ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

G୨୦ ସମ୍ମିଳନୀ ଅବସରରେ ୧୫ ଦେଶ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପିଏମ୍ ମୋଦୀ

ନୂଆଦିଲ୍ଲୀ, ୦୮/୦୯: ଆସନ୍ତାକାଲି ଠାରୁ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ସମସ୍ତ ପ୍ରସ୍ତୁତି ସରିଛି । ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ବିଦେଶୀ ଅତିଥି । ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିୟୋ ମେଲୋନି ପହଞ୍ଚିଥିବା ବେଳେ ତାଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ।

ଜି୨୦ ସମ୍ମିଳନୀରେ ୧୯ ଦେଶ ସହ ୟୁରୋପିଆନ୍ ୟୁନିଅନର ପ୍ରତିନିଧି ସାମିଲ୍ ହେବେ । ୯ଟି ଦେଶକୁ ଜି୨୦ ସମ୍ମିଳନୀରେ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି । ଏହି ଅବସରରେ ଜି୨୦ର ସଦସ୍ୟ ଥିବା ୧୫ଟି ଦେଶର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିବେ । 

ବାଇଡେନ୍‌ ଭାରତ ଆସିବା ପୂର୍ବରୁ ବଡ଼ ନିଷ୍ପତ୍ତି: ଅଧା ଡଜନ୍‌ ଆମେରିକୀୟ ଉତ୍ପାଦରୁ ଆମଦାନି ଶୁଳ୍କ ଉଚ୍ଛେଦ

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତିରେ ମରିସସ୍, ବାଂଲାଦେଶ ଓ ଆମେରିକା ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଆସନ୍ତାକାଲି ସେପ୍ଟେମ୍ବର ୯ ତାରିଖରେ ୟୁନାଇଟେଡ୍ କିଙ୍ଗଡମ୍, ଜାପାନ, ଜର୍ମାନୀ ଓ ଇଟାଲୀ ଏବଂ ୧୦ ତାରିଖରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପିଏମ୍ ମୋଦୀ ।

ଏହାଛଡ଼ା ଜି୨୦ ଅବସରରେ କାନାଡ଼ା ରାଷ୍ଟ୍ରପତି, ତୁର୍କୀ, ଦକ୍ଷିଣ କୋରିଆ, ବ୍ରାଜିଲ୍, ନାଇଜେରିଆ ସହ ୟୁରୋପିଆନ୍ ୟୁନିଅନ୍ ନେତାଙ୍କୁ ପିଏମ୍ ମୋଦୀ ଭେଟି ଆଲୋଚନା କରିବେ । ସମ୍ମିଳନୀରେ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେବେ ।

କଂଗ୍ରେସରୁ ନିଲମ୍ଵିତ ହେଲେ ମନ୍ମଥ ରାଉତରାୟ, ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀର ପ୍ରଗତି ମୈଦାନରେ ଜି୨୦ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏକ ଲକ୍ଷ ୩୦ ହଜାର ଯବାନ ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି । ଦିଲ୍ଲୀ ପୋଲିସର ୫୦ ହଜାର ସୁରକ୍ଷା କର୍ମୀ କେ୯ କୁକୁର ସହ ପ୍ରହରା ଦେଉଛନ୍ତି । 

ବିମାନବନ୍ଦରରୁ ନେଇ ହୋଟେଲ୍ ଏବଂ ସମ୍ମିଳନୀ ସ୍ଥଳ ସବୁଠୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ଥଳ ଓ ଆକାଶରୁ ସେନା ସୁରକ୍ଷା ଉପରେ ନଜର ରଖିବ । ଦିଲ୍ଲୀ ଆକାଶରେ ସୁରକ୍ଷାର ତଦାରଖ କରିବ ରାଫେଲ୍ । 

  • Narendra Modi
  • G20 Summit
  • Copyright © 2022 - Summa Real Media Private Limited. All Rights Reserved.