ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

‘ଚୀନକୁ ବିରୋଧ ନୁହେଁ ଆମେରିକାର ଆଭିମୁଖ୍ୟ’, ଭିଏତନାମରେ ଭାରତକୁ ନେଇ କ’ଣ କହିଲେ ଜୋ ବାଇଡେନ୍ ?

ନୂଆଦିଲ୍ଲୀ, ୧୧/୦୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରବିବାର ଦିଲ୍ଲୀରୁ ଭିଏତନାମ ଯାଇଥିଲେ । ଜି୨୦ ସମ୍ମିଳନୀରେ ଯୋଗ ଦେଇ ଯିବା ପରେ ବାଇଡେନ୍ ଭିଏତନାମରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେଉଁ ବିଷୟରେ ଆଲୋଚନା କରିଥିଲେ । ବାଇଡେନ୍ କହିଛନ୍ତି, ମୋଦୀଙ୍କ ସହ ମାନବାଧିକାର ପ୍ରସଙ୍ଗରେ ଆଲୋଚନା କରିଛି ।

ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ନୂଆ ଦଳ ଗଢ଼ିଲେ RSSର ପୂର୍ବ ପ୍ରଚାରକ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ମୁଁ ସବୁବେଳେ ମାନବାଧିକାରକୁ ସମ୍ମାନ ଦିଏ । ଦେଶକୁ ମଜଭୁତ୍ କରିବା ଲାଗି ସିଭିଲ୍ ସୋସାଇଟି ଓ ଗଣମାଧ୍ୟମର ସ୍ୱାଧୀନତା ମହତ୍ତ୍ୱ ସମ୍ବନ୍ଧରେ ପିଏମ୍ ମୋଦୀଙ୍କୁ ଜଣାଇଛି । ସେହିଭଳି ଚୀନକୁ ନେଇ ପ୍ରଶ୍ନରେ ବାଇଡେନ୍ କହିଛନ୍ତି, ଚୀନକୁ କାଉଣ୍ଟର କରିବା ଆମେରିକାର ଉଦ୍ଦେଶ୍ୟ ନୁହେଁ । ଆମେ ଚୀନ ସହ କୌଣସି ଶୀତଳ ଯୁଦ୍ଧ କରିବାକୁ ଚାହୁଁ ନାହୁଁ ।

ସୋହେଲାରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ବିଷପାନ ଘଟଣା, ନିଶ୍ଚିହ୍ନ ହୋଇଗଲେ ପରିବାର

ଭାରତ, ଅଷ୍ଟ୍ରେଲିଆ, ଜାପାନ ସହିତ ମିଳିତ କ୍ୱାଡର ଆଭିମୁଖ୍ୟ ଚୀନକୁ ଅଲଗା କରିବା ନୁହେଁ । ଏହା କେବଳ ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ବୋଲି କହିଛନ୍ତି ଜୋ ବାଇଡେନ୍ । ସି ଜିନପିଙ୍ଗଙ୍କ ସହ ବାଇଡେନ୍ କଥା ହୋଇଥିବା ବେଳେ କ୍ୱାଡର ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇଛନ୍ତି । 

  • Narendra Modi
  • China
  • joe biden
  • Copyright © 2022 - Summa Real Media Private Limited. All Rights Reserved.