ପ୍ରମୂଖ ଖବର

ଦିନିକିଆ ଓ ଟି-ଟ୍ୱେଣ୍ଟି କ୍ରିକେଟରୁ ଲମ୍ବା ବିରତି ଚାହୁଁଛନ୍ତି ବିରାଟ କୋହଲି

ମୁମ୍ବାଇ, ୨୯/୧୧: ଆଇସିସି ଦିନିକିଆ ବିଶ୍ୱକପରେ ଭାରତୀୟ କ୍ରିକଟ୍ ଦଳର ପରାଜୟ ପରେ ବିରାଟ ଆଉ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବାକୁ ଚାହୁଁ ନାହାନ୍ତି । ରିପୋର୍ଟ ଅନୁସାରେ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ଲମ୍ବା ସମୟ ବିରତ ରହିବାକୁ ବିସିସିଆଇକୁ ଜଣାଇଛନ୍ତି ବିରାଟ କୋହଲି । ଅର୍ଥାତ୍ ବିରାଟ ଏବେ ଦିନିକିଆ ଓ ଟି-ଟ୍ୱେଣ୍ଟି ଖେଳିବାକୁ ଚାହୁଁ ନାହାନ୍ତି ।

ତେବେ ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟକୁ ନେଇ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇ ନାହିଁ । ତେବେ କୁହାଯାଉଛି, ଏବେ ବିରାଟ କୋହଲି ଟେଷ୍ଟ କ୍ରିକେଟ୍ ଉପରେ ଫୋକସ୍ କରିବାକୁ ଚାହୁଁଛନ୍ତି । ଏହି କାରଣରୁ ସେ ଦିନିକିଆ ଓ ଟି-ଟ୍ୱେଣ୍ଟି ଖେଳିବାକୁ ଚାହୁଁ ନାହାନ୍ତି । ତେବେ ବିରାଟ କୋହଲି ଲିମିଟେଡ୍ ଓଭର୍ କ୍ରିକେଟ୍ କେବେ ଯାଏ ଖେଳିବେ ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

ରାହୁଲ ଦ୍ରାବିଡ ରହିବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କଲା BCCI

ଡିସେମ୍ବର ୧୦ରୁ ଭାରତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ଖେଳିବ । ଉକ୍ତ ସିରିଜରେ ମଧ୍ୟ ବିରାଟ କୋହଲି ରହିବେ ନାହିଁ । ଏହା ପରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ । ତେବେ ବିରାଟ କୋହଲି କେବେ ଯାଏ ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ବିରତ ରହିବେ ସେନେଇ କୌଣସି ସୂଚନା ଦେଇ ନାହାନ୍ତି ।

ସେହିଭଳି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ପ୍ରାୟ ବର୍ଷକ ତଳେ ବିରାଟ ଓ ରୋହିତ ଭାରତ ଲାଗି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିଥିଲେ ବିରାଟ କୋହଲି ଓ ରୋହିତ ଶର୍ମା । ଏହା ପର ଠାରୁ ଉଭୟ ଭାରତ ପାଇଁ ଟି-ଟ୍ୱେଣ୍ଟି ଖେଳି ନାହାନ୍ତି ।

ଭାରତୀୟ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, ଦମଦାର ଶତକ ସହ ମ୍ୟାଚ ଜିତାଇଲେ ମ୍ୟାକ୍ସଓ୍ବେଲ

ପ୍ରାୟ ୭ ମାସ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳ ହେବ । କୁହାଯାଉଛି, ରୋହିତ ଶର୍ମା ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇ ପାରନ୍ତି । କିନ୍ତୁ ବିରାଟ କୋହଲି ଖେଳିବା ନେଇ ଅନିଶ୍ଚିତତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.