ନୂଆଦିଲ୍ଲୀ, ୦୭/୦୯: ବ୍ୟବସାୟରେ ଲାଭ-କ୍ଷତି ଲାଗିରହିଥାଏ । ହେଲେ ଠିକ୍ ସମୟରେ ଠିକ ନିଷ୍ପତ୍ତି ନନେଲେ ସବୁକିଛି ଓଲଟପାଲଟ ହୋଇଯାଏ । ଯେମିତି ଜେଟ୍ ଏୟାରଓ୍ବେଜ୍ କ୍ଷେତ୍ରରେ ହୋଇଛି । ପ୍ରତିଷ୍ଠାତା ନରେଶ ଗୋୟଲଙ୍କ କେତେକ ଭୁଲ ନିଷ୍ପତ୍ତି ଆଜି ଜେଟ୍ ଏୟାରଓ୍ବେଜ୍ର ବିନାଶର କାରଣ ସାଜିଛି । ଗତ ସପ୍ତାହରେ ୫୩୮ କୋଟି ଟଙ୍କା ହେରଫେର ମାମଲାରେ ନରେଶ ଗୋୟଲଙ୍କୁ ଇଡି ଗିରଫ କରିଛି । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଅତୀତରେ ଶସ୍ତା ଟିକେଟ୍ ଦେଉଥିବା ଜେଟ୍ ଏୟାରଓ୍ବେଜ୍ କିଭଳି କାଳକ୍ରମେ ତଳିତଳାନ୍ତ ହୋଇଗଲା ତାର କାହାଣୀ ସଂପକର୍କେରେ ଆସନ୍ତୁ ଜାଣିବା।
ବୈଜ୍ଞାନିକଙ୍କ ଅଜବ ଦାବି: ମଙ୍ଗଳ ଗ୍ରହରେ ଥିଲେ ଏଲିଅନ୍, ଭୁଲରେ ମାରିଦେଇଛି ନାସା
ମାତ୍ର ଏକ ଟଙ୍କା ପାଇଁ ଜେଟ୍ ଏୟାରଓ୍ବେଜ୍ର ବିନାଶ ଆରମ୍ଭ ହୋଇଥିଲା । କେବେ ୩୦୦ ଟଙ୍କା ମାସିକ ବେତନ ପାଉଥିବା ନରେଶ ଗୋୟଲ ଜେଟ୍ ଏୟାରଓ୍ବେଜ୍ ପ୍ରତିଷ୍ଠା କରିଥିଲେ । ହେଲେ ତାଙ୍କର ଭୁଲ ନିଷ୍ପତ୍ତି ତାଙ୍କୁ ଆଉ ଜେଟ୍ ଏୟାରଓ୍ବେଜ୍କୁ ବୁଡ଼ାଇଦେଲା । ୨୦୧୫ର ଘଟଣା । ଦେଶର ସବୁଠାରୁ ପୁରୁଣା ଘରୋଇ ବିମାନ ସେବା ଜେଟ୍ ଏୟାରଓ୍ବେଜ୍ ନିଜର ପ୍ରତିଦ୍ବନ୍ଦୀ ଇଣ୍ଡିଗୋକୁ ମାତ ଦେବାକୁ ଯାଇ କ୍ଷତିର ସାମ୍ନା କରିଥିଲା । ଇଣ୍ଡିଗୋ ତୁଳନାରେ ଜେଟ୍ ଏୟାରଓ୍ବେଜ୍ର ଭଡ଼ା ଏକ ଟଙ୍କା ଅଧିକ ଥିଲା । ହେଲେ ଏହି ଗ୍ୟାପ୍କୁ କମାଇବା ଲାଗି ଜେଟ୍ ଏୟାରଓ୍ବେଜ୍ର ମାଲିକ ନରେଶ ଗୋୟଲ ବ୍ୟାଙ୍କରୁ ଋଣ କରିଥିଲେ । ଟିକେଟ ଶସ୍ତା କରିବାକୁ ଯାଇ କମ୍ପାନୀର ଋଣଭାର ବଢ଼ିବାରେ ଲାଗିଲା । ସେପଟେ ଇଣ୍ଡିଗୋ ନିଜର ଅପରେସନ୍ ଅଢ଼େଇଗୁଣ ବୃଦ୍ଧି କରିଦେଲା । ଫଳରେ ଇଣ୍ଡିଗୋ ଟିକେଟ୍ ମଧ୍ୟ ଶସ୍ତା ହେଲା । ହେଲେ ଜେଟ୍ ଏୟାରଓ୍ବେଜ୍ ଟିକେଟ ଶସ୍ତା କରିବାକୁ ଯାଇ ଋଣ କରିବାକୁ ଲାଗିଲା । କିନ୍ତୁ କିସ୍ତି ସୁଝିପାରିଲା ନାହିଁ କମ୍ପାନୀ । ଏପରିକି ପାଇଲଟ ଏବଂ ଅନ୍ୟ କର୍ମଚାରୀଙ୍କୁ କମ୍ପାନୀ ଦରମା ଦେଇପାରିଲା ନାହିଁ ।
ଡରାଉଛି ନୂଆ ତଥ୍ୟ: ଯୁବପିଢ଼ିଙ୍କୁ ଗ୍ରାସ କରୁଛି କ୍ୟାନ୍ସର, ୩୦ ବର୍ଷରେ ୮୦ ପ୍ରତିଶତ ବୃଦ୍ଧି
ଦରମା ନପାଇ କର୍ମଚାରୀ ଷ୍ଟ୍ରାଇକ୍ କରିବାକୁ ଧମକ ଦେଲେ । ଧିରେ ଧିରେ ଜେଟ୍ ଏୟାରଓ୍ବେଜ୍ ରୋଗଣ ହେବାକୁ ଲାଗିଲା । ବିମାନ ଉଡ଼ାଣ ବାତିଲ ହେଲା । ବିମାନବନ୍ଦରରେ ଜେଟ୍ ଏୟାରଓ୍ବେଜ୍ର ବିମାନ ଛିଡ଼ା ହୋଇ ରହିଲା । ସେପଟେ ଯାତ୍ରୀଙ୍କ ଭଡ଼ା ଟଙ୍କା ଫେରାଇଲା କମ୍ପାନୀ । ଫଳରେ କମ୍ପାନୀର ଋଣଭାର ଆହୁରି ବଢ଼ିଗଲା । ପରେ ପରେ ବିମାନ ଇନ୍ଧନର ଦର ବୃଦ୍ଧି କମ୍ପାନୀକୁ ତଳିତଳାନ୍ତ କରିଦେଲା । ୨୦୧୭ରେ ଇନ୍ଧନ ଦର ହଠାତ ବୃଦ୍ଧି ପାଇଲା । ଯଦିଓ ଏହି ଦାମ ଅନ୍ୟ ଏୟାର ଲାଇନ୍ସକୁ ପ୍ରଭାବିତ କଲା । ତଥାପି ପୂର୍ବରୁ ଋଣରେ ବୁଡ଼ିରହିଥିବା ଜେଟ୍ ଏୟାରଓ୍ବେଜ୍ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଗଲା ଇନ୍ଧନ ରେଟ୍ । ଦୀର୍ଘ ୨୫ ବର୍ଷ କାର୍ଯ୍ୟ କରିବା ପରେ ଶେଷରେ ୨୦୧୯ରେ ବିତ୍ତିୟ ନିଅଣ୍ଟ ଯୋଗୁଁ କମ୍ପାନୀକୁ ବନ୍ଦ କରିବାକୁ ପଡ଼ିଲା ।
ନେପାଳକୁ ଚୟନ କରିବ ନା ବାଂଲାଦେଶକୁ ? ଭାରତ ଆଗରେ ସୃଷ୍ଟି ହୋଇଛି ଧର୍ମ ସଙ୍କଟ
କମ୍ପାନୀକୁ କାର୍ଯ୍ୟକ୍ଷମ କରିବାକୁ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ସମୟ ଦେଲେ ସରକାର । କମ୍ପାନୀକୁ ଏୟାର ଅପରେଟର ପ୍ରମାଣପତ୍ର ମିଳିଥିଲା । ହେଲେ କମ୍ପାନୀ ଆଉ ଅଣ୍ଟା ସଳଖି ଛିଡ଼ା ହୋଇପାରିଲା ନାହିଁ । ଏମିତି ଗୋଟିଏ ସମୟ ଥିଲା ଯେବେ ଶସ୍ତା ଫ୍ଲାଇଟ ଟିକେଟ୍ କେବଳ ଜେଟ୍ ଏୟାରଓ୍ବେଜ୍ ଦେଉଥିଲା । ଲୋକେ ଜେଟ୍ ଏୟାରଓ୍ବେଜ୍କୁ ଖୁବ ପସନ୍ଦ ବି କରୁଥିଲେ । ତେବେ ନରେଶ ଗୋୟଲ କେବଳ ଗୋଟିଏ ଭୁଲ କରିନାହାନ୍ତି । ଏକାଧିକ ଭୁଲ କରିଛନ୍ତି ନରେଶ । ଯେଉଁ କର୍ମଚାରୀଙ୍କୁ କମ୍ପାନୀରେ ନିଯୁକ୍ତି ମିଳୁଥିଲା ସେମାନଙ୍କୁ ନରେଶ ଗୋୟଲ ବିଶ୍ବାସ କରୁନଥିଲେ ବୋଲି କୁହାଯାଏ । ନରେଶ ଭାବୁଥିଲେ ସେ ଯାହା କହୁଛନ୍ତି ସବୁ ଠିକ୍ । ନରେଶଙ୍କ ଗର୍ବ ପାଇଁ ଜେଟ୍ ଏୟାରଓ୍ବେଜ୍ର ସର୍ବନାଶ ହେଲା ବୋଲି ମଧ୍ୟ କୁହାଯାଉଛି ।
You can also read: ଟ୍ୱିଟରରୁ କାହିଁକି ପରାଗ ଅଗ୍ରୱାଲଙ୍କୁ ବାହାର କରାଯାଇଥିଲା, ଜାଣନ୍ତୁ ପ୍ରକୃତ କାରଣ