ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଋଣ ଯନ୍ତାରେ ଅଭିବୃଦ୍ଧିଶୀଳ ରାଷ୍ଟ୍ର, ଜି-୨୦ରେ ପାଲଟିବ ପ୍ରମୁଖ ପ୍ରସଙ୍ଗ

ନୂଆଦିଲ୍ଲୀ,୦୪/୦୯: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତିଗୁଡିକ ଚାପରେ ରହିଛନ୍ତି । ଏହା ପୂର୍ବରୁ ମାନ୍ଦାବସ୍ଥା ଏବଂ ଯୋଗାଣ ଶୃଙ୍ଖଳ ଜନୀତ ସମସ୍ୟା ସହ ଦେଶଗୁଡିକ ଜୁଝୁଥିଲେ । ତେବେ ଅଭିବୃଦ୍ଧିଶୀଳ ରାଷ୍ଟ୍ରଗୁଡିକ ନେଇଥିବା ଋଣ ଏବେ ସେମାନଙ୍କ ଲାଗି ଚିନ୍ତାର କାରଣ ଭାବେ ଉଭା ହେଉଛି । ଋଣ ପଇଠ କରିବାକୁ ଦେଶଗୁଡିକ ସକ୍ଷମ ହେଉ ନାହାନ୍ତି ।

ଆସନ୍ତା ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକରେ ଏହା ପ୍ରମୁଖ ପ୍ରସଙ୍ଗ ହେବ ବୋଲି କୁହାଯାଉଛି । ଋଣ ଯନ୍ତାରେ ଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଜାମ୍ବିଆ, ଶ୍ରୀଲଙ୍କା, ଘାନା,ପାକିସ୍ତାନ, ଟ୍ୟୁନିସିଆ, ଇଜିପ୍ଟ, ଏଲ୍‌ସାଲଭେଡର, କେନିଆ, ୟୁକ୍ରେନ, ଲେବାନନ ଭଳି ରାଷ୍ଟ୍ର ରହିଛନ୍ତି ।

ଆଫ୍ରିକାର ପ୍ରଥମ ଦେଶ ଭାବେ ଜାମ୍ବିଆ କୋଭିଡ-୧୯ ମହାମାରୀରେ ଋଣ ଖିଲାପ କରିଥିଲା । ଜୁନରେ ଏହା ୬.୩ ବିଲିୟନ ଡଲାରର ପ୍ୟାରିସ କ୍ଲବ ଋଣ ପ୍ରଦାନକାରୀ ରାଷ୍ଟ୍ର ଏବଂ ଚୀନ ବ୍ୟାଙ୍କ ସହ ଚୁକ୍ତି କରିଥିଲା । ଏହାକୁ କାର୍ଯ୍ୟକାରୀ କରାଇବା ଦିଗରେ ଏବେ ମଧ୍ୟ ପ୍ରୟାସ ଜାରି ରହିଛି । ଏହି ରାଷ୍ଟ୍ର ଋଣ ସମାଧାନରେ ସକ୍ଷମ ହେବ ବୋଲି ଆଶାବାଦୀ ରହିଛି ।

ଶ୍ରୀଲଙ୍କା ମଧ୍ୟ ଏହାର ବୃହତ୍‌ ଋଣକୁ ପଇଠ କରିବା ଦିଗରେ ପ୍ରୟାସ ଜାରି ରଖିଛି । ଶ୍ରୀଲଙ୍କାର ବଣ୍ଡ୍‌ ଅବଧି ୨୦୨୫ରୁ ୨୦୩୩ ମଧ୍ୟରେ ନୂଆ ନୋଟ ଅନୁସାରେ ପ୍ରଦାନ କରିବେ ସେଠାକାର ସରକାର । ସେହିଭଳି ଘରୋଇ ଡେଟ୍‌ ପ୍ଲାନ ବିଳମ୍ବ ହେଉଛି । ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ସେପ୍ଟେମ୍ବରରେ ୧୧ରେ ଗ୍ରହଣ କରାଯାଇପାରେ । ଏ କ୍ଷେତ୍ରରେ ଭାରତ ଏବଂ ଚୀନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ଆଇଏମ୍‌ଏଫ୍‌ ପ୍ରଦାନ କରିବାକୁ ୨.୯ ବିଲିୟନ ଡଲାରର ପାଣ୍ଠି ମଧ୍ୟ ସେପ୍ଟେମ୍ବରରେ ଆସିବ ବୋଲି କୁହାଯାଉଛି ।

ଗତ ବର୍ଷ ଘାନା ଏହାର ବାହ୍ୟ ଋଣ ପ୍ରଦାନରେ ବିଫଳ ହୋଇଥିଲା । ଏହା ଆଗାମୀ ୩ ବର୍ଷରେ ୧୦.୫ ବିଲିୟନ ଡଲାରର ବାହ୍ୟଋଣ ପଇଠ କରିବ । ଚଳିତ ବର୍ଷ ଶେଷ ବେଳକୁ ୪ ବିଲିୟନ ଡଲାର ଋଣ ପଇଠ ନେଇ ଏହା ଚେଷ୍ଠା ଚଳାଇଛି । ଅର୍ଥନୈତିକ କାର୍ଯ୍ୟକଳାପ ସୁଧୁରିଲେ ଏହି ଦେଶ ଅଧିକ ପରିମାଣରେ ଋଣ ସୁଝିବ ବୋଲି ଆଶାବାଦୀ ରହିଛି ।

