ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ମିଶନ ମୋଡ୍‌ରେ ତିନି ଦଳ: ନବୀନଙ୍କ ପ୍ରକଳ୍ପ ଭେଟି, ମୋଦିଙ୍କ ଗସ୍ତରୁ ପଶ୍ଚିମରୁ ଉପକୂଳ ମାଡ଼ିବ ବିଜେପି, ରାହୁଲ ଭରିଲେଣି କଂଗ୍ରେସ ଜୋଶ୍

Published By : Prameya | February 8, 2024 1:52 PM

ଭୁବନେଶ୍ୱର,୦୮/୦୨: ବିଗୁଲ୍‌ ବାଜିନି । କିନ୍ତୁ, ନିର୍ବାଚନ ଅବଗଣନା ଆରମ୍ଭ ହୋଇଯାଇଛି । ସମୟ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ତାତିବାରେ ଲାଗିଛି । ଭୋଟରଙ୍କ ମନ ଜିଣିବାକୁ ତିନି ପ୍ରମୁଖ ଦଳ ରାଜନୀତିର ପଶାପାଲିରେ ମୁଖିଆଙ୍କ ଲୋକପ୍ରିୟତାକୁ ବାଜି ଲଗାଇ ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ପରେ ପ୍ରକଳ୍ପ ଭେଟି ଚାଲିଛନ୍ତି । ଗୋଟିଏ ପରେ ଗୋଟିଏ ମେଗା ଯୋଜନା ଦେଇ ବିଜେଡିର ଭୋଟ ବ୍ୟାଙ୍କ ବଢ଼ାଇବାକୁ ଲାଗି ପଡ଼ିଛନ୍ତି ନବୀନ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଘନଘନ ଜିଲ୍ଲା ଗସ୍ତ ବି ଦଳର ବଳ ବଢ଼ାଇ ଚାଲିଛି । 

କଂଗ୍ରେସ ଏଥର ଆରମ୍ଭରୁ ହିଁ ଦଳର ସବୁଠୁ ବଡ଼ ନେତା ରାହୁଲ ଗାନ୍ଧି ଓ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଓହ୍ଲାଇ ଦେଉଛି ମଇଦାନରେ । ବିଜେପି ବି ବଡ଼ ଯୋଜନା କରି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବତରଣ କରାଇଛି ମଇଦାନରେ । ପଶ୍ଚିମ ଓଡ଼ିଶାରୁ ୬୮ ହଜାର କୋଟି ଟଙ୍କାର ୧୮ ପ୍ରକଳ୍ପ ଭେଟି ଦେବା ସହ ନିର୍ବାଚନୀ ପ୍ରଚାରର ନିଅଁ ପକାଇ ଦେଇଛନ୍ତି ବିଜେପି ପାଇଁ । ୧୦ରେ ପୁଣି ଆସିବେ । 

ଏବେଠାରୁ ଏମିତି, ଆଗକୁ ଆହୁରି ଦୁର୍ବାର ହେବ । ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ, ମଇଦାନ କମ୍ପାଇବାକୁ ହୁଙ୍କାର ଦେଲେଣି ସବୁ ଦଳ । ବିଜେଡିର ଭରସା ନବୀନଙ୍କ ଲୋକପ୍ରିୟତା । ନିର୍ବାଚନ ପୂର୍ବରୁ ନବୀନ ପ୍ରକଳ୍ପ ବର୍ଷା କରି ଚାଲିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପରେ ସମଲେଇ ପୀଠର ନବକଳେବର ପ୍ରକଳ୍ପ ଭେଟି ଦେବା ସହ ନବୀନଙ୍କ ଗସ୍ତ ବିଜେଡି ଶିବିରକୁ ବଳିଆନ କରିଛି । ନିର୍ବାଚନ ପୂର୍ବରୁ ପ୍ରତି ଜିଲ୍ଲା ପାଇଁ କିଛି ନା କିଛି ନୂଆ ଭେଟି ଦେଉଛନ୍ତି ନବୀନ । ଓଡ଼ିଆଙ୍କ ଅସ୍ମିତା କଥା କହି ନବୀନଙ୍କ ଓଡ଼ିଶାବାସୀ ମନ ଜିଣି ଚାଲିଛନ୍ତି ।  ଅନ୍ୟପଟେ ପାଣ୍ଡିଆନ ଘନଘନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ସହ ଯେଉଁଠି ଯାହା ଆବଶ୍ୟକ, ତାହାର ତତ୍କାଳ ବ୍ୟବସ୍ଥା କରୁଛନ୍ତି । ସବୁ ବର୍ଗଙ୍କ ମନ ଜିତିବାକୁ ୫-ଟି ଅଧ୍ୟକ୍ଷ କାର୍ଯ୍ୟ କରି ଚାଲିଛନ୍ତି । ଅନ୍ୟପଟେ ବିଜେଡିର ସବୁ ନେତା ଓ ପୂରା ସଂଗଠନ ବୁଲୁଛି ଗାଁରୁ ସହର, ଗଳିକନ୍ଦି, ଘରଘର । ବଡ଼ ସମାବେଶ ନ କରି ପୂରା ତୃଣମୂଳ ସ୍ତରକୁ ଯାଇ ପ୍ରତି ପରିବାର ପାଖରେ ପହଞ୍ଚିବାକୁ ବିଜେଡି ଚଳାଇଛି ପରିବାର ସମ୍ପର୍କ ଅଭିଯାନ । ଏପଟେ ମିଶ୍ରଣ ପର୍ବ କରି ବିଭିନ୍ନ ଅଞ୍ଚଳରୁ ନେତା, କର୍ମୀଙ୍କୁ ଦଳରେ ଯୋଡ଼ି ବଳ ବଢ଼ାଉଛି ବିଜେଡି ।

