ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଏୟାର ଇଣ୍ଡିଆର ଯାତ୍ରୀଙ୍କ ଖାଦ୍ୟରୁ ବାହାରିଲା ବ୍ଲେଡ

ନୂଆଦିଲ୍ଲୀ,୧୮/୬: ପୁଣି ବିବାଦ ଘେରରେ ଏୟାର୍‌ ଇଣ୍ଡିଆ ବିମାନ । ବେଙ୍ଗାଲୁରୁରୁ ସାନ୍‌ ଫ୍ରାନ୍‌ସିସ୍କୋ ଯାଉଥିବା ବିମାନରେ ଜଣେ ସାମ୍ବାଦିକଙ୍କ ଖାଦ୍ୟରେ ବାହାରିଛି ବ୍ଲେଡ୍‌ । ଏନେଇ ଏକ୍ସରେ ସାମ୍ବାଦିକ ପୋଷ୍ଟ ସେୟାର କରିଛନ୍ତି। ତେବେ ସେହି ସାମ୍ବାଦିକଙ୍କ ନାମ ମାଥ୍ୟୁରେସ୍‌ ପଉଲ୍‌ ବୋଲି ଜଣାପଡିଛି । ସେ ସେୟାର୍‌ କରିଥିବା ପୋଷ୍ଟ ଅନୁସାରେ,ଏୟାର୍‌ ଇଣ୍ଡିଆ ବିମାନ ଏଆଇ୧୭୫ରେ ଆଳୁ ଚାଟ୍‌ ମଗାଇଥିଲେ। ଚାଟ୍‌ରେ ‌ସେ ଏକ ବ୍ଲେଡ୍‌ ଭଳି ଧାତୁ ଖଣ୍ଡ ପାଇଥିଲେ। ଏହାଦ୍ବାରା ତାଙ୍କର କିଛି କ୍ଷତି ହୋଇନାହିଁ।  

ହେଲେ ଏଭଳି ଖାଦ୍ୟ ‌କୌଣସି ଶିଶୁ ଯାତ୍ରୀଙ୍କୁ ଦିଆଯାଏ ତେବେ ପରିସ୍ଥିତି କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପୋଷ୍ଟ୍‌ ପରେ ଏୟାର୍‌ ଇଣ୍ଡିଆ କ୍ଷମା ମାଗିବା ସହ ସମସ୍ୟାର ସମାଧାନ ନିମନ୍ତେ ଯାତ୍ରୀଙ୍କ ସିଟ୍‌ ନମ୍ବର ଆଦି ସେୟାର୍‌ କରିବାକୁ ଅନୁରୋଧ କରିଛି। ବିମାନର ମୁଖ୍ୟ ଗ୍ରାହକ ଅଭିଜ୍ଞତା ଅଧିକାରୀ ରାଜେଶ ଡୋଗ୍ରା କହିଛନ୍ତି ଯେ, ଏହି ବ୍ଲେଡ୍‌ ଖଣ୍ଡଟି ପରିବା କଟା ମେସିନ୍‌ର ଅଟେ। ତେବେ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନ ହୁଏ ସେନେଇ ଖାଦ୍ୟ ଯୋଗାଇଥିବା ସଂସ୍ଥା ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.