୨୦୨୪ ସୁଦ୍ଧା ୨୨ ବିଲିୟନ ଡଲାର ଋଣ ପଇଠ କରିବ ପାକିସ୍ତାନ । ସେଠାରେ ଦରଦାମ ଏବଂ ସୁଧହାର ଐତିହାସିକ ରେକର୍ଡ ସ୍ତର ଛୁଇଁଛି । ୨୦୨୨ରେ ଦେଶ ବନ୍ୟା ଯୋଗୁ ସାମ୍ନା କରିଥିବା କ୍ଷତି ଭରଣା କରିବା ଦିଗରେ ଏବେ ଅଗ୍ରସର ହେଉଛି । ୩ ବିଲିୟନ ଡଲାର ଋଣ ପାଇଁ ଏହା ଜୁନରେ ଆଇଏମ୍‌ଏଫ୍‌ ସହ ଚୁକ୍ତି କରିଛି । ସେହିଭଳି ସାଉଦି ଆରବ ଏବଂ ୟୁଇଏ ଯଥାକ୍ରମେ ୨ ବିଲିୟନ ଏବଂ ୧ ବିଲିୟନ ଡଲାରର ଋଣ ଏହି ଦେଶକୁ ପ୍ରଦାନ କରିବେ । ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ୩.୫ ବିଲିୟନ ଡଲାରକୁ ଖସିଥିବା ବେଳେ ଏହା ଏବେ ୭.୫ ବିଲିୟନ ଡଳାର ସ୍ତରରେ ରହିଛି । ତେବେ ବାହ୍ୟ ସହାୟତା ନ ମିଳିଲେ ପାକିସ୍ତାନ ଆଗକୁ ମଧ୍ୟ ସମସ୍ୟା ସାମ୍ନା କରିବ ।

ଉତ୍ତର ଆମେରିକୀୟ ଦେଶ ଟ୍ୟୁନିସିଆ ୨୦୧୧ ଠାରୁ ଆର୍ôଥକ ସଙ୍କଟ ଦେଇ ଗତି କରୁଛି । ଏହି ଦେଶ ଋଣ ପଇଠ କରିବାକୁ ସକ୍ଷମ ହେବନି ବୋଲି ରେଟିଂ ଏଜେନ୍ସିଗୁଡିକ କହିଛନ୍ତି । ଆଇଏମ୍‌ଏଫ୍‌ ଠାରୁ ୧.୯ ବିଲିୟନ ଡଲାର ଋଣ ଆଣିବାକୁ ଏହା ପ୍ରୟାସ କରିଥିଲେ ମଧ୍ୟ ସକ୍ଷମ ହୋଇନାହିଁ । ସାଉଦି ଆରବ ୪୦୦ ନିୟୁତ ସଫ୍ଟ ଲୋନ ଏବଂ ୧୦୦ ନିୟୁତର ସହାୟତା ଘୋଷଣା କରିଥିଲେ ଖାଦ୍ୟ ଏବଂ ମେଡିସିନ ଆମଦାନି ଲାଗି ଏହା ସକ୍ଷମ ହେଉନାହିଁ । ୟୁରୋପିଅନ ୟୁନିୟନ ୧ ବିଲିୟନ ଡଲାରର ୟୁରୋ ଦେବା ପାଇଁ କହିଥିବା ବେଳେ ଏହା ଆଇଏମ୍‌ଏଫ୍‌ ସଂସ୍କାର ଉପରେ ନିର୍ଭର କରୁଛି ।

ଏହି ତାଲିକାରେ ଥିବା ଇଜିପ୍ଟ ଆସନ୍ତା ୫ ବର୍ଷରେ ୧୦୦ ବିଲିୟନ ଡଲାରର ଋଣ ପଇଠ କରିବ । ଆସନ୍ତା ବର୍ଷ ୩.୩ ବିଲିୟନ ଡଲାର ଏହା ସୁଝିବ ବୋଲି କୁହାଯାଉଛି । ଋଣ ଚାପ ବଢ଼ୁଥିବାରୁ ୨୦୨୭ ବେଳକୁ ଏଲ୍‌ସାଲଭେଡର ବେଦାଳିଆ ହେବାର ଢ଼େର ଆଶଙ୍କା କରାଯାଉଛି । ଏବେ କେନିଆର ଋଣ ଭାର ଜିଡିପି ତୁଳନାରେ ପ୍ରାୟ ୭୦%କୁ ବୃଦ୍ଧି ହୋଇଛି । ଏହି ଦେଶ ମଧ୍ୟ ଋଣ ଚାପ ସମ୍ଭାଳିପାରିବନି ବୋଲି କହିଛନ୍ତି ବିଶେଷଜ୍ଞ । ରୁଷ ସହ ଯୁଦ୍ଧ ପରେ ୟୁକ୍ରେନ ଏହାର କୌଣସି ଋଣ ପଇଠକୁ ବନ୍ଦ କରିଛି । ଯୁଦ୍ଧ ପରେ ଦେଶକୁ ପୁଣି ଥରେ ଗଢ଼ିବା ଲାଗି ଏହି ଦେଶକୁ ୧ ଲକ୍ଷ କୋଟି ୟୁରୋ ଆବଶ୍ୟକ ପଡିବ । ଦେଶ ଚଳାଇବା ପାଇଁ ମାସିକ ୩ରୁ ୪ ବିଲିୟନ ଡଲାର ଏହାକୁ ଆବଶ୍ୟକ ପଡିବ । ସେହିଭଳି କେନିଆ ୨୦୨୨ ଠାରୁ ଋଣ ସୁଝିବା ସ୍ଥିତିରେ ନ ଥିବା ଜଣାପଡିଛି । 

Copyright © 2022 - Summa Real Media Private Limited. All Rights Reserved.