ବିଜେପି ବି ଜୀ ଜାନ୍‌ ଲଗାଇ ଦେଇଛି । ବିଜେପିର ସବୁଠୁ ବଡ଼ ବଳ ଓ ମୁଖ୍ୟ ଆକର୍ଷଣ ପ୍ରଧାନମନ୍ତ୍ରୀ ମୋଦି ଲଗାତାର ଦୁଇଥର ଓଡ଼ିଶା ଆସୁଛନ୍ତି ଦେଢ଼ ସପ୍ତାହ ଭିତରେ । ମୋଦିଙ୍କ ଡବଲ୍‌ ଗସ୍ତରେ ପଶ୍ଚିମରୁ ଉପକୂଳ ଯାଏଁ ବିଜେପିର ତରଙ୍ଗ ଖେଳିଯିବ ବୋଲି ଦଳ ଆଶା ବାନ୍ଧିଛି । ମୋଦିଙ୍କ ସମାବେଶ ଭୋଟ ଟାଣିବ, ଏ ଆଶାରେ ରାଜ୍ୟ ବିଜେପି ପୂରା ଉତ୍ସାହିତ । ମୋଦି ଗ୍ୟାରେଣ୍ଟି ସମାବେଶ ପରେ ମହିଳା ସମାବେଶ କରି ବିଜେପି ଏଥର ବିଜେଡିର ମହିଳା ଭୋଟରେ ଭାଗ ବସାଇବାକୁ ଯୋଜନା ଚଳାଇଛି । ମୋଦିଙ୍କ ମନ୍ତ୍ରକୁ ନେଇ ଦଳର କର୍ମୀ ତୃଣମୂଳରେ ଲାଗି ପଡ଼ିବେ ।

କଂଗ୍ରେସ ବି ଏଥର ପଛରେ ନାହିଁ । ଦଳ ଏଥର ପୂରା ଆକ୍ରମଣାତ୍ମକ ଓ ଉତ୍ସାହଭରା ଆଭିମୁଖ୍ୟ ନେଇ ମଇଦାନରେ ଓହ୍ଲାଇଛି । ଗତ ଜାନୁଆରୀ ୨୯ ତାରିଖରେ ଭୁବନେଶ୍ୱରରେ ଖଡ୍‌ଗେଙ୍କ ବିଶାଳ ସମାବେଶ କରି ଅନ୍ୟ ଦଳମାନଙ୍କଠାରୁ ଆଗୁଆ ବିଗୁଲ୍‌ ବଜାଇ ଦେଇଛି କଂଗ୍ରେସ । ଫେବ୍ରୁଆରୀ ୬ରେ ରାହୁଲ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ତିନି ଦିନ କାଳ ପଶ୍ଚିମ ଓଡ଼ିଶାରେ ଚାଲିଛି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ବସ୍‌ ଯାତ୍ରା କରୁଛନ୍ତି । ରାହୁଲଙ୍କ ନିଶାଣରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଦୀର୍ଘ ୫ ବର୍ଷ ପରେ ରାହୁଲଙ୍କ ଓଡ଼ିଶା ଗସ୍ତ ଓ ତିନି ଦିନ ରହଣୀକୁ ନେଇ ଓଡ଼ିଶା କଂଗ୍ରେସ ପୂରା ଉତ୍ସାହିତ । ଏ ଯାତ୍ରାକୁ ବ୍ୟାପକ ରୂପ ଦେବାକୁ ମେଗା ଆୟୋଜନ କରିଛି ପିସିସି ଓ ଏଆଇସିିସି । ଖଡ୍‌ଗେଙ୍କ ପରେ ରାହୁଲ ଦଳୀୟ କର୍ମୀଙ୍କ ଭିତରେ ନୂଆ ଉତ୍ସାହ ଭରିବା ସହ ଯୁବବର୍ଗଙ୍କୁ ଆକୃଷ୍ଟ କରିବେ ବୋଲି ଦଳ ଆଶା ରଖିଛି । 

ତିନି ଦଳ ପୂରା ମିଶନ ମୋଡ୍‌ରେ । ମଇଦାନ କମ୍ପାଇବା ସହ ବିଧାନସଭାରେ ସ୍ୱର ତେଜିବେ । ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ ୫ରୁ ଆରମ୍ଭ ହୋଇଛି । ଛୋଟ ଅବଧି ଥିଲେ ବି ଅନ୍ତିମ ଅଧିବେଶନ ବେଶ୍‌ ସରଗରମ ରହିବ । ଏଥିପାଇଁ ତିନି ଦଳ ତଗଡ଼ା ରଣନୀତି ସହ ଓହ୍ଲାଇଛନ୍ତି । ତେଜିବ ବୟାନବାଜି, କମ୍ପିବ ନାରାବାଜି । ୨୦୨୪ ଫାଇନାଲ ଲଢ଼େଇର ଝଲକ ଦେଖିବ ସାରା ଓଡ଼ିଶା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.