ମୁମ୍ୱାଇ – ମୁମ୍ୱାଇରେ ଏୟାରପୋର୍ଟରେ ଦୁର୍ଘଟଣା । ପ୍ରବଳ ବର୍ଷା କାରଣରୁ ଏକ ଟାର୍ଟର ପ୍ଲେନ ମୁମ୍ୱାଇ ଏୟାରପୋର୍ଟର ରନୱେରୁ ଖସି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଆତଙ୍କ ଖେଳି ଯାଇଛି। ଦୁର୍ଘଟଣାରେ ୩ଜଣ ଲୋକ ଆହତ ହୋଇଥିବା ସୂଚନା ଆସିଛି। କୁହାଯାଉଛି କି ପ୍ଲେନରେ କେହି ବି ଭିଆଇପି ଯାତ୍ରୀ ନଥିଲେ। ଚାର୍ଟର ପ୍ଲେନ କେମିତି ଖସିଲା, ଏହାର ଯାଞ୍ଚ କରାଯାଉଛି।
ଡିଜିସିଏ ସୂତ୍ରାନୁସାରେ , ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ କାହାର ଜୀବନ ହାନି ହୋଇନାହିଁ। ହେଲେ କିଛି ଲୋକ ଆହତ ହୋଇଛନ୍ତି। ଉଲ୍ଲେଖନୀୟଯେ, ମୁମ୍ୱାଇ ଏୟାରପୋର୍ଟରେ ରନୱେ -୨୭ରେ ଅବତରଣ ସମୟରେ ଚାର୍ଟର ଭିଟି-ଡିବିଏଲ ବନ୍ଦ ହୋଇ ଯାଇଥିଲା। ପ୍ଲେନରେ ୦୬ ଯାତ୍ରୀ ଓ ୦୨ କ୍ରୁ ସଦସ୍ୟ ବସିଥିଲେ। ପ୍ରବଳ ବର୍ଷା କାରଣରୁ ଦୃଶ୍ୟତା ୭୦୦ମିଟର ଥିଲା ।
ତୁରନ୍ତ ଏହି ଦୁର୍ଘଟଣାର ସୂଚନା ମୁମ୍ୱାଇର ଦମକଳ ବାହିନୀକୁ ଦିଆଯାଇ ଥିଲା। ଘଟଣାଟି ଗୁରୁବାର ସନ୍ଧ୍ୟା ୫.୪୫ ଟାରେ ହୋଇଛି। ଦୁର୍ଘଟଣାରେ ପ୍ରାଇଭେଟ ଚାର୍ଟର ପ୍ଲେନ ବହୁତ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏନଏଫବି , ପୁଲିସ,୧୦୮ ଆମ୍ୱୁଲାନ୍ସର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି କି, ଦୁର୍ଘଟଣାରେ ୩ଜଣ ଲୋକଙ୍କୁ ଆଘାତ ଲାଗିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଉକ୍ତ ଘଟଣାର ଏକ ଭିଡ଼ିଓ ସାମନାକୁ ଆସିଛି। ଏଥିରେ ସ୍ପଷ୍ଟ ଭାବେ ନଜର ଆସୁଛି କି ଯେଉଁଥିରେ ଆଖାପାଖରେ ଧୂଆଁ ଦେଖାଯାଉଛି । ଏହାସହ ଏକ ପ୍ଲେନ ଦୁର୍ଘଟଣା ପରେ ରନୱେ କଡ଼ରେ ପଡ଼ି ଥିବାର ଦେଖାଯାଉଛି। ଘଟଣା ସ୍ଥଳରେ ଦମକଳ ଗାଡ଼ି ମଧ୍ୟ ଠିଆ ହୋଇଛି ।