ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଏହି ରାଶିର ବ୍ୟକ୍ତି ଶୁଭକର୍ମର ଆୟୋଜନ କିମ୍ବା କୌଣସି ଶୁଭକର୍ମରେ ଯୋଗ ଦେଇପାରନ୍ତି

ମେଷ : ଷଷ୍ଠ ଚନ୍ଦ୍ର ଓ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ ଭୂମିପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ, ନୂତନ ବାଣିଜ୍ୟ ଆରମ୍ଭ କିମ୍ବା ନୂତନ କର୍ମ ଆରମ୍ଭ କରିପାରନ୍ତି । ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ  । ରୋଗ, ଋଣ, ଦୁଃଖ, କ୍ଳେଶ ଓ ଅବସାଦରୁ ମୁକ୍ତ ହେବେ ଏବଂ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ  । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ । ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ: ଗେରୁଆ, ସଂଖ୍ୟା : ୩, ଆରାଧନା : ପ୍ରଭୁ ହନୁମାନ ।

ବୃଷ : ଘାତଚନ୍ଦ୍ର, ସକାଳ ୯ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଘାତ ନକ୍ଷତ୍ର, ଅପରାହ୍ଣ ୩ଟା ୨ ମିନିଟ୍‌ ପରେ ଘାତତିଥି ଯୋଗୁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ ସହକର୍ମୀଙ୍କ ସହ ବିବାଦ ଏବଂ ଇତର ଜନଠାରୁ ଅପମାନ ପାଇପାରନ୍ତି । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ସନ୍ତାନମାନେ ବିଶୃଙ୍ଖଳିତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ: ଧଳା, ସଂଖ୍ୟା : ୬, ଆରାଧନା : ମା’ କମଳା ।

ମିଥୁନ : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଏବଂ ଆର୍ଥିକ କର୍ମରେ ବିଘ୍ନ ଦେଖାଦେବ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ପ୍ରିୟ ବନ୍ଧୁଙ୍କ ସହ ବିବାଦ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଅଧିକ ହେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ମୃଗଶିରା ମିଥୁନ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ: ଚକୋଲେଟ୍‌, ସଂଖ୍ୟା : ୪, ଆରାଧନା: ଭଗବାନ ବିଷ୍ଣୁ ।

କର୍କଟ : ତୃତୀୟ ଚନ୍ଦ୍ର ଏବଂ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ ଭୂମିପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ ଆଦି ଶୁଭକର୍ମର ଆୟୋଜନ କରିପାରନ୍ତି କିମ୍ବା କୌଣସି ଶୁଭକର୍ମରେ ଯୋଗଦେଇପାରନ୍ତି । ସୁସମ୍ବାଦ ଓ ସୁଖବର ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଏବଂ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ପୁନବର୍ସୁ ଓ ଅଶ୍ଳେଷା କର୍କଟ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ: ସିଲ୍‌ଭର, ସଂଖ୍ୟା: ୫, ଆରାଧନା: ମା’ ଭୁବନେଶ୍ୱରୀ ।

ସିଂହ : ଦ୍ୱିତୀୟ ଚନ୍ଦ୍ର ଏବଂ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆକସ୍ମିକ ଧନଲାଭ ଏବଂ ଅନ୍ୟକୁ ଦେଇଥିବା ଧନ ଏବଂ ହୃତଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । କର୍ମରେ ସଫଳତା ମିଳିଲେ ମଧ୍ୟ ଦ୍ୱିତୀୟ ଚନ୍ଦ୍ର ଯୋଗୁ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ପ୍ରଭୁ ଗଜାନନ ।

କନ୍ୟା: ଶ୍ରୀଚନ୍ଦ୍ର, ଶୁକ୍ରବାର ଯୋଗୁ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀ, ସହଯୋଗୀ ଓ ପଡ଼ୋଶୀଙ୍କ ସାହାଯ୍ୟ, ସହଯୋଗ ମିଳିବ ଏବଂ ତାଙ୍କ ସହ ସମ୍ପର୍କ ନିବିଡ଼ ହେବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ମେରୁନ୍‌, ସଂଖ୍ୟା : ୧୧, ଆରାଧନା: ମା’ ତ୍ରିପୁରସୁନ୍ଦରୀ ।

ତୁଳା : ଦ୍ୱାଦଶ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଚିତ୍ରା ତୁଳା, ସେମାନେ ଉପକୃତ ହେବେ । ଶୁଭ ରଙ୍ଗ: ନୀଳ, ସଂଖ୍ୟା : ୧୨, ଆରାଧନା : ମା’ ସମଲେଶ୍ୱରୀ ।

ବିଛା :  ଘାତବାର ଏବଂ ଏକାଦଶ ଚନ୍ଦ୍ର ହେତୁ ଘାତବାରର ପ୍ରଭାବ ରହିବ ନାହିଁ । ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ଧନର ସତ୍‌ବିନିଯୋଗ କରିବେ । ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟରେ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା, ପଦସ୍ଥ ଅଧିକାରୀଙ୍କ କୃପା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।

ଧନୁ :  ଘାତବାର ଓ ଦଶମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା ମିଳିବ ନାହିଁ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌ କର୍ମରେ ଅଧିକ ଆଗ୍ରହ ରହିବ । ଅନୁଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଉଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଆପଣଙ୍କର ତତ୍ପରତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : ନବମ ଚନ୍ଦ୍ର, ଶୁକ୍ରବାର ଓ ତୃତୀୟା ତିଥି ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ନୂତନ ଭୂମିପୂଜା, ଗୃହ ପ୍ରତିଷ୍ଠା ଓ ଗୃହାରମ୍ଭ ଆଦି ଶୁଭକର୍ମର ଆୟୋଜନ କରିବେ କିମ୍ବା ନୂତନ ଭୂମି, ମୂଲ୍ୟବାନ ପଦାର୍ଥ ଏବଂ ଯାନବାହନ ଆଦି କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟରେ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ କୃପାଲାଭ କରିବେ । ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : କଳା, ସଂଖ୍ୟା : ୬, ଆରାଧନା :  ମା’ ଦୁର୍ଗା ।

କୁମ୍ଭ : ଅଷ୍ଟମ ଚନ୍ଦ୍ର, ଅପରାହ୍ଣ ୩ଟା ୨ ମିନିଟ୍‌ ପରେ ଘାତତିଥି ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ । ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ । କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ, ସେମାନେ ସତର୍କ ହେବେ ।   

ଶୁଭ ରଙ୍ଗ :  ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।

ମୀନ : ଘାତବାର, ସପ୍ତମ ଚନ୍ଦ୍ର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ପରିବାରରେ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ପରିବାର ପ୍ରତି ଅଧିକ ଯତ୍ନବାନ ହେବେ । ବାଣିଜ୍ୟ, ବ୍ୟବସାୟରେ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ମା’ ଧୂମାବତୀ ।

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ 

ଯୋଗାଯୋଗ : ୯୪୩୭୧୩୩୪୭୩

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.