଆର ଏହି କଲେଜକୁ ଆସିଥିଲି ଏବଂ ବର୍ତ୍ତମାନ ମୁଁ ଭିଏନା ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗକୁ ନିର୍ଦ୍ଦେଶନା ଦେଉଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.