ଇମ୍ପାଲ : ମଣିପୁରରେ ସୋମବାର ଦ୍ୱିପ୍ରହରରେ ଘଟିଥିବା ଭୟଙ୍କର ହିଂସାକାଣ୍ଡ ଘଟଣାର ସଦ୍ୟ ଚିତ୍ର ସାମନାକୁ ଆସିଛି। ଉକ୍ତ ଘଟଣାରେ ଅତିକମ୍ରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସୁରକ୍ଷା ବିଭାଗର ଅଧିକାରୀମାନେ କହିଛନ୍ତି, ଦ୍ୱିପ୍ରହର ସମୟରେ ଟାଙ୍ଗନୌପାଲ ଜିଲ୍ଲାର ସାଇବୋଲ ପାଖ ଲେଟିଥୁ ଗାଁରେ ସୁରକ୍ଷାକର୍ମୀଙ୍କ ଦୁଇ ଗ୍ରୁପ୍ ମଧ୍ୟରେ ଖୁବ୍ ଫାୟାରିଂ ହୋଇଥିଲା।
କହି ରଖୁଛୁ କି , ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଗତ ୭ ମାସ ହେବ ଇଣ୍ଟରନେଟ୍ ବ୍ୟାନ୍ ଥିଲା , ଯାହାକୁ ରବିବାର ସରକାର ହଟେଇ ଦେଇଥିଲେ। ଇଣ୍ଟରନେଟ୍ ବ୍ୟାନ୍ ହଟିବା କ୍ଷଣି ସଦ୍ୟ ହିଂସାକାଣ୍ଡ ଘଟଣା ସାମନାକୁ ଆସିଛି।
ସୁରକ୍ଷା ବାହିନୀର ଅଧିକାରୀଙ୍କ ମୁତାବିକ , ନିକଟତମ ସୁରକ୍ଷାବାହିନୀ ଏହି ସ୍ଥାନରୁ ପାଖାପାଖି ୧୦ କି.ମି ଦୂରରେ ଥିଲେ। ଯେବେ ଆମର ସେନା ଆଗକୁ ବଢିଲେ ଏବଂ ସେହି ସ୍ଥାନରେ ପହଞ୍ଚିଲେ ତ ସେମାନେ ଲିଥୁ ଗାଁରେ ୧୩ଟି ମୃତଦେହ ଦେଖିଥିଲେ । ସୁରକ୍ଷାବାହିନୀଙ୍କ ମୁତାବିକ , ମୃତଦେହ ଗୁଡ଼ିକ ପାଖରୁ କୌଣସି ଅସ୍ତ୍ର ମିଳି ନାହିଁ। ମାମଲା ସହ ଅବଗତ ଥିବା ଜଣେ ଅଧିକାରୀ କହିଛନ୍ତି , ଏମିତି ପ୍ରତୀତ ହେଉଛି କି ମୃତକମାନେ ଲିଥୁ କ୍ଷେତ୍ରର ନୁହନ୍ତି , ଆଉ କୌଣସି ସ୍ଥାନରୁ ସେମାନେ ଆସିଥିବା ଜଣାପଡ଼ୁଛି। ନା ତ ପୁଲିସ ଓ ନା ହିଁ ସୁରକ୍ଷା ବାହିନୀ କେହି ମୃତକଙ୍କ ଚିହ୍ନଟ ନେଇ ସ୍ପଷ୍ଟ କରି ପାରିନାହାଁନ୍ତି। ଏହି ଘଟଣା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛି ଏବଂ ଏହି ମାମଲାର ଯାଞ୍ଚରେ ଲାଗି ପଡ଼ିଛି।
କହି ରଖୁଛୁ କି ମଣିପୁରରେ ୩ ମେ’ରୁ ମୈତେଇ ଓ କୁକି ମଧ୍ୟରେ ଜାତି ନେଇ ସଂଘର୍ଷର ନିଆଁ ଜଳୁଛି। ଏହି ହିଂସାକାଣ୍ଡରେ ଅତି କମ୍ରେ ୧୮୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ପାଖାପାଖି ୫୦୦୦୦ ବାସହରା ହୋଇ ଯାଇଛନ୍ତି। ହିଂସାକୁ ନଜରରେ ରଖି ପୂରା ମଣିପୁରରେ ଇଣ୍ଟରନେଟ୍ ସେବା ୩ ମଇରୁ ବନ୍ଦ ରହିଛି। ଏହାକୁ ୨୩ ସେପ୍ଚେମ୍ୱରରେ କିଛି ସମୟ ପାଇଁ ହଟେଇ ନିଆଯାଇ ଥିଲା , ହେଲେ ୨୬ ସେପ୍ଟେମ୍ୱରରେ ପୁଣି ଇଣ୍ଟରନେଟ୍ର ବ୍ୟାନ୍ ଲଗେଇ ଦିଆଯାଇ ଥିଲା ।