ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଭଞ୍ଜନଗର ସହରତଳିରେ ବାଘ ଆତଙ୍କ, ଲୋକ ଭୟଭୀତ: ସିିସିଟିଭିରେ ବାଘ ଦୃଶ୍ୟ କଏଦ

ଭଞ୍ଜନଗର, ୧୮/୦୬: କିଛି ଦିନ ପରେ ଭଞ୍ଜନଗରରେ  ପୁଣି ଦେଖାଦେଇଛି ବାଘ ଆତଙ୍କ । ଭଞ୍ଜନଗର ସହର ତଳି ଲଣ୍ଡେଇ ସାହି ରାମକୃଷ୍ଣ ନଗରରେ ବାଘ ବୁଲୁଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପୂର୍ବରୁ ଜଙ୍ଗଲ ପାଖ ଇଲାକାରେ ବାଘ ବୁଲିବା ସହ ଗାଈଗାରୁ ମାରି ଖାଇ ଯାଉଥିବା ଅଭିଯୋଗ ଉଠିଥିଲା । ଏବେ ଭଞ୍ଜନଗର ସହର ନିକଟକୁ ବାଘ ଚାଲିଆସିବା ଘଟଣା ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ସହରର ଶେଷ ଭାଗରେ କେଏସୟୁବି  କଲେଜ ନିକଟ ରାମକୃଷ୍ଣ ନଗର (ଉପର) ପାଖରେ ଏକ  ବାଘ ବୁଲୁଥିବା ନେଇ ସାହି ବାସିନ୍ଦା ସନ୍ଦେହ ପ୍ରକଟ କରିଛନ୍ତି ।  ଉକ୍ତ ବନ୍ୟ ଜନ୍ତୁର ପାଦ ଚିହ୍ନ ଏବଂ ସିସିଟିଭି ଫୁଟେଜ ଆଧାରରେ ବାଘ ଭଳି ଦୃଶ୍ୟମାନ ହେଉଛି । 

ସୋମବାର  ଭୋର୍‌ ପ୍ରାୟ ୩ଟାରେ ବନ୍ୟଜନ୍ତୁଟି ସେହି ଅଞ୍ଚଳରେ  ଚାଲି ଯାଇଥିବା ଜଣାଯାଉଛି । ଅପରାହ୍ନରେ ବନବିଭାଗ  କର୍ମଚାରୀମାନେ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ମଙ୍ଗଳବାର  ସକାଳେ ପାଦ ଚିହ୍ନ ସଂଗ୍ରହ ସାଙ୍ଗକୁ ଉକ୍ତ ଅଞ୍ଚଳରେ  ବନବିଭାଗ ଟ୍ରାପ୍‌ କ୍ୟାମେରା ଲଗାଇବ ବୋଲି ସୂଚନା ମିଳିଛି ।  ତେବେ ଏନେଇ ବନବିଭାଗ ପକ୍ଷରୁ କୈାଣସି ବିଧିବଦ୍ଧ  ସୂଚନା ଦିଆଯାଇନଥିବା ବେଳେ ଏହା କଲରାପତରିଆ ବାଘ  ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । 

 ଅପରପକ୍ଷରେ ଟ୍ରାପ୍‌ କ୍ୟାମେରା ଏବଂ ପାଦ ଚିହ୍ନ ସ୍ପଷ୍ଟ ହେଲା ପରେ ତାହା କେଉଁ ପ୍ରଜାତିର ବନ୍ୟଜନ୍ତୁ ସ୍ପଷ୍ଟ ଜଣାପଡିବ  ବୋଲି ନିକଟରେ ଅବସର ଗ୍ରହଣ କରିଥିବା ରାମକୃଷ୍ଣ  ନଗର ଇଲାକାର ଜଣେ ବନ ବିଭାଗ କର୍ମଚାରୀ ବଂଶୀଧର ବିଷାୟୀ ଉଲ୍ଲେଖ କରିଛନ୍ତି । ଏହା ଏକ କଲରାପତରିଆ  ବାଘ ହୋଇଥାଇପାରେ । ସାହି ଶେଷ ମୁଣ୍ଡରେ ଥିବା ଏକ  କୁକୁଡା ଫାର୍ମର ଗନ୍ଧ ପାଇଁ ହୁଏତ କୁକୁଡା ଖାଇବାକୁ ସେ ଆସିଥାଇପାରେ ବୋଲି ସନ୍ଦେହ କରିଛନ୍ତି ସେ । ମଙ୍ଗଳବାର  ବନ ବିଭାଗ କଣ ପଦକ୍ଷେପ ନେଉଛି ତାହା ଉପରେ ରାମକୃଷ୍ଣ  ନଗର ବାସିନ୍ଦା ନଜର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.