ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଂଗ୍ରେସରେ ଟିକଟ ଆଶାୟୀଙ୍କ ଭିଡ: ଅନଲାଇନ୍‌ରେ ଆବେଦନ କଲେ ୩ ହଜାର, ଆଜି ଆବେଦନର ଶେଷ ଦିନ

ଭୁବନେଶ୍ୱର,୧୧/୦୨: ରାହୁଲ ଗାନ୍ଧୀଙ୍କ ଭାରତ  ଯୋଡ଼ ନ୍ୟାୟଯାତ୍ରା ପରେ ରାଜ୍ୟରେ କଂଗ୍ରେସର ହାୱା ଦେଖିବାକୁ ମିଳିଛି । ଆଶାୟୀମାନେ କଂଗ୍ରେସରେ ପ୍ରାର୍ଥୀ ହେବା ପାଇଁ ଏବେଠୁ ଭିଡ଼ ଜମାଇଲେଣି । ରବିବାର ଅନଲାଇନ ଆବେଦନର ଶେଷ ଦିବସ ଥିଲେ ମଧ୍ୟ ଏବେ ୩ ହଜାରରୁ ଅଧିକ ଆବେଦନ କଲେଣି । ୧୪୭  ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୫ଶହ ଆଶାୟୀ  ଆବେଦନ କରିଥିବା ବେଳେ ୨୧ ସଂସଦୀୟ କ୍ଷେତ୍ର ପାଇଁ  ୫ଶହରୁ ଅଧିକ ଆଶାୟୀ ଆବେଦନ କରିଥିବା ପ୍ରଦେଶ  କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସୂଚନା  ଦେଇଛନ୍ତି । ତେବେ ଟିକଟ୍‌ ଆବେଦନ ଦୌଡ଼ରେ  କିଛି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ, ବରିଷ୍ଠ  ଡାକ୍ତର ଓ ଇଞ୍ଜିନିୟର ମଧ୍ୟ ଥିବା ସେ କହିଛନ୍ତି । 

 ଅପରପକ୍ଷେ ଟିକେଟ୍‌ ଚୟନ ବେଳେ ୧୧ଟି ମାପଦଣ୍ଡକୁ  ନେଇ ବିଚାର କରାଯିବ । ମାତ୍ର ଜିତିବା ସମ୍ଭାବନାକୁ  ସର୍ବାଧିକ ଗୁରୁତ୍ୱ ଦିଆଯିବ। ୭ ଦିନ ମଧ୍ୟରେ ଚୂଡାନ୍ତ  ତାଲିକା କରି ଦିଲ୍ଲୀ ପଠାଯିବ । ସେଠାରୁ ପର୍ଯ୍ୟବେକ୍ଷକ  ଆସିଛନ୍ତି । ସେମାନେ ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିବେ ।  ଅନଲାଇନରେ ଫିଡ୍‌ ବ୍ୟାକ୍‌ ନେବେ । ମୋବାଇଲରେ  ପଚାରି ବୁଝିବେ । ଏହା ସହିତ ଆବେଦନକାରୀଙ୍କ  ମଧ୍ୟରୁ ମହିଳା, ଯୁବ ଓ ଛାତ୍ରଙ୍କୁ ଗୁରୁତ୍ୱ ଦିଆଯିବ ।  ସେହିପରି ରାଜ୍ୟ ଅତିଥି ଭବନରେ ଆଜି ଆଶାୟୀଙ୍କ  ସହ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ଆଲୋଚନା  କରିଛନ୍ତି । ୮୭ଟି ନିର୍ବାଚନମଣ୍ଡଳୀରୁ ଆସିଥିଲେ । ଅନ୍ୟ  ଦିନମାନଙ୍କରୁ ପରେ ଆସିବେ । ସମସ୍ତଙ୍କୁ ସୋସିଆଲ୍‌  ମିଡିଆରେ ଫଲୋଅର୍ସ ବଢାଇବା, ନିର୍ବାଚନମଣ୍ଡଳୀ  ଲୋକଙ୍କୁ ନେଇ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ ତିଆରି କରିବା ଭଳି  ବିଭିନ୍ନ କାମ ଦେଇଛନ୍ତି । ଯେଉଁ ଆଶାୟୀ ରାଜନୀତି ସମ୍ପର୍କିତ  ଅଧିକ କାମ କରିବ, ତାଙ୍କୁ ଟିକଟ୍‌ ମିଳିବ । ଯେଉଁମାନେ  ଆବେଦନ କରିନାହାନ୍ତି, ଆସନ୍ତାକାଲି ଶେଷ ଦିବସ ଥିବାରୁ  ଆବେଦନ କରିଦିଅନ୍ତୁ ବୋଲି ଡ. କୁମାର କହିଛନ୍ତି ।  

ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ  କହିଛନ୍ତି, ରାଜ୍ୟରେ କଂଗ୍ରେସର ଲୋକପ୍ରିୟତା ବୃଦ୍ଧି  ପାଇଛି । ଦୀର୍ଘ ଦିନର ସରକାର ବିରୋଧରେ ଶାସନ  ବିରୋଧୀ ହାୱା ଦେଖିବାକୁ ମିଳୁଛି । ଯାହାର ଲାଭ କଂଗ୍ରେସକୁ  ଯିବ । ଆଶାୟୀ ରାଜନେତାମାନେ ଏହା ଜାଣି ସାରିଲେଣି ।  ତେଣୁ ଆବେଦନ ପାଇଁ ଅଧିକରୁ ଅଧିକ ରାଜନେତା ଓ  ସାଧାରଣ ନାଗରିକ ମଧ୍ୟ ଆଶା କରୁଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.