ଗୋଆ ୨୧/୧୧: ଗୋଆର ପଣଜୀଠାରେ ଆରମ୍ଭ ହୋଇଛି ୫୪ତମ ଇଣ୍ଟର୍ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ) । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସମାରୋହ ଉଦ୍ଘାଟନ କରିଛନ୍ତି । ଅଭିନେତ୍ରୀ କରିଶ୍ମା ତନ୍ନା ଓ ଅଭିନେତା ଅପାରଶକ୍ତି ଖୁରାନା ମହୋତ୍ସବର ସଂଚାଳନା ଦାୟିତ୍ୱ ନିର୍ବାହ କରିଛନ୍ତି । ଏ ଅବସରରେ ଭାରତୀୟ ସିନେମାକୁ ଉଲ୍ଲେଖନୀୟ ଯୋଗଦାନ ଲାଗି ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସ୍ୱତନ୍ତ୍ରସମ୍ମାନ ପ୍ରଦାନ କରାଯାଇଛି ।
#MadhuriDixit receives the Special Recognition for Contribution to Bharatiya Cinema award during the opening ceremony of #IFFI2023.
— Indian Express Entertainment (@ieEntertainment) November 20, 2023
Follow all the latest updates from #IFFI54 here: https://t.co/9t8kyakTaX pic.twitter.com/778ayy226E
ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ମହୋତ୍ସବରେ ସଲମାନ ଖାନ୍, ସନି ଦେଓଲ, ବିଜୟ ସେତୁପତି, ଅନୁପମ ଖେର, ପଙ୍କଜ ତ୍ରିପାଠୀ, ସାରା ଅଲି ଖାନ୍, ଅଦିତି ରାଓ ହୈଦରୀ ଓ ଆୟୁଷ୍ମାନ ଖୁରାନାଙ୍କ ସମେତ ଅନେକ ସେଲିବ୍ରିଟି ଯୋଗଦେବେ। ୮ ଦିନିଆ ଏହି ମହୋତ୍ସବରେ ୨୫୦ ଫିଲ୍ମ ପ୍ରଦର୍ଶିତ ହେବ । ପ୍ରଥମେ ବ୍ରିଟିଶ ଫିଲ୍ମ ‘କ୍ୟାଚିଙ୍ଗ୍ ଡଷ୍ଟ୍’ ପ୍ରଦର୍ଶିତ ହୋଇଛି । ହଲିଉଡ୍ ଅଭିନେତା-ପ୍ରଯୋଜକ ମାଇକେଲ ଡଗଲସଙ୍କୁ ସତ୍ୟଜିତ ରେ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ୍ ସମ୍ମାନ ପ୍ରଦାନ କରାଯିବ ।