ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶମ୍ଭୁ ବର୍ଡରରେ କୃଷକଙ୍କ ଉପରେ ଡ୍ରୋନ୍‌ ଦ୍ବାରା ପୋଲିସର ଲୁହବୁହା ଗ୍ୟାସ୍ ମାଡ଼, ଦିଲ୍ଲୀର ସବୁ ସୀମା ସିଲ୍

ନୂଆଦିଲ୍ଲୀ,୧୩।୨: ମଙ୍ଗଳବାରଠାରୁ  ଆରମ୍ଭ ହୋଇଛି କୃଷକ ଆନ୍ଦୋଳନ। ସରକାରଙ୍କ ନିକଟରେ ବିଭିନ୍ନ ଦାବି ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପଞ୍ଜାବ ଓ ହରିୟାଣାର କୃଷକ ସଂଗଠନ। ୨୫୦୦ ଟ୍ରାକ୍ଟରରେ ୨୦ ହଜାରରୁ ଅଧିକ ଚାଷୀ ଆନ୍ଦୋଳନ କରିବାକୁ ରାଜଧାନୀକୁ ‘ଦିଲ୍ଲୀ ଚଲୋ’ ନାରା ଦେଇ ମାଡି ଆସୁଛନ୍ତି।  ତେବେ ମଙ୍ଗଳବାର ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି। ତାଙ୍କୁ ସୀମାରେ ଅଟକାଇବାକୁ ପୋଲିସ। ଶମ୍ଭୁ ସୀମାରେ ସ୍ଥିତି ଅଣାୟତ ହେବାକୁ  କୃଷକଙ୍କ ଉପରେ ପୁଲିସ ଡ୍ରୋନ ସହାୟତାରେ ଲୁହାବୁହା ଗ୍ୟାସ୍‌ ପ୍ରୟୋଗ କରିଛି।

ପୋଲିସର ଲୁହ ବୁହା ଗ୍ୟାସ୍ ମାଡ ପରେ ପୁରା  ଅଞ୍ଚଳରେ ପ୍ରବଳ ଉତ୍ତେଜନା ଆରମ୍ଭ ହୋଇଛି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଭେଦ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀର ବିଭିନ୍ନ ସୀମା। ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍‌ କରାଯାଇଛି। ପୁଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଙ୍କ୍ରିଟ କାନ୍ଥ ଠିଆ କରିଛନ୍ତି। କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଇଛି ପୋଲିସ। 

ଉ‌ଲ୍ଲେଖଯୋଗ୍ୟ, ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି।ସୋମବାର ଚଣ୍ଡୀଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି। ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡିବସିବାରୁ ବୈଠକ ଫେଲ ମାରିଥିବା ସୂଚନା ମିଳିଛି। ଏହାପରେ ମଙ୍ଗଳବାର ଦିନ ୧୦ଟାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ହରିଆଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଂଗଠନ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.