ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମା’ର ଅଭିଯୋଗ ଗ୍ରହଣ କଲାନି ପୋଲିସ, ତହସିଲଦାରଙ୍କ ଗାଡ଼ି ଜାଳିଦେଲା ପୁଅ

ବେଙ୍ଗାଲୁରୁ: ମା’ର ଅଭିଯୋଗକୁ ପୋଲିସ ନରଖିବାରୁ ରାଗରେ ତହସିଲଦାରଙ୍କ କାର ଜାଳିଦେଇଛି ପୁଅ । କର୍ଣ୍ଣାଟକର ଚିତ୍ରଦୂର୍ଗାରେ ଘଟିଥିବା ଏହି ଘଟଣା ଏବେ ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୃଥ୍ବୀରାଜ ନାମକ ବ୍ୟକ୍ତି ଚାଲ୍ଲାକେରେ ତହସିଲ କାର୍ଯ୍ୟାଳୟ ପାଖରୁ ପେଟ୍ରୋଲ କିଣି ତହସିଲଦାରଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଏହା ପରେ ତହସିଲ କାର୍ଯ୍ୟାଳୟର କର୍ମଚାରୀ ନିଆଁ ଲିଭାଇବାକୁ ନାକେଦମ ହୋଇଛନ୍ତି । 

ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପୃଥ୍ବୀରାଜଙ୍କୁ ଗିରଫ କରିଛି । ସରକାରୀ ସଂପତ୍ତିକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଏହାରି ମଧ୍ୟରେ, ତହସିଲ କାର୍ଯ୍ୟାଳୟ କର୍ମଚାରୀ କର୍ତ୍ତବ୍ୟ ସମୟରେ ସୁରକ୍ଷା ଦରକାର ବୋଲି ଡିଏସପିଙ୍କ ପାଖରେ ଦାବି କରିଛନ୍ତି । 

ମିଳିଥିବା ସୂଚନା ଅନୂସାରେ, ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ପୃଥ୍ବୀରାଜ ଗତ ଜୁଳାଇରେ ବୁଲିବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ।  ତାଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ଜୁଲାଇ ୨ରେ ପୃଥ୍ବୀରାଜଙ୍କ ମା’ ଚାଲ୍ଲାକେରେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ତାଙ୍କର ଅଭିଯୋଗ ଗ୍ରହଣ କରିନଥିଲା ପୋଲିସ । ଏହା ପରେ ଜୁଲାଇ ୨୩ରେ ପୃଥ୍ବୀରାଜ ଥାନାରେ ପହଞ୍ଚି ସେ ଫେରିଆସିଥିବା ଜଣାଇଥିଲେ । ଏହା ପୂର୍ବରୁ ଅଗଷ୍ଟ ୧୪ରେ ବିଧାନ ସୌଧ ନିକଟରେ ଏକ ବାଇକ୍‌ରେ ନିଆଁ ଲଗାଇଥିବା ଅଭିଯୋଗରେ ପୃଥ୍ବୀରାଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ ।

